ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ: ବର୍ଷା ଧୋଇଦେଲା ପ୍ରଥମ ଦିନର ଖେଳ

ବ୍ରିସବେନ,୧୪।୧୨ ବ୍ରିସବେନର ଗାବା କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ବର୍ଷା ହେତୁ ପ୍ରଥମ ଦିନର ଖେଳ ବାତିଲ କରାଯାଇଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ କେବଳ ୧୩.୨ ଓଭର ଖେଳାଯାଇପାରିଥିଲା। ଏହି ସମୟ ମଧ୍ୟରେ କୌଣସି କ୍ଷତି ଉଇକେଟ୍‌ ନ ହରାଇ ଅଷ୍ଟ୍ରେଲିଆ ୨୮ ରନ ସ୍କୋର କରିଥିଲା। ଉସମାନ ଖ୍ବାଜା ୧୯ରେ ଏବଂ ନାଥାନ ମ୍ୟାକସେୱନି ୪ ରନ ସଂଗ୍ରହ […] The post ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ: ବର୍ଷା ଧୋଇଦେଲା ପ୍ରଥମ ଦିନର ଖେଳ appeared first on Dharitri Odia News.

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ: ବର୍ଷା ଧୋଇଦେଲା ପ୍ରଥମ ଦିନର ଖେଳ

ବ୍ରିସବେନ,୧୪।୧୨ ବ୍ରିସବେନର ଗାବା କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ବର୍ଷା ହେତୁ ପ୍ରଥମ ଦିନର ଖେଳ ବାତିଲ କରାଯାଇଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ କେବଳ ୧୩.୨ ଓଭର ଖେଳାଯାଇପାରିଥିଲା। ଏହି ସମୟ ମଧ୍ୟରେ କୌଣସି କ୍ଷତି ଉଇକେଟ୍‌ ନ ହରାଇ ଅଷ୍ଟ୍ରେଲିଆ ୨୮ ରନ ସ୍କୋର କରିଥିଲା। ଉସମାନ ଖ୍ବାଜା ୧୯ରେ ଏବଂ ନାଥାନ ମ୍ୟାକସେୱନି ୪ ରନ ସଂଗ୍ରହ କରି ଅପରାଜିତ ରହିଥିଲେ। ଏସବୁ ମଧ୍ୟରେ ଅଷ୍ଟ୍ରେଲିଆ କ୍ରିକେଟ ଏକ ବଡ଼ ଘୋଷଣା କରିଛି। ଏହି ଘୋଷଣା ମ୍ୟାଚ ଉପଭୋଗ କରିବାକୁ ଷ୍ଟାଡିୟମକୁ ଯାଇଥିବା ଦର୍ଶକଙ୍କ ମୁହଁରେ ହସ ଆଣିପାରେ।
ଶନିବାର ଟିକେଟ୍‌ କରିଥିବା ଦର୍ଶକଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପ୍ରଦାନ କରାଯିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ଘୋଷଣା କରିଛି। କ୍ରିକେଟ ଅଷ୍ଟ୍ରେଲିଆର ଫେରସ୍ତ ନୀତି ଅନୁଯାୟୀ ଯଦି ଗୋଟିଏ ଦିନରେ ୧୫ ଓଭରରୁ କମ ଖେଳାଯାଏ ଏବଂ କୌଣସି ଫଳାଫଳ ନ ଥାଏ, ତେବେ ଦର୍ଶକମାନେ ପୁରା ଟଙ୍କା ଫେରସ୍ତ ପାଆନ୍ତି।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଭାରତୀୟ ସମୟ ସକାଳ ୫.୫୦ରେ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ଦ୍ୱିତୀୟ ଦିନର ମ୍ୟାଚ ଅଧ ଘଣ୍ଟା ପୂର୍ବରୁ ଆରମ୍ଭ ହେବ। ଭାରତରେ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ଟୁଇଟ କରି କହିଛି – ବର୍ଷା ହେତୁ ବ୍ରିସବେନ୍‌ରେ ପ୍ରଥମ ଦିନର ଖେଳ ଆଜି ବନ୍ଦ ହୋଇଯାଇଛି। ଆସନ୍ତାକାଲି ଖେଳ ଏବଂ ପରବର୍ତ୍ତୀ ସମସ୍ତ ଦିନ ସ୍ଥାନୀୟ ସମୟ ୯.୫୦ରେ ଆରମ୍ଭ ହେବ (ଭାରତୀୟ ସମୟ ସକାଳ ୫.୨୦) ଆରମ୍ଭ ହେବ, ଯେଉଁଥିରେ ଅତିକମରେ ୯୮ ଓଭର ବୋଲିଂ କରାଯିବ।

The post ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ: ବର୍ଷା ଧୋଇଦେଲା ପ୍ରଥମ ଦିନର ଖେଳ appeared first on Dharitri Odia News.