ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ବାହାରେ ଖଲିସ୍ତାନୀ ସପକ୍ଷବାଦୀଙ୍କ ହଙ୍ଗାମା

ନନ୍ଦିଘୋଷ ବ୍ୟୁରୋ: ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ବାହାରେ ଖଲିସ୍ତାନୀ ସପକ୍ଷବାଦୀଙ୍କ ହଙ୍ଗାମା। ପ୍ରତିବାଦରେ ଭାରତୀୟ ସମୁଦାୟ ଏହା ବିରୋଧରେ... The post ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ବାହାରେ ଖଲିସ୍ତାନୀ ସପକ୍ଷବାଦୀଙ୍କ ହଙ୍ଗାମା appeared first on .

ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ବାହାରେ ଖଲିସ୍ତାନୀ ସପକ୍ଷବାଦୀଙ୍କ ହଙ୍ଗାମା

ନନ୍ଦିଘୋଷ ବ୍ୟୁରୋ: ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ବାହାରେ ଖଲିସ୍ତାନୀ ସପକ୍ଷବାଦୀଙ୍କ ହଙ୍ଗାମା। ପ୍ରତିବାଦରେ ଭାରତୀୟ ସମୁଦାୟ ଏହା ବିରୋଧରେ କରିଛନ୍ତି ପ୍ରତିବାଦ। ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଭାରତୀୟ ଦୂତାବାସ ବାହାରେ ଭାରତୀୟ ସମୁଦାୟ ଉପସ୍ଥିତ ଥିଲେ। ମାତ୍ର ସେତେବେଳେ କେତେକ ଖଲିସ୍ତାନୀ ସପକ୍ଷବାଦୀ ହଙ୍ଗାମା କରିଥିଲେ। ଏହି ଘଟଣାକୁ ନେଇ ଦୂତାବାସ ଆଗରେ ଅଭାବନୀୟ ପରିସ୍ଥିତି ଦେଖାଦେଇଥିଲା ।

ଭାରତୀୟମାନେ ଅଭିଯୋଗ କରିଛନ୍ତି ଖଲିସ୍ତାନୀ ସମର୍ଥକମାନେ ଭାରତର ଜାତୀୟ ପତାକାକୁ ଅସମ୍ମାନ କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟିହୋଇଥିଲା । ପୂର୍ବରୁ ବ୍ରିଟେନର ବିଭିନ୍ନ ସିନେମା ହଲରେ କଙ୍ଗନା ରାଣାୱତ ଅଭିନୀତ ଏମର୍ଜେନ୍ସି ଫିଲ୍ମର ପ୍ରଦର୍ଶନକୁ ବିରୋଧ କରି ଖଲିସ୍ତାନ ସମର୍ଥକମାନେ ପ୍ରତିବାଦ କରିଥିଲେ । ଗତମାସରେ ଖଲିସ୍ତାନୀବାଦୀ ନେତା ଗୁରପତୱନ୍ତ ସିଂ ପନୁ ବ୍ରିଟେନରେ ଭାରତ ବିରୋଧୀ ଅଭିଯାନର ନାରା ଦେଇଥିଲେ ।

The post ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ବାହାରେ ଖଲିସ୍ତାନୀ ସପକ୍ଷବାଦୀଙ୍କ ହଙ୍ଗାମା appeared first on .