ଲେବାନନରେ ଜାତିସଂଘ ଶାନ୍ତି ସୈନିକଙ୍କ ଉପରେ ଗୁଳିମାଡ଼ କଲା ଇସ୍ରାଏଲୀ ସେନା, ରୁଷ-ଇଟାଲୀ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ ଜାତିସଂଘ ଶାନ୍ତି ସୈନିକଙ୍କ ଉପରେ ଗୁଳିମାଡ଼ କରିଛି । ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ଏହି ଗୁଳିମାଡ଼ ଘଟଣାକୁ ସବୁଆଡ଼ୁ ନିନ୍ଦା କରାଯାଉଛି । ଇଟାଲୀ ଏବଂ ରୁଷ ପରି ଦେଶ ଏହାକୁ ଜୋରଦାର ବିରୋଧ କରିଛନ୍ତି । ଇଟାଲୀର ପ୍ରତିରକ୍ଷା ମନ୍ତ୍ରଣାଳୟ ବିରୋଧ ସ୍ୱରୁପ ଇସ୍ରାଏଲ୍ ରାଷ୍ଟ୍ରଦୂତଙ୍କୁ ତଲବ କରିଛି । ଏହା ବ୍ୟତୀତ ରୁଷ ମଧ୍ୟ ଏହି ଘଟଣାରେ କଡ଼ା ପ୍ରତିକ୍ରିୟା ଦେଇଛି । ଲେବାନନରେ ଗୁଳିମାଡ଼ ଘଟଣା ପରେ ଜାତିସଂଘ ଶାନ୍ତି ସୈନିକଙ୍କ ଉପରେ ଆକ୍ରମଣ ନକରିବା ପାଇଁ ଇସ୍ରାଏଲକୁ ଚେତାବନୀ ଦେଇଛି । ରୁଷର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର କହିଛି ଯେ ଲେବାନନରେ ଜାତିସଂଘ ଶାନ୍ତି ସୁରକ୍ଷା ସୈନିକଙ୍କ ଉପରେ ଇସ୍ରାଏଲର ସୈନ୍ୟ ଆକ୍ରମଣରେ ମସ୍କୋ କ୍ଷୁଗ୍ଧ ଅଛି ଏବଂ ଇସ୍ରାଏଲ୍ ଏଭଳି ଆକ୍ରମଣଠାରୁ ଦୂରେଇ ରହିବା ଦରକାର ।ରିପୋର୍ଟ ଅନୁସାରେ ଇସ୍ରାଏଲୀ ସୁରକ୍ଷା ବଳ ଶୁକ୍ରବାର ଦକ୍ଷିଣ ଲେବାନନର ନକୌରାରେ ୟୁନିଫିଲ ଶାନ୍ତି ସେନା ସହ ଜଡ଼ିତ ଏକ ନରୀକ୍ଷଣ ଶିବିର ଉପରେ ଗୁଳିମାଡ଼ କରିଛି । ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ଭାରତ ମଧ୍ୟ ଏହି ଘଟଣାରେ ବୟାନ ଜାରି କରିିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଜାତିସଂଘ ପରିସରରେ ସମସ୍ତେ ଅହିଂସାକୁ ସମ୍ମାନ ଦେବା ଆବଶ୍ୟକ । ଏହାସହ ଜାତିସଂଘ ଶାନ୍ତି ସୈନିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷ

ଲେବାନନରେ ଜାତିସଂଘ ଶାନ୍ତି ସୈନିକଙ୍କ ଉପରେ ଗୁଳିମାଡ଼ କଲା ଇସ୍ରାଏଲୀ ସେନା, ରୁଷ-ଇଟାଲୀ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ ଜାତିସଂଘ ଶାନ୍ତି ସୈନିକଙ୍କ ଉପରେ ଗୁଳିମାଡ଼ କରିଛି । ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ଏହି ଗୁଳିମାଡ଼ ଘଟଣାକୁ ସବୁଆଡ଼ୁ ନିନ୍ଦା କରାଯାଉଛି । ଇଟାଲୀ ଏବଂ ରୁଷ ପରି ଦେଶ ଏହାକୁ ଜୋରଦାର ବିରୋଧ କରିଛନ୍ତି । ଇଟାଲୀର ପ୍ରତିରକ୍ଷା ମନ୍ତ୍ରଣାଳୟ ବିରୋଧ ସ୍ୱରୁପ ଇସ୍ରାଏଲ୍ ରାଷ୍ଟ୍ରଦୂତଙ୍କୁ ତଲବ କରିଛି । ଏହା ବ୍ୟତୀତ ରୁଷ ମଧ୍ୟ ଏହି ଘଟଣାରେ କଡ଼ା ପ୍ରତିକ୍ରିୟା ଦେଇଛି । ଲେବାନନରେ ଗୁଳିମାଡ଼ ଘଟଣା ପରେ ଜାତିସଂଘ ଶାନ୍ତି ସୈନିକଙ୍କ ଉପରେ ଆକ୍ରମଣ ନକରିବା ପାଇଁ ଇସ୍ରାଏଲକୁ ଚେତାବନୀ ଦେଇଛି । ରୁଷର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର କହିଛି ଯେ ଲେବାନନରେ ଜାତିସଂଘ ଶାନ୍ତି ସୁରକ୍ଷା ସୈନିକଙ୍କ ଉପରେ ଇସ୍ରାଏଲର ସୈନ୍ୟ ଆକ୍ରମଣରେ ମସ୍କୋ କ୍ଷୁଗ୍ଧ ଅଛି ଏବଂ ଇସ୍ରାଏଲ୍ ଏଭଳି ଆକ୍ରମଣଠାରୁ ଦୂରେଇ ରହିବା ଦରକାର ।

ରିପୋର୍ଟ ଅନୁସାରେ ଇସ୍ରାଏଲୀ ସୁରକ୍ଷା ବଳ ଶୁକ୍ରବାର ଦକ୍ଷିଣ ଲେବାନନର ନକୌରାରେ ୟୁନିଫିଲ ଶାନ୍ତି ସେନା ସହ ଜଡ଼ିତ ଏକ ନରୀକ୍ଷଣ ଶିବିର ଉପରେ ଗୁଳିମାଡ଼ କରିଛି । ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ଭାରତ ମଧ୍ୟ ଏହି ଘଟଣାରେ ବୟାନ ଜାରି କରିିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଜାତିସଂଘ ପରିସରରେ ସମସ୍ତେ ଅହିଂସାକୁ ସମ୍ମାନ ଦେବା ଆବଶ୍ୟକ । ଏହାସହ ଜାତିସଂଘ ଶାନ୍ତି ସୈନିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବା ଦରକାର ବୋଲି କରିଛି । ସୂତ୍ର ଅନୁସାରେ ଇସ୍ରାଏଲୀ ସୁରକ୍ଷା ବଳ ଗୁରୁବାର ଫୁନିଫିଲର ଅନ୍ୟ ଏକ ସୈନ୍ୟ ଶିବିର ପରିଧିର ଉଲ୍ଲଂଘନ କରିଥିଲା, ଯେଉଁଥି ପାଇଁ ଗୁଳି ଚାଳନା ମଧ୍ୟ ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ଅନୁସାରେ ଇସ୍ରାଏଲ୍ ଏବଂ ହେଜବୁଲ୍ଲା ମଧ୍ୟରେ ସଂଘର୍ଷ ଆରମ୍ଭ ହେବା ପରଠୁ ଲେବାନନରେ ୧୦୦ରୁ ଅଧିକ ଚିକିତ୍ସା ଏବଂ ଜରୁରୀକାଳିନ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଅନ୍ୟପେଟେ ମଧ୍ୟ ବେରୁଟରେ ଗୁରୁବାର ସଂଧ୍ୟାରେ ଇସ୍ରାଏଲ୍ ଏୟାର ଷ୍ଟ୍ରାଇକରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ଲେବାନନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ଆକ୍ରମଣରେ ପଶ୍ଚିମ ବେରୁଟର ଅଲଗା ଅଲଗା ସ୍ଥାନରେ ଥିବା ଦୁଇ ଆବାସିକ ବିଲ୍ଡିଂକୁ ଟାର୍ଗେଟ୍ କରାଯାଇଥିଲା । ଏଥିରୁ ଗୋଟିଏ ବିଲ୍ଡିଂ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବା ବେଳେ ଅନ୍ୟଟି କ୍ଷତିଗ୍ରସ୍ତ ହୋଇଛି ।