କାହିଁକି ନିବସ୍ତ୍ର ହେଇ ତଳକୁ ଡେଇଁଲେ ତିନି ଜଣ ମହିଳା, ଘରେ ତାଙ୍କ ସହିତ କଣ ଏମିତି ହେଲା?
ଝାରସୁଗୁଡା : ଜଣ ଜଣ କରି ୩ ଜଣ ଡେଇଁଲେ ଛାତ ଉପରୁ । ପୁଣି ନିବସ୍ତ୍ର ହୋଇ । ଦେହରେ ଗୋଟିଏ ବି ବସ୍ତ୍ର ନଥିଲା । କିନ୍ତୁ ଏମିତି କାହିଁକି? କାହିଁକି ଏମାନେ ଏମିତି ଛାତରୁ ତଳକୁ ଡେଇଁଲେ । କଣ ହେଲା, କଣ ହଉଥିଲା ସେହି ଘରେ । ଯେଉଁ ଘରର ଛାତ ଉପରୁ ଡେଇଁଲେ ଏହି ତିନି ଜଣ ମହିଳା । ଆପଣ ବି ଦେଖନ୍ତୁ କେମିତି ଏଠି ସେଠି ହୋଇ […] The post କାହିଁକି ନିବସ୍ତ୍ର ହେଇ ତଳକୁ ଡେଇଁଲେ ତିନି ଜଣ ମହିଳା, ଘରେ ତାଙ୍କ ସହିତ କଣ ଏମିତି ହେଲା? appeared first on KNews Odisha.

ଝାରସୁଗୁଡା : ଜଣ ଜଣ କରି ୩ ଜଣ ଡେଇଁଲେ ଛାତ ଉପରୁ । ପୁଣି ନିବସ୍ତ୍ର ହୋଇ । ଦେହରେ ଗୋଟିଏ ବି ବସ୍ତ୍ର ନଥିଲା । କିନ୍ତୁ ଏମିତି କାହିଁକି? କାହିଁକି ଏମାନେ ଏମିତି ଛାତରୁ ତଳକୁ ଡେଇଁଲେ । କଣ ହେଲା, କଣ ହଉଥିଲା ସେହି ଘରେ । ଯେଉଁ ଘରର ଛାତ ଉପରୁ ଡେଇଁଲେ ଏହି ତିନି ଜଣ ମହିଳା ।
ଆପଣ ବି ଦେଖନ୍ତୁ କେମିତି ଏଠି ସେଠି ହୋଇ ତଳେ ପଡିଛନ୍ତି ଏମାନେ । କିଛି ତ ଏମାନଙ୍କ ସହ ଘଟିଛି । କିଛି ତ ଅଛି ଯାହା ବାଧ୍ୟ କରିଥିଲା ଏମାନଙ୍କୁ ଛାତରୁ ଡେଇଁବାକୁ । ତେବେ କୁହାଯାଉଛି ଯେ ଗୁଣିଗାରେଡ଼ି ନେଇ ଛାତ ଉପରୁ ନିବସ୍ତ୍ର ହୋଇ ଡେଇଁଲେ ଏହି ୩ ଜଣ ମହିଳା । ମହିଳାମାନେ ତଳେ ନିବସ୍ତ୍ର ହୋଇ ପଡିଥିବା ଦେଖିବା ପରେ ସେମାନଙ୍କୁ ଉଦ୍ଧାର କରିଥିଲେ ଲୋକେ । ମହିଳାଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛି । ଯେଉଁଠି ସେମାନେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।
ତେବେ ଯାହା ସୂଚନା ରହିଛି ଗତକାଲି ଗୁଆଲପଡ଼ା ଠାରେ ଏକ ଘରେ କୌଣସି ପ୍ରକାରର ଗୁଣି ଗାରେଡ଼ି ଚାଲୁଥିବା ସ୍ଥାନୀୟ ଲୋକମାନେ ଶୁଣିବାକୁ ପାଇଥିଲେ । କିନ୍ତୁ ଏହି ସମୟରେ ଏକ ଅତି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା । ଯାହାକୁ ଦେଖିବା ପରେ ଲୋକେ ଏକଦମ୍ ଆଚମ୍ବିତ ହୋଇପଡିଥିଲେ । ଯେଉଁ ଘରେ ଗୁଣି ଗାରେଡି ହେଉଛି ବୋଲି ଲୋକେ ସନ୍ଦେହ କରୁଥିଲେ ସେହି ଘରର ତିନି ଜଣ ମହିଳା ସମ୍ପୂର୍ଣ୍ଣ ଭାବେ ନିବସ୍ତ୍ର ହୋଇ ଘରର ଛାତ ଉପରୁ ଡେଇଁ ପଡ଼ିଥିଲେ ଏବଂ ଗୁରୁତର ଆହତ ହୋଇଥିଲେ।
ଏହାକୁ ନେଇ ସ୍ଥାନୀୟ ଲୋକମାନେ ୩ଜଣ ମହିଳାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ସେଠାରେ ତାଙ୍କ ଚିକିତ୍ସା ଚାଲୁଥିବା ସୂଚନା ମିଳିଛି, କିନ୍ତୁ କେଉଁ କାରଣ ପାଇଁ ଏହି ଘଟଣାଟି ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ଜଣା ପଡିଛି।
The post କାହିଁକି ନିବସ୍ତ୍ର ହେଇ ତଳକୁ ଡେଇଁଲେ ତିନି ଜଣ ମହିଳା, ଘରେ ତାଙ୍କ ସହିତ କଣ ଏମିତି ହେଲା? appeared first on KNews Odisha.