କାମ ଦେବ କି ଟ୍ରମ୍ପଙ୍କ ଧମକ
ସମୟ ବ୍ୟୁରୋ:ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଶାସିତ ଛୋଟ ଦେଶମାନଙ୍କରେ ଚିନର ବିସ୍ତାର ଉପରେ ରୋକ ଲଗାଇବାକୁ ଚାହୁଁଛି। ରୁଷ ଉପରେ ୟୁକ୍ରେନର ଯୁଦ୍ଧକୁ ବନ୍ଦ କରିବାକୁ ଚାହୁଁଛି। ଏହା ସହିତ ଦୁନିଆରେ ଆମେରିକାକୁ ସର୍ବଶ୍ରେଷ୍ଠ ରାଷ୍ଟ୍ର କରିବାକୁ ମଧ୍ୟ ଚାହୁଁଛି । ଏପରିକି କାନାଡାରୁ ଆରମ୍ଭ କରି ପାନାମା କେନାଲ ପର୍ଯ୍ୟନ୍ତ ୟୁଏସ କବଜା କରିବାକୁ ଲକ୍ଷ ରଖିଛି। ଏହାରି ଭିତରେ ରୁଷକୁ ଧମକ ଦେଇଛି ଆମେରିକା। ତେବେ ଏହାର ପରିଣାମ କ’ଣ ହେବ ଏହା […]

ସମୟ ବ୍ୟୁରୋ:ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଶାସିତ ଛୋଟ ଦେଶମାନଙ୍କରେ ଚିନର ବିସ୍ତାର ଉପରେ ରୋକ ଲଗାଇବାକୁ ଚାହୁଁଛି। ରୁଷ ଉପରେ ୟୁକ୍ରେନର ଯୁଦ୍ଧକୁ ବନ୍ଦ କରିବାକୁ ଚାହୁଁଛି। ଏହା ସହିତ ଦୁନିଆରେ ଆମେରିକାକୁ ସର୍ବଶ୍ରେଷ୍ଠ ରାଷ୍ଟ୍ର କରିବାକୁ ମଧ୍ୟ ଚାହୁଁଛି । ଏପରିକି କାନାଡାରୁ ଆରମ୍ଭ କରି ପାନାମା କେନାଲ ପର୍ଯ୍ୟନ୍ତ ୟୁଏସ କବଜା କରିବାକୁ ଲକ୍ଷ ରଖିଛି। ଏହାରି ଭିତରେ ରୁଷକୁ ଧମକ ଦେଇଛି ଆମେରିକା। ତେବେ ଏହାର ପରିଣାମ କ’ଣ ହେବ ଏହା ଉପରେ ସାରା ବିଶ୍ଵର ନଜର ରହିଛି।
ଦ୍ଵିତୀୟ ବାର ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ସମୟରେ ଆମେରିକାବାସୀ ନବରାଷ୍ଟ୍ରବାଦୀ ହେବାକୁ ଆହ୍ବାନ କରିଥିଲେ ଟ୍ରମ୍ପ । ଏହି ସମୟରେ ରୁଷ-ୟୁକ୍ରେନ ଯୁଦ୍ଧକୁ ୧୦୦ ଦିନ ମଧ୍ୟରେ ସମାପ୍ତ କରିବାକୁ ସେ ଦିଗରେ କାମ କରିବେ ବୋଲି କହିଥିଲେ। ଏପରିକି ସେ ଏହି କାମ ପାଇଁ ଆଗାମୀ ଦିନରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିବେ ବୋଲି କହିଥିଲେ।