ରାସ୍ତାରେ ଶୋଇଥିବା ବେଳେ ୧୨ ଗୋରୁଙ୍କ ଉପରେ ମାଡିଗଲା ଟ୍ରକ୍
ବୀରମିତ୍ରପୁର ,୧୩।୪: ସୁନ୍ଦରଗଡ ଜିଲା ବୀରମିତ୍ରପୁର ନିକଟସ୍ଥ ଜାତୀୟ ରାଜପଥ ନଂ ୧୪୩ ତଳସେରା ଛକ ନିକଟରେ ଶନିବାର ଏକ ମାଲ ବୋଝେଇ ଟ୍ରକ୍ ଗୋରୁଙ୍କ ଉପରେ ମାଡିଯାଇଛି। ଫଳରେ ୧୨ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇ ଭାରୀଯାନ ଗାଡିଟି ଫେରାର ହୋଇଯାଇଛି। ରାସ୍ତାରେ ଶୋଇଥିବା ବେଳେ ଟ୍ରକ୍ ମାଡ଼ି ଯାଇଥିବା ସୂଚନା ମିଳିଛି। ଏହି ଘଟଣାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇଁ ବୀରମିତ୍ରପୁର ଥାନା ପୋଲିସ […] The post ରାସ୍ତାରେ ଶୋଇଥିବା ବେଳେ ୧୨ ଗୋରୁଙ୍କ ଉପରେ ମାଡିଗଲା ଟ୍ରକ୍ appeared first on Dharitri Odia News.
ବୀରମିତ୍ରପୁର ,୧୩।୪: ସୁନ୍ଦରଗଡ ଜିଲା ବୀରମିତ୍ରପୁର ନିକଟସ୍ଥ ଜାତୀୟ ରାଜପଥ ନଂ ୧୪୩ ତଳସେରା ଛକ ନିକଟରେ ଶନିବାର ଏକ ମାଲ ବୋଝେଇ ଟ୍ରକ୍ ଗୋରୁଙ୍କ ଉପରେ ମାଡିଯାଇଛି। ଫଳରେ ୧୨ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇ ଭାରୀଯାନ ଗାଡିଟି ଫେରାର ହୋଇଯାଇଛି। ରାସ୍ତାରେ ଶୋଇଥିବା ବେଳେ ଟ୍ରକ୍ ମାଡ଼ି ଯାଇଥିବା ସୂଚନା ମିଳିଛି।
ଏହି ଘଟଣାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇଁ ବୀରମିତ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁଙ୍କ ମୃତଦେହ ଉଦ୍ଧାର କରିଛି।
The post ରାସ୍ତାରେ ଶୋଇଥିବା ବେଳେ ୧୨ ଗୋରୁଙ୍କ ଉପରେ ମାଡିଗଲା ଟ୍ରକ୍ appeared first on Dharitri Odia News.