ନିଜ ପିସ୍ତଲରୁ ଗୁଳିମାଡ କଲେ କନେଷ୍ଟବଳ, ସାଙ୍ଗକୁ ମାରିବା ପରେ ନିଜକୁ ମାରିଲେ, ଉଭୟ ମୃତ

ସୁବର୍ଣ୍ଣପୁର :  ପୋଲିସ ଗୁଳିରେ ୨ ମୃତ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚୁଲିମାଲ ଗାଁରେ ଅଭାବନୀୟ ଘଟଣା । ମୃତକଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଲ ଥିବା ଜଣାପଡ଼ିଛି । ମୃତକମାନେ ହେଲେ ମନୋଜ ଝାଙ୍କର ଓ ଶେଷଦେବ ଝାଙ୍କର । ମନୋଜ ଜଣେ ପୋଲିସ କନଷ୍ଟେବଲ ଥିବା ବେଳେ ପାଖରେ ସର୍ଭିସ ପିସ୍ତଲ ରଖିଥିଲେ । ଗାଁ ମୁଣ୍ଡରେ ଥିବା ଏକ ପଡ଼ିଆରେ ଉଭୟ ବସିଥିବା ବେଳେ ଗୁଳି ଫୁଟିବାର ଶବ୍ଦ ଶୁଭିଥିଲା […] The post ନିଜ ପିସ୍ତଲରୁ ଗୁଳିମାଡ କଲେ କନେଷ୍ଟବଳ, ସାଙ୍ଗକୁ ମାରିବା ପରେ ନିଜକୁ ମାରିଲେ, ଉଭୟ ମୃତ appeared first on KNews Odisha.

ନିଜ ପିସ୍ତଲରୁ ଗୁଳିମାଡ କଲେ କନେଷ୍ଟବଳ, ସାଙ୍ଗକୁ ମାରିବା ପରେ ନିଜକୁ ମାରିଲେ, ଉଭୟ ମୃତ
phs

ସୁବର୍ଣ୍ଣପୁର :  ପୋଲିସ ଗୁଳିରେ ୨ ମୃତ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚୁଲିମାଲ ଗାଁରେ ଅଭାବନୀୟ ଘଟଣା । ମୃତକଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଲ ଥିବା ଜଣାପଡ଼ିଛି । ମୃତକମାନେ ହେଲେ ମନୋଜ ଝାଙ୍କର ଓ ଶେଷଦେବ ଝାଙ୍କର । ମନୋଜ ଜଣେ ପୋଲିସ କନଷ୍ଟେବଲ ଥିବା ବେଳେ ପାଖରେ ସର୍ଭିସ ପିସ୍ତଲ ରଖିଥିଲେ ।

ଗାଁ ମୁଣ୍ଡରେ ଥିବା ଏକ ପଡ଼ିଆରେ ଉଭୟ ବସିଥିବା ବେଳେ ଗୁଳି ଫୁଟିବାର ଶବ୍ଦ ଶୁଭିଥିଲା । ପରେ ମନୋଜ ଓ ଶେଷଦେବଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖାଯାଇଥିଲା । ସେମାନଙ୍କ ମୁଣ୍ଡରେ ଗୁଳି ବାଜିଥିବା ଦେଖାଯାଇଛି । ବିନିକା ଡାକ୍ତରଖାନା ଉଭୟଙ୍କୁ ନିଆଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣରୁ ଗୁଳିମାଡ଼ ହେଲା ତାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ବିନିକା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

The post ନିଜ ପିସ୍ତଲରୁ ଗୁଳିମାଡ କଲେ କନେଷ୍ଟବଳ, ସାଙ୍ଗକୁ ମାରିବା ପରେ ନିଜକୁ ମାରିଲେ, ଉଭୟ ମୃତ appeared first on KNews Odisha.