ଆଇପିଏଲ୍: ସନରାଇଜର୍ସକୁ ହରାଇଲା ଟାଇଟନ୍ସ

ଅହମଦାବାଦ: ରବିବାରର ଆଇପିଏଲ୍ରେ ଗତଥର ଉପବିଜେତା ଗୁଜରାଟ ଟାଇଟନ୍ସ ୭ ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସନ୍ରାଇଜର୍ସ ୮ ୱିକେଟ୍ ବିନିମୟରେ ୧୬୨ ରନ୍ କରିଥିଲା। କୌଣସି ବ୍ୟାଟର୍ ବଡ଼ ସ୍କୋର କରିନଥିଲେ। ଅଭିଷେକ ଶର୍ମା ଓ ଅବଦୁଲ ସମଦ ୨୯ ରନ୍ ଲେଖାଏଁ ସଂଗ୍ରହ କରିଥିଲେ। ଘରୋଇ ଦଳର ଅଜମାତୁଲ୍ଲା, ଉମେଶ, ରସିଦ ଖାନ୍ ଓ ନୂର ଅହମଦ ୧ ୱିକେଟ୍ ଲେଖାଏଁ ଏବଂ ମୋହିତ ଶର୍ମା ୩ ୱିକେଟ୍ […]

ଆଇପିଏଲ୍: ସନରାଇଜର୍ସକୁ ହରାଇଲା ଟାଇଟନ୍ସ

ଅହମଦାବାଦ: ରବିବାରର ଆଇପିଏଲ୍ରେ ଗତଥର ଉପବିଜେତା ଗୁଜରାଟ ଟାଇଟନ୍ସ ୭ ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସନ୍ରାଇଜର୍ସ ୮ ୱିକେଟ୍ ବିନିମୟରେ ୧୬୨ ରନ୍ କରିଥିଲା। କୌଣସି ବ୍ୟାଟର୍ ବଡ଼ ସ୍କୋର କରିନଥିଲେ। ଅଭିଷେକ ଶର୍ମା ଓ ଅବଦୁଲ ସମଦ ୨୯ ରନ୍ ଲେଖାଏଁ ସଂଗ୍ରହ କରିଥିଲେ। ଘରୋଇ ଦଳର ଅଜମାତୁଲ୍ଲା, ଉମେଶ, ରସିଦ ଖାନ୍ ଓ ନୂର ଅହମଦ ୧ ୱିକେଟ୍ ଲେଖାଏଁ ଏବଂ ମୋହିତ ଶର୍ମା ୩ ୱିକେଟ୍ ନେଇଥିଲେ। ବିଜୟ ଲକ୍ଷ୍ୟକୁ ଗୁଜରାଟ ୫ ବଲ୍ ପୂର୍ବରୁ ମାତ୍ର ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଅଧିନାୟକ ଶୁବମନ ଗିଲ୍ (୩୬), ସାଇ ସୁଦର୍ଶନ (୪୫), ଋଦ୍ଧିମାନ ସାହ (୨୫) ଓ ଡେଭିଡ୍ ମିଲର (୪୪*) ଦଳକୁ ଜିତାଇଥିଲେ। ଘରୋଇ ପରିବେଶରେ ଏହା ଗୁଜରାଟର ଦ୍ବିତୀୟ ବିଜୟ ଥିଲା। ମୋହିତ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।