ମୁଣ୍ଡ ଉପରେ ନିର୍ବାଚନ : ଦୁଇ ନିର୍ବାଚନ କମିଶନର ପଦ ଖାଲି, ମାର୍ଚ୍ଚ ୧୫ରେ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଉ ମାତ୍ର କିଛିଦିନ ପରେ ଘୋଷଣା ହେବ ନିର୍ବାଚନ ତାରିଖ। ତେବେ ଏହା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନ ଅରୁଣ ଗୋଏଲ୍‌। ଶନିବାର ସେ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଛନ୍ତି। ଆଇ ରାଷ୍ଟ୍ରପତି ମଧ୍ୟ ତାଙ୍କ ଇସ୍ତଫାକୁ ଗ୍ରହଣ କରିନେଇଛନ୍ତି। ଆଗକୁ ନିର୍ବାଚନ ଥିବା ବେଳେ ତାଙ୍କର ଏଭଳି ଅଚାନକ ଭିଆର୍‌ଏସ୍‌ ନେବା ଚିନ୍ତା ବଢାଇ ଦେଇଛି। କାରଣ ନିର୍ବାଚନ ନିର୍ବାଚନ କମିଶନରେ ୩ […]

ମୁଣ୍ଡ ଉପରେ ନିର୍ବାଚନ : ଦୁଇ ନିର୍ବାଚନ କମିଶନର ପଦ ଖାଲି, ମାର୍ଚ୍ଚ ୧୫ରେ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ
election commission

ନୂଆଦିଲ୍ଲୀ : ଆଉ ମାତ୍ର କିଛିଦିନ ପରେ ଘୋଷଣା ହେବ ନିର୍ବାଚନ ତାରିଖ। ତେବେ ଏହା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନ ଅରୁଣ ଗୋଏଲ୍‌। ଶନିବାର ସେ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଛନ୍ତି। ଆଇ ରାଷ୍ଟ୍ରପତି ମଧ୍ୟ ତାଙ୍କ ଇସ୍ତଫାକୁ ଗ୍ରହଣ କରିନେଇଛନ୍ତି। ଆଗକୁ ନିର୍ବାଚନ ଥିବା ବେଳେ ତାଙ୍କର ଏଭଳି ଅଚାନକ ଭିଆର୍‌ଏସ୍‌ ନେବା ଚିନ୍ତା ବଢାଇ ଦେଇଛି। କାରଣ ନିର୍ବାଚନ ନିର୍ବାଚନ କମିଶନରେ ୩ ଜଣ ସଦସ୍ୟ ରହିଥାଆନ୍ତି। କିନ୍ତୁ ଏବେ କେବଳ ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ବା ଇସିଆଇ ଭାବେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଦୁଇଟି ପଦ ଖାଲି ରହିଛି। କାରଣ ଅରୁଣ ଗୋଏଲଙ୍କ ପୂର୍ବରୁ ଫେବୃଆରୀ ୧୪ରେ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ଅବସର ନେଇ ସାରିଥିଲେ।

ତେବେ ଆଗକୁ ନିର୍ବାଚନ ଥିବା ବେଳେ ଏହି ଭାରତୀୟ ନିର୍ବାଚନ କମିଶନର ୨ଟି ଗୁରୁତ୍ବପୂର୍ଣ୍ଣ ପଦ ପୂରଣ କରିବା ଆବଶ୍ୟକ। ଏଥି ପାଇଁ ଆସନ୍ତା ୧୫ ତାରିଖ ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆ ନିର୍ବାଚନ କମିଶନର ଚୟନ ନେଇ ବୈଠକ ବସିବ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀଙ୍କ ବୈଠକ ପୂର୍ବରୁ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ପ୍ରଥମେ ଦୁଇ ନିର୍ବାଚନ କମିଶନର ପଦ ପାଇଁ ପାଞ୍ଚଟି ନାମର ଦୁଇଟି ପୃଥକ ପ୍ୟାନେଲ ପ୍ରସ୍ତୁତ କରିବ। ଏହି କମିଟିରେ ଗୃହ ସଚିବ ଏବଂ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ସଚିବ (ଡିଓପିଟି) ସାମିଲ ହେବେ।

ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ଚୟନ କମିଟି ନୂଆ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ନାମ ଚୂଡ଼ାନ୍ତ କରିବେ । ଏହି ଚୟନ କମିଟିରେ ଅନ୍ୟ ଦୁଇ ସଦସ୍ୟ ଭାବେ ପ୍ରଧାନମନ୍ତ୍ରୀଙ୍କ ମନୋନୀତ ଜଣେ କେନ୍ଦ୍ରମନ୍ତ୍ରୀ ଓ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ରହିବେ । ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ନୂଆ ନିର୍ବାଚନ କମିଶନର୍ ନିଯୁକ୍ତ ହେବେ। ମାର୍ଚ୍ଚ ୧୩ କିମ୍ବା ୧୪ରେ ଚୟନ କମିଟିର ବୈଠକ ବସିପାରେ ଏବଂ ମାର୍ଚ୍ଚ ୧୫ ସୁଦ୍ଧା ନିର୍ବାଚନ କମିଶନର ନିଯୁକ୍ତି ହେବେ ବୋଲି ଜଣାପଡିଛି।