କାମଧେନୁ ଯୋଜନାରେ ବାଛୁରୀ ପାଳନର ଶୁଭାରମ୍ଭ
ନୂଆପଡ଼ା,୨୭ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ଼ ପ୍ରାଣୀ ଚିକିତ୍ସାଳୟଠାରେ ବୁଧବାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ମାଈ ବାଛୁରୀ ପାଳନର ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଏକ ପ୍ରଦର୍ଶନୀକୁ ଜିଲାପାଳ ମଧୁସୂଦନ ଦାସ ଉଦ୍ଘାଟନ କରି ୨୧ ମାଈ ବାଛୁରୀଙ୍କୁ ଦାନା ଖୁଆଇଥିଲେ। ସଭାରେ ବଲାଙ୍ଗୀର କଳାହାଣ୍ଡି ନୂଆପଡ଼ା ଦୁଗ୍ଧ ଉତ୍ପାଦକ ସମବାୟ ସଂଘର ସାଧାରଣ ପରିଚାଳକ ଡ. ରଜନୀକାନ୍ତ ପଣ୍ଡା ସ୍ବାଗତ ସମ୍ଭାଷଣ ପ୍ରଦାନ ପୂର୍ବ ସରକାରଙ୍କ ଏହି ବହୁ ଜନାଦୃତ […] The post କାମଧେନୁ ଯୋଜନାରେ ବାଛୁରୀ ପାଳନର ଶୁଭାରମ୍ଭ appeared first on Dharitri Odia News.
ନୂଆପଡ଼ା,୨୭ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ଼ ପ୍ରାଣୀ ଚିକିତ୍ସାଳୟଠାରେ ବୁଧବାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ମାଈ ବାଛୁରୀ ପାଳନର ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଏକ ପ୍ରଦର୍ଶନୀକୁ ଜିଲାପାଳ ମଧୁସୂଦନ ଦାସ ଉଦ୍ଘାଟନ କରି ୨୧ ମାଈ ବାଛୁରୀଙ୍କୁ ଦାନା ଖୁଆଇଥିଲେ।
ସଭାରେ ବଲାଙ୍ଗୀର କଳାହାଣ୍ଡି ନୂଆପଡ଼ା ଦୁଗ୍ଧ ଉତ୍ପାଦକ ସମବାୟ ସଂଘର ସାଧାରଣ ପରିଚାଳକ ଡ. ରଜନୀକାନ୍ତ ପଣ୍ଡା ସ୍ବାଗତ ସମ୍ଭାଷଣ ପ୍ରଦାନ ପୂର୍ବ ସରକାରଙ୍କ ଏହି ବହୁ ଜନାଦୃତ ଯୋଜନାର ଆଭିମୁଖ୍ୟ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ. ଆଲୋକ କୁମାର ନାୟକ ସଭାକାର୍ଯ୍ୟ ପରିଚାଳନା କରି ସ୍ବଳ୍ପ ଖର୍ଚ୍ଚରେ ଉତ୍ତମ ଗୋଖାଦ୍ୟ ପ୍ରଦାନ, ନିରନ୍ତର ସ୍ବାସ୍ଥ୍ୟ ପରୀକ୍ଷା ଓ ସମୟୋଚିତ ଟିକା ପ୍ରଦାନ ଦ୍ବାରା ମାଈ ବାଛୁରୀ କିପରି ଉତ୍ତମ ଗାଈରେ ପରିଣତ ହେବ ସେ ବିଷୟରେ ସୂଚନା ଦେଇଥିଲେ।
ମୁଖ୍ୟ ଅତିଥି ଜିଲାପାଳ କୃଷକମାନଙ୍କୁ ସମ୍ବୋଧନ କରି ଜିଲାରେ ଗୋପାଳନର ପର୍ଯ୍ୟାପ୍ତ ସୁଯୋଗ ଥିବା ଦର୍ଶାଇଥିଲେ। ଏହାଦ୍ବାରା ପାରିବାରିକ ତଥା ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହେବ ଓ ଲୋକେ ସୁବିଧାରେ ତଟକା ଦୁଧ ପାଇବା ଦ୍ବାରା ପ୍ରାଣୀଜ ପୃଷ୍ଟି ପାଇପାରିବେ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବରେ କୋମନା ବିଡ଼ିଓ ବିନୟ କୁମାର ଭୋଇ, ତରବୋଡ ସରପଞ୍ଚ ଶ୍ୟାମ ସୁନ୍ଦର ପୃଷ୍ଟି ଉପସ୍ଥିତ ଚାଷୀମାନଙ୍କୁ ଗୋପାଳନର ଉପଯୋଗୀତା ସମନ୍ଧରେ ବୁଝାଇଥିଲେ। ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସାଧିକାରୀ ଡା. ଶାରଦା ପ୍ରସାଦ ସିଂ ବରିହା ଧନ୍ୟବାଦ ଅର୍ପଣ କରିଥିଲେ।
The post କାମଧେନୁ ଯୋଜନାରେ ବାଛୁରୀ ପାଳନର ଶୁଭାରମ୍ଭ appeared first on Dharitri Odia News.