ଜାତୀୟସ୍ତରରେ ଶ୍ରେଷ୍ଠ ଜିଲା ଭାବେ କୋରାପୁଟ ପୁରସ୍କୃତ
କୋରାପୁଟ,୧୧ା୧୨(ଅମିତାଭ ବେହେରା): ଜାତୀୟସ୍ତରରେ ଶ୍ରେଷ୍ଠ ଜିଲା ପଞ୍ଚାୟତ ଭାବେ କୋରାପୁଟ ପୁରସ୍କୃତ ହୋଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ବର୍ଗରେ କୋରାପୁଟ ଦ୍ବିତୀୟ ଶ୍ରେଷ୍ଠ ଜିଲା ପଞ୍ଚାୟତ ଭାବେ ପୁରସ୍କୃତ ହୋଇଛି। ବୁଧବାର ଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିଛନ୍ତି। କୋରାପୁଟ ଜିଲା ପରିଷଦ ସଭାପତି ସସ୍ମିତା ମେଲେକା, ଜିଲାପାଳ ଭି.କୀର୍ତ୍ତି ଭାସନ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ […] The post ଜାତୀୟସ୍ତରରେ ଶ୍ରେଷ୍ଠ ଜିଲା ଭାବେ କୋରାପୁଟ ପୁରସ୍କୃତ appeared first on Dharitri Odia News.
କୋରାପୁଟ,୧୧ା୧୨(ଅମିତାଭ ବେହେରା): ଜାତୀୟସ୍ତରରେ ଶ୍ରେଷ୍ଠ ଜିଲା ପଞ୍ଚାୟତ ଭାବେ କୋରାପୁଟ ପୁରସ୍କୃତ ହୋଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ବର୍ଗରେ କୋରାପୁଟ ଦ୍ବିତୀୟ ଶ୍ରେଷ୍ଠ ଜିଲା ପଞ୍ଚାୟତ ଭାବେ ପୁରସ୍କୃତ ହୋଇଛି। ବୁଧବାର ଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିଛନ୍ତି।
କୋରାପୁଟ ଜିଲା ପରିଷଦ ସଭାପତି ସସ୍ମିତା ମେଲେକା, ଜିଲାପାଳ ଭି.କୀର୍ତ୍ତି ଭାସନ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ବାବଦରେ କୋରାପୁଟ ଜିଲା ୩ କୋଟି ଟଙ୍କାର ପୁରସ୍କାର ରାଶି ପାଇଛି। ଜାତୀୟସ୍ତରରେ ଦ୍ବିତୀୟ ଶ୍ରେଷ୍ଠ ଜିଲା ପଞ୍ଚାୟତ ଭାବେ କୋରାପୁଟ ପୁରସ୍କୃତ ହୋଇଥିବାରୁ ଜିଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। କୋରାପୁଟ ଜିଲା ତଥା ଓଡ଼ିଶା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଜିଲାପରିଷଦ ସଭାପତି ସସ୍ମିତା ମେଲେକା କହିଛନ୍ତି। ଏହି ପୁରସ୍କାର ଜିଲାର ସମସ୍ତ ପଞ୍ଚାୟତ ପାଇଁ ଉତ୍ସର୍ଗୀକୃତ ଏବଂ ଏହି ସଫଳତା ପାଇଁ ଜିଲାର ସମସ୍ତ ପଞ୍ଚାୟତିରାଜ ଜନପ୍ରତିନିଧିଙ୍କ ଭୂମିକା ପ୍ରଶଂସୀୟ ବୋଲି ଜିଲାପାଳ କହିଛନ୍ତି।
The post ଜାତୀୟସ୍ତରରେ ଶ୍ରେଷ୍ଠ ଜିଲା ଭାବେ କୋରାପୁଟ ପୁରସ୍କୃତ appeared first on Dharitri Odia News.