ବଜାରରେ ମହୁମାଛି ଆକ୍ରମଣ
ପାଟଣା,୯।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ବଜାରରେ ମହୁମାଛି ଆକ୍ରମଣରେମଙ୍ଗଳବାର ୧୫ରୁ ଊଦ୍ଧର୍ବ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କଲେଜ ଛାତ୍ରୀଛାତ୍ରଙ୍କ ସମେତ ବିଦ୍ୟୁତ୍ କାର୍ଯ୍ୟାଳୟର ୩ଜଣ କର୍ମଚାରୀ ରହିଛନ୍ତି। ସୂଚନା ଯୋଗ୍ୟ, କାର୍ଯ୍ୟାଳୟ ନିକଟରେ ଥିବା ଏକ ବର ଗଛ ଡ଼ାଳରେ ମହୁ ମାଛି ବସା ବାନ୍ଧିଥିଲେ। ଏକ ବାଜ ମହୁ ବସାରେ ଖୁମ୍ପି ଦେବାରୁ ମହୁମାଛିମାନେ ଆକ୍ରମଣାତ୍ମକ ହୋଇ ପଡିଥିଲେ। ଏଭଳିସ୍ଥିତିରେ ତୁରୁମୁଙ୍ଗା କଲେଜ ରାସ୍ତାରେ ଲୋକେ ଯାଉଥିବା ବେଳେ ବିଦ୍ୟୁତ୍ […] The post ବଜାରରେ ମହୁମାଛି ଆକ୍ରମଣ appeared first on Dharitri Odia News.
ପାଟଣା,୯।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ବଜାରରେ ମହୁମାଛି ଆକ୍ରମଣରେମଙ୍ଗଳବାର ୧୫ରୁ ଊଦ୍ଧର୍ବ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କଲେଜ ଛାତ୍ରୀଛାତ୍ରଙ୍କ ସମେତ ବିଦ୍ୟୁତ୍ କାର୍ଯ୍ୟାଳୟର ୩ଜଣ କର୍ମଚାରୀ ରହିଛନ୍ତି।
ସୂଚନା ଯୋଗ୍ୟ, କାର୍ଯ୍ୟାଳୟ ନିକଟରେ ଥିବା ଏକ ବର ଗଛ ଡ଼ାଳରେ ମହୁ ମାଛି ବସା ବାନ୍ଧିଥିଲେ। ଏକ ବାଜ ମହୁ ବସାରେ ଖୁମ୍ପି ଦେବାରୁ ମହୁମାଛିମାନେ ଆକ୍ରମଣାତ୍ମକ ହୋଇ ପଡିଥିଲେ।
ଏଭଳିସ୍ଥିତିରେ ତୁରୁମୁଙ୍ଗା କଲେଜ ରାସ୍ତାରେ ଲୋକେ ଯାଉଥିବା ବେଳେ ବିଦ୍ୟୁତ୍ କାର୍ଯ୍ୟାଳୟ ନିକଟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ମହୁମାଛି ଆକ୍ରମଣରେ ଏନ କେ ସିଂ, ସନ୍ଦିପ ପାତ୍ର, କରୁଣା ମହାନ୍ତ, ପ୍ରଶାନ୍ତ ମହାନ୍ତ, ସୁର ରାଉତ, ଦେବ ପାତ୍ରଙ୍କ ସମେତ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।
The post ବଜାରରେ ମହୁମାଛି ଆକ୍ରମଣ appeared first on Dharitri Odia News.