ଗାୟକ ଅଦନାନ୍‌ଙ୍କ ମାଆଙ୍କ ଦେହାନ୍ତ, ପୋଷ୍ଟ ସେୟାର କରି ସୂଚନା

ମୁମ୍ଵାଇ ୦୭।୧୦: ବଲିଉଡର ଗାୟକ ଅଦନାନ୍ ସାମି। କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ ଦୁଃଖଦ ଖବର ସେୟାର କରିଛନ୍ତି। ଗାୟକଙ୍କ ଘରେ ଶୋକ ମାହୋଲ ଖେଳିଯାଇଛି । ଗାୟକଙ୍କ ମାଆ ଦୁନିଆକୁ ବିଦାୟ ଦେଇଛନ୍ତି। ଏନେଇ ଗାୟକ ଏକ ଅତ୍ୟନ୍ତ ଭାବପ୍ରବଣ ପୋଷ୍ଟ ସେୟାର କରି ସେ ତାଙ୍କ ମା’ଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛନ୍ତି ।ଅଦନାନ୍ ସାମିଙ୍କ ମାତା ବେଗମ୍ ନୌରିନ୍ ସାମି ଖାନ୍ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୋମବାର, ଅକ୍ଟୋବର ୭ରେ ଗାୟଙ୍କ ମାଆ ୭୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତେବେ ସେ କିପରି ମୃତ୍ୟୁବରଣ କଲେ ? ତାଙ୍କର କୌଣସି ରୋଗ ବା ବୟସ ସମ୍ବନ୍ଧୀୟ ସମସ୍ୟା ଥିଲା କି? ଏହି ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଗାୟକଙ୍କ ମା’ଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ଜଣା ପଡିନାହିଁ।View this post on InstagramA post shared by ADNAN SAMI (@adnansamiworld)ବର୍ତ୍ତମାନ ଗାୟକ ଅଦନାନ ସାମି ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍କ ମାଆଙ୍କର ଏକ ସୁନ୍ଦର ଫଟୋ ସେୟାର କରି ଦୁନିଆ ସହ ନିଜର ଯନ୍ତ୍ରଣା ସେୟାର କରିଛନ୍ତି। ତାଙ୍କ ପୋଷ୍ଟ ଦେଖି ବର୍ତ୍ତମାନ ଗାୟକଙ୍କ ଘନିଷ୍ଠ ଲୋକ ଏବଂ ତାଙ୍କ ପ୍ରଶଂସକମାନେ ମଧ୍ୟ ଭାବପ୍ରବଣ ହୋଇ ପଡିଛନ୍ତି। 

ଗାୟକ ଅଦନାନ୍‌ଙ୍କ ମାଆଙ୍କ ଦେହାନ୍ତ, ପୋଷ୍ଟ ସେୟାର କରି ସୂଚନା

ମୁମ୍ଵାଇ ୦୭।୧୦: ବଲିଉଡର ଗାୟକ ଅଦନାନ୍ ସାମି। କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ ଦୁଃଖଦ ଖବର ସେୟାର କରିଛନ୍ତି। ଗାୟକଙ୍କ ଘରେ ଶୋକ ମାହୋଲ ଖେଳିଯାଇଛି । ଗାୟକଙ୍କ ମାଆ ଦୁନିଆକୁ ବିଦାୟ ଦେଇଛନ୍ତି। ଏନେଇ ଗାୟକ ଏକ ଅତ୍ୟନ୍ତ ଭାବପ୍ରବଣ ପୋଷ୍ଟ ସେୟାର କରି ସେ ତାଙ୍କ ମା’ଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛନ୍ତି ।

ଅଦନାନ୍ ସାମିଙ୍କ ମାତା ବେଗମ୍ ନୌରିନ୍ ସାମି ଖାନ୍ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୋମବାର, ଅକ୍ଟୋବର ୭ରେ ଗାୟଙ୍କ ମାଆ ୭୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତେବେ ସେ କିପରି ମୃତ୍ୟୁବରଣ କଲେ ? ତାଙ୍କର କୌଣସି ରୋଗ ବା ବୟସ ସମ୍ବନ୍ଧୀୟ ସମସ୍ୟା ଥିଲା କି? ଏହି ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଗାୟକଙ୍କ ମା’ଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ଜଣା ପଡିନାହିଁ।

ବର୍ତ୍ତମାନ ଗାୟକ ଅଦନାନ ସାମି ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍କ ମାଆଙ୍କର ଏକ ସୁନ୍ଦର ଫଟୋ ସେୟାର କରି ଦୁନିଆ ସହ ନିଜର ଯନ୍ତ୍ରଣା ସେୟାର କରିଛନ୍ତି। ତାଙ୍କ ପୋଷ୍ଟ ଦେଖି ବର୍ତ୍ତମାନ ଗାୟକଙ୍କ ଘନିଷ୍ଠ ଲୋକ ଏବଂ ତାଙ୍କ ପ୍ରଶଂସକମାନେ ମଧ୍ୟ ଭାବପ୍ରବଣ ହୋଇ ପଡିଛନ୍ତି।