ବିଶ୍ୱ ମାନଚିତ୍ରରୁ ଗାଏବ ହୋଇଯିବ ସିଙ୍ଗାପୁର: ପ୍ରଜନନ ହାରକୁ ନେଇ ଚିନ୍ତାପ୍ରକଟ କଲେ ଏଲନ ମସ୍କ

ନୂଆଦିଲ୍ଲୀ: ଚାକିରି ପାଇଁ ମିଳୁନାହାନ୍ତି କର୍ମଚାରୀ। ରୋବଟ ଉପରେ କମ୍ପାନିଙ୍କ ଭରସା। ବିକଶିତ ରାଷ୍ଟ୍ରକୁ ଏବେ ଜନସଂଖ୍ୟା ଚିନ୍ତା। ବଢୁଛି ବୃଦ୍ଧଙ୍କ ସଂଖ୍ୟା। କମୁଛି ପ୍ରଜନନ ହାର। ବିଶ୍ୱ ମାନଚିତ୍ରରୁ ଅଦୃଶ୍ୟ ହୋଇଯିବ ସିଙ୍ଗାପୁର।  ଏଲନ୍ ମସ୍କଙ୍କ ଏହି ଟ୍ୱିଟ୍‌ ପରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଓ ବିତର୍କ। ତେବେ ମସ୍କ ଏହା କହିବାର କାରଣ କଣ ଆସନ୍ତୁ ଜାଣିବା। ଜନସଂଖ୍ୟା ହ୍ରାସ ହେତୁ ଆଜି ବିଶ୍ୱର ଅନେକ ଦେଶ ସମସ୍ୟାରେ ପଡିଛନ୍ତି। ଏଥି ସହିତ ଅନେକ ଦେଶ ପ୍ରଜନନ ହାର ହ୍ରାସ ସମସ୍ୟା ସହ ସଂଘର୍ଷ କରୁଛନ୍ତି। ସିଙ୍ଗାପୁର ବିଷୟରେ କହିବାକୁ ଗଲେ ସେଠାରେ ସ୍ଥିତି ଉଦ୍‌ବେଗଜନକ ରହିଛି। ସିଙ୍ଗାପୁରରେ ପ୍ରଜନନ ହାର 0.97ରେ ପହଞ୍ଚିଛି। ଜନସଂଖ୍ୟା ସନ୍ତୁଳନ ବଜାୟ ରଖିବା ପାଇଁ ଫର୍ଟିଲିଟି ରେଟ୍‌ ୨.୧ ରହିବା ଆବଶ୍ୟକ।ସିଙ୍ଗାପୁରରେ ଏହି ସମସ୍ୟା ବିଷୟରେ ଟ୍ୱିଟ୍ କରିଛନ୍ତି ଟେସଲା ଏବଂ ସ୍ପେସ୍ ଏକ୍ସ ମାଲିକ ଏଲନ୍ ମସ୍କ । ମସ୍କ ତାଙ୍କ ଟ୍ୱିଟରେ ଲେଖିଛନ୍ତି, 'ସିଙ୍ଗାପୁର ଏବଂ ଅନେକ ଦେଶ ଶେଷ ହେବାକୁ ଯାଉଛି। ନ୍ୟୁଜ୍ ୱିକ୍ ଅନୁଯାୟୀ, ବୃଦ୍ଧ ଜନସଂଖ୍ୟା ବୃଦ୍ଧି, କର୍ମଜୀବୀ ହ୍ରାସ ଏବଂ ସିଙ୍ଗାପୁରରେ ଶ୍ରମ ଶକ୍ତି ହ୍ରାସ ହେତୁ କାରଖାନା ଠାରୁ ଆରମ୍ଭ କରି ଖାଦ୍ୟ ବଣ୍ଟନ ପର୍ଯ୍ୟନ୍ତ ସବୁ ଜିନିଷରେ ରୋବଟ୍ ବ୍ୟବହାର କରାଯାଉଛି। ୨୦୨୩ ସୁଦ୍ଧା ସିଙ୍ଗାପୁରର ୨୫ ପ୍ରତିଶତ ୬୫ ବର୍ଷରୁ ଅଧିକ ହେବେ।ଇଣ୍ଟନ୍ୟାସନାଲ ଫେଡେରେସନ

ବିଶ୍ୱ ମାନଚିତ୍ରରୁ ଗାଏବ ହୋଇଯିବ ସିଙ୍ଗାପୁର: ପ୍ରଜନନ ହାରକୁ ନେଇ ଚିନ୍ତାପ୍ରକଟ କଲେ ଏଲନ ମସ୍କ

ନୂଆଦିଲ୍ଲୀ: ଚାକିରି ପାଇଁ ମିଳୁନାହାନ୍ତି କର୍ମଚାରୀ। ରୋବଟ ଉପରେ କମ୍ପାନିଙ୍କ ଭରସା। ବିକଶିତ ରାଷ୍ଟ୍ରକୁ ଏବେ ଜନସଂଖ୍ୟା ଚିନ୍ତା। ବଢୁଛି ବୃଦ୍ଧଙ୍କ ସଂଖ୍ୟା। କମୁଛି ପ୍ରଜନନ ହାର। ବିଶ୍ୱ ମାନଚିତ୍ରରୁ ଅଦୃଶ୍ୟ ହୋଇଯିବ ସିଙ୍ଗାପୁର।  ଏଲନ୍ ମସ୍କଙ୍କ ଏହି ଟ୍ୱିଟ୍‌ ପରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଓ ବିତର୍କ। ତେବେ ମସ୍କ ଏହା କହିବାର କାରଣ କଣ ଆସନ୍ତୁ ଜାଣିବା। 

ଜନସଂଖ୍ୟା ହ୍ରାସ ହେତୁ ଆଜି ବିଶ୍ୱର ଅନେକ ଦେଶ ସମସ୍ୟାରେ ପଡିଛନ୍ତି। ଏଥି ସହିତ ଅନେକ ଦେଶ ପ୍ରଜନନ ହାର ହ୍ରାସ ସମସ୍ୟା ସହ ସଂଘର୍ଷ କରୁଛନ୍ତି। ସିଙ୍ଗାପୁର ବିଷୟରେ କହିବାକୁ ଗଲେ ସେଠାରେ ସ୍ଥିତି ଉଦ୍‌ବେଗଜନକ ରହିଛି। ସିଙ୍ଗାପୁରରେ ପ୍ରଜନନ ହାର 0.97ରେ ପହଞ୍ଚିଛି। ଜନସଂଖ୍ୟା ସନ୍ତୁଳନ ବଜାୟ ରଖିବା ପାଇଁ ଫର୍ଟିଲିଟି ରେଟ୍‌ ୨.୧ ରହିବା ଆବଶ୍ୟକ।

ସିଙ୍ଗାପୁରରେ ଏହି ସମସ୍ୟା ବିଷୟରେ ଟ୍ୱିଟ୍ କରିଛନ୍ତି ଟେସଲା ଏବଂ ସ୍ପେସ୍ ଏକ୍ସ ମାଲିକ ଏଲନ୍ ମସ୍କ । ମସ୍କ ତାଙ୍କ ଟ୍ୱିଟରେ ଲେଖିଛନ୍ତି, 'ସିଙ୍ଗାପୁର ଏବଂ ଅନେକ ଦେଶ ଶେଷ ହେବାକୁ ଯାଉଛି। ନ୍ୟୁଜ୍ ୱିକ୍ ଅନୁଯାୟୀ, ବୃଦ୍ଧ ଜନସଂଖ୍ୟା ବୃଦ୍ଧି, କର୍ମଜୀବୀ ହ୍ରାସ ଏବଂ ସିଙ୍ଗାପୁରରେ ଶ୍ରମ ଶକ୍ତି ହ୍ରାସ ହେତୁ କାରଖାନା ଠାରୁ ଆରମ୍ଭ କରି ଖାଦ୍ୟ ବଣ୍ଟନ ପର୍ଯ୍ୟନ୍ତ ସବୁ ଜିନିଷରେ ରୋବଟ୍ ବ୍ୟବହାର କରାଯାଉଛି। ୨୦୨୩ ସୁଦ୍ଧା ସିଙ୍ଗାପୁରର ୨୫ ପ୍ରତିଶତ ୬୫ ବର୍ଷରୁ ଅଧିକ ହେବେ।

ଇଣ୍ଟନ୍ୟାସନାଲ ଫେଡେରେସନ୍ ଅଫ୍ ରୋବୋଟିକ୍ସ ଅନୁଯାୟୀ ସିଙ୍ଗାପୁରରେ ପ୍ରତି ୧୦ ହଜାର କର୍ମଚାରୀଙ୍କ ପାଇଁ ରୋବଟ୍ ସଂଖ୍ୟା ୭୭୦ ଅଟେ। ଏହି କାରଣରୁ, ସିଙ୍ଗାପୁରର ସବୁ ସ୍ଥାନରେ ବହୁତ ରୋବୋକପ୍, ରୋବୋ-କ୍ଲିନର୍, ରୋବୋ-ୱେଟର୍ ଏବଂ ରୋବୋ-ଡଗ୍‌ ଅଛନ୍ତି।

ତେବେ ୧୯୭୦ ଦଶକ ପର୍ଯ୍ୟନ୍ତ ଦକ୍ଷିଣ କୋରିଆ, ଜାପାନ ଏବଂ ଚୀନ୍ ଭଳି ଦେଶରେ ହାରାହାରି ଜଣେ ମହିଳାଙ୍କ ପାଞ୍ଚରୁ ଅଧିକ ସନ୍ତାନ ଥିଲେ।  କିନ୍ତୁ ଆଶ୍ଚର୍ଯ୍ୟ କଥା ହେଲା ବର୍ତ୍ତମାନ ଏହି ଦେଶଗୁଡିକରେ ହାରାହାରି ପ୍ରତି ମହିଳାଙ୍କ ପ୍ରତି ଗୋଟିଏ ପିଲା ମଧ୍ୟ ନାହାନ୍ତି। ଗତ ୫୦ ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ ପ୍ରଜନନ ହାରରେ ୫୦ ପ୍ରତିଶତ ହ୍ରାସ ଘଟିଛି।

ସବୁଠୁ ମଜାଳିଆ ପ୍ରସଙ୍ଗ ହେଲା, ମହିଳାମାନେ ଅଧିକ ସନ୍ତାନ ପ୍ରସବ କରିବା ପାଇଁ ଦକ୍ଷିଣ କୋରିଆ ଏକ ପୁରସ୍କାର ଯୋଜନା ଆରମ୍ଭ କରିଛି। ସରକାରୀ ଯୋଜନା ଅନୁଯାୟୀ, ୨୦୨୨ ପରଠାରୁ ଦକ୍ଷିଣ କୋରିଆରେ ପ୍ରସବ କରୁଥିବା ଜଣେ ମହିଳା ଶିଶୁର ପ୍ରସବ ପୂର୍ବରୁ ସମସ୍ତ ଖର୍ଚ୍ଚ ପାଇଁ 1850 ଆମେରିକୀୟ ଡଲାର ଅର୍ଥାତ ୧,୫୭,୦୦୦ ଭାରତୀୟ ଟଙ୍କା ନଗଦ ବୋନସ ପାଇବେ।