ବିଗ୍ବସ୍ ଜିତିବାର ଖୁସି ମନାଇ ଫସିଲେ ମୁନାଓ୍ବର, ମାମଲା ରୁଜୁ କଲା ପୋଲିସ
ବମ୍ବେ: ବିବାଦୀୟ ରିଆଲିଟି ଶୋ’ ବିଗ୍ବସ୍ର ୧୭ତମ ସିଜନ ଶେଷ ହୋଇଛି। ମୁନାଓ୍ବର ଫାରୁକି ହୋଇଛନ୍ତି ଏହାର ବିଜେତା। ହୋଷ୍ଟ ତଥା ଅଭିନେତା ସଲମାନ ଖାନ୍ ଏନେଇ ଘୋଷଣା କରିବା ପରଠାରୁ ମୁନାଓ୍ବରଙ୍କ ପ୍ରଶଂସକମାନେ ଉତ୍ସବ ପାଳନ କରୁଛନ୍ତି। ଏପରିକି ସେ ନିଜେ ମଧ୍ୟ ପ୍ରଶଂସକଙ୍କ ଗହଣକୁ ଯାଇ ଧନ୍ୟବାଦ ଜଣାଉଛନ୍ତି। ବିଗ୍ବସ୍ ଜିତିବା ପରେ ମୁନାଓ୍ବର ପ୍ରଥମେ ମୁମ୍ବାଇର ଡୋଙ୍ଗରୀ ଅଞ୍ଚଳରେ ପହଞ୍ଚିଥିଲେ। ଏଠାରେ ହଜାର ହଜାର ସଂଖ୍ୟାରେ ପ୍ରଶଂସକ ଏକାଠି ହୋଇ ତାଙ୍କୁ ସ୍ବାଗତ […] The post ବିଗ୍ବସ୍ ଜିତିବାର ଖୁସି ମନାଇ ଫସିଲେ ମୁନାଓ୍ବର, ମାମଲା ରୁଜୁ କଲା ପୋଲିସ appeared first on Dharitri Odia News.
ବମ୍ବେ: ବିବାଦୀୟ ରିଆଲିଟି ଶୋ’ ବିଗ୍ବସ୍ର ୧୭ତମ ସିଜନ ଶେଷ ହୋଇଛି। ମୁନାଓ୍ବର ଫାରୁକି ହୋଇଛନ୍ତି ଏହାର ବିଜେତା। ହୋଷ୍ଟ ତଥା ଅଭିନେତା ସଲମାନ ଖାନ୍ ଏନେଇ ଘୋଷଣା କରିବା ପରଠାରୁ ମୁନାଓ୍ବରଙ୍କ ପ୍ରଶଂସକମାନେ ଉତ୍ସବ ପାଳନ କରୁଛନ୍ତି। ଏପରିକି ସେ ନିଜେ ମଧ୍ୟ ପ୍ରଶଂସକଙ୍କ ଗହଣକୁ ଯାଇ ଧନ୍ୟବାଦ ଜଣାଉଛନ୍ତି।
ବିଗ୍ବସ୍ ଜିତିବା ପରେ ମୁନାଓ୍ବର ପ୍ରଥମେ ମୁମ୍ବାଇର ଡୋଙ୍ଗରୀ ଅଞ୍ଚଳରେ ପହଞ୍ଚିଥିଲେ। ଏଠାରେ ହଜାର ହଜାର ସଂଖ୍ୟାରେ ପ୍ରଶଂସକ ଏକାଠି ହୋଇ ତାଙ୍କୁ ସ୍ବାଗତ କରିଥିବା ଦେଖାଯାଇଥିଲା। ଭିଡକୁ ଦେଖି ମୁମ୍ବାଇ ପୋଲିସ ଅଞ୍ଚଳରେ ଧାରା ୧୪୪ ଲଗାଇଥିଲା। ହେଲେ ଏବେ ସେ ଆଉ ଏକ ଅଡ଼ୁଆରେ ଫସିଛନ୍ତି।
ପ୍ରଶଂସକଙ୍କ ଗହଣକୁ ମୁନାଓ୍ବର ଆସିବା ବେଳର ଭିଡିଓ କରିବା ଲାଗି ଡ୍ରୋନ୍ କ୍ୟାମେରା ବ୍ୟବହୃତ ହୋଇଥିଲା। ପୋଲିସଠାରୁ ଅନୁମତି ନ ନେଇ ଡ୍ରୋନ୍ ଉଡାଯାଇଥିବା ନେଇ ଏବେ ମାମଲା ରୁଜୁ ହୋଇଛି। ଯଦି ମୁନାଓ୍ବର ଅନୁମତି ନ ନେଇ ଡ୍ରୋନ୍ ଉଡାଇବା ମାମଲାରେ ସାମିଲ ଥାନ୍ତି ତେବେ ତାଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
The post ବିଗ୍ବସ୍ ଜିତିବାର ଖୁସି ମନାଇ ଫସିଲେ ମୁନାଓ୍ବର, ମାମଲା ରୁଜୁ କଲା ପୋଲିସ appeared first on Dharitri Odia News.