ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅବିଭକ୍ତ କୋରାପୁଟ ଜିଲା ଗସ୍ତ

ଭୁବନେଶ୍ୱର: ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ  ନିକୁଞ୍ଜ ବିହାରୀ ଧଳଙ୍କର ଅବିଭକ୍ତ କୋରାପୁଟ ଜିଲାକୁ ଗୁରୁତ୍ୱପୂର୍ଣ୍ଣ ଗସ୍ତ କାର୍ଯ୍ୟକ୍ରମ ରହିଛିା ୨୨-୦୩-୨୦୨୪ (ଶୁକ୍ରବାର) ଦିନ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ (ନିର୍ବାଚନ) ସଂଜୟ କୁମାର ଓ ଅନ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ସହ ଅବିଭକ୍ତ କୋରାପୁଟ ଜିଲାରେ ଚାରୋଟି ଜିଲାର ଜିଲାପାଳ (କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର), ଡିଆଇଜି-ସୁନାବେଡ଼ା, […]

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅବିଭକ୍ତ କୋରାପୁଟ ଜିଲା ଗସ୍ତ

ଭୁବନେଶ୍ୱର: ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ  ନିକୁଞ୍ଜ ବିହାରୀ ଧଳଙ୍କର ଅବିଭକ୍ତ କୋରାପୁଟ ଜିଲାକୁ ଗୁରୁତ୍ୱପୂର୍ଣ୍ଣ ଗସ୍ତ କାର୍ଯ୍ୟକ୍ରମ ରହିଛିା ୨୨-୦୩-୨୦୨୪ (ଶୁକ୍ରବାର) ଦିନ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ (ନିର୍ବାଚନ) ସଂଜୟ କୁମାର ଓ ଅନ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ସହ ଅବିଭକ୍ତ କୋରାପୁଟ ଜିଲାରେ ଚାରୋଟି ଜିଲାର ଜିଲାପାଳ (କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର), ଡିଆଇଜି-ସୁନାବେଡ଼ା, ଆରକ୍ଷୀ ଅଧୀକ୍ଷକ ଓ ୧୪ଟି ବିଧାନସଭା ଆସନର ରିଟର୍ଣ୍ଣିଂ ଅଫିସରମାନଙ୍କ ସହ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିବୋ ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ମତଗଣନା କେନ୍ଦ୍ରଗୁଡ଼ିକୁ ମଧ୍ୟ ପରିଦର୍ଶନ କରିବୋ ଆଇନଶୃଙ୍ଖଳା ପରିସ୍ଥିତି ସହ ନିର୍ବାଚନ ପରିଚାଳନାର ସମସ୍ତ ଦିଗ, ପୋଷ୍ଟାଲ ବାଲାଟ୍, ନିର୍ବାଚନ ଖର୍ଚ୍ଚ ମନିଟରିଂ ଆଦି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବା ୨୩-୦୩-୨୦୨୪ରେ ମୁଖ୍ୟ ନିର୍ବାଚନ ଅଧିକାରୀ ନବରଙ୍ଗପୁର ଜିଲା ଗସ୍ତ କାର୍ଯ୍ୟକ୍ରମ ରହିଛିା