ଆଳୁ ଦର ବୃଦ୍ଧିକୁ ନେଇ ପୂର୍ବ ସରକାରକୁ ଦୋଷ ଦେଲେ କୃଷି ମନ୍ତ୍ରୀ । କହିଲେ ଗତ ସରକାରରେ ଫେଲ୍ ମାରିଛି ଆଳୁ ମିଶନ୍
କନକ ବ୍ୟୁରୋ: ବିଧାନସଭାରେ ଆଳୁ ତାତି । ରାଜ୍ୟରେ ଆଳୁ ସଙ୍କଟ ପାଇଁ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ରାଜ୍ୟ ସରକାରଙ୍କୁ ବିଜେଡି ବିଧାୟକ ଗଣେଶ୍ବର ବେହେରା ଘେରିବା ପରେ ପୂର୍ବ ସରକାରକୁ ପାଲଟା ଦୋଷ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ବିଜୁଳି ଦର ପାଇଁ ନୁହେଁ ବରଂ ପୂର୍ବ ସରକାରର ତୃଟି ପାଇଁ ଶୀତଳ ଭଣ୍ଡାର ବନ୍ଦ ପଡ଼ିଛି । ବିଜୁଳି ଦର ଅଧିକ ଥିବାରୁ ଶୀତଳ ଭଣ୍ଡାର ବନ୍ଦ ପଡ଼ିଥିବା କହିଥିଲେ ବିଧାୟକ ଗଣେଶ୍ବର ବେହେରା । ଯାହାର ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଗତ ସରକାର ସମୟରେ ଶୀତଳ ଭଣ୍ଡାର ଦାୟିତ୍ୱ ଅର୍ଥତତ୍ୱ ଭଳି ଚିଟଫଣ୍ଡ କମ୍ପାନୀକୁ ଦିଆଯାଇଥିଲା । ଏଟି ଚିଟଫଣ୍ଡ କମ୍ପାନି ଏହାକୁ ବନ୍ଧକ ରଖିବାରୁ, ଶୀତଳ ଭଣ୍ଡାର ବନ୍ଦ ହୋଇଗଲା ବୋଲି ସେ ଗୃହରେ ସୂଚନା ଦେଇଛନ୍ତି । ବିଜେପି ସରକାର ହାଇବ୍ରିଡ୍ ମୋଡରେ ଶୀତଳଭଣ୍ଡାର କରିବାକୁ ଯୋଜନା କରିଛି । ରାଜ୍ୟରେ ଯେଉଁ ୫୮ଟି ଶୀତଳ ଭଣ୍ଡାର ନିର୍ମାଣ ହେବ, ତାହା ପିପିପି ମୋଡ଼ରେ ହାଇବ୍ରିଡ଼ ଢାଞ୍ଚାରେ ନିର୍ମାଣ କରାଯିବ । ଯାହା ଉଭୟ ବିଦ୍ୟୁତ ଓ ସୌରଚାଳିତ ହେବ । ରାଜ୍ୟରେ ହାଇବ୍ରିଡ୍ ମୋଡରେ ହେବ ଶୀତଳଭଣ୍ଡାର । ମୋଟ ୫୮ଟି ଶୀତଳ ଭଣ୍ଡାର ନିର୍ମାଣ କରାଯିବ ।