ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଦିଲ୍ଲୀକୁ ୧୨ ରନରେ ହରାଇଲା ରାଜସ୍ଥାନ, ହିରୋ ସାଜିଲେ ରିୟାନ ପରାଗ

ଜୟପୁର: ରିୟାନ ପରାଗଙ୍କ ଦମଦାର ବ୍ୟାଟିଂ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ଘରୋଇ ମଇଦାନରେ ଖେଳା ଯାଇଥିବା ଆଇପିଏଲର ନବମ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନରେ  ହରାଇଛି ରାଜସ୍ଥାନ ରୟାଲ୍ସ। ଏଥିସହ ଦଳ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଥିବା ବେଳେ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଲଗାତାର ଦ୍ଵିତୀୟ ପରାଜୟ ଭୋଗିଛି। ରାଜସ୍ଥାନ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନରେ ନିଜର ସ୍ଥିତି ମଜବୁତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ରିୟାନ ପରାଗଙ୍କ ୮୪ ରନ ବଳରେ ୫ ଓ୍ଵିକେଟ୍ ହରାଇ ୧୮୫ ରନ କରିଥିଲା। ଜବାବରେ ଦିଲ୍ଲୀ ୫ ଓ୍ଵିକେଟ୍  ହରାଇ ୧୭୩ ରନ କରି ପାରିଛି। ଡେଭିଡ୍ ଓ୍ଵାର୍ଣ୍ଣର ୪୯ ରନ ଓ ଟ୍ରିହ୍ଟନ ଟବ୍ସ ୪୪ ରନ କରିଥିଲେ ହେଁ ତାହା ଦଳ ପାଇଁ ଯଥେଷ୍ଟ ନ ଥିଲା। ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚହଲ, ଅଭେଶ ଖାନ ଓ ନାନ୍ଦ୍ରେ ବର୍ଗର ଶାଣିତ ବୋଲିଂ କରି ଦଳ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। Also read: ବଢିଲା ମୁମ୍ବାଇ ଇଣ୍ଡିଆନ୍ସର ମୁସ୍କିଲ, ଆଉ କିଛି ମ୍ୟାଚ୍ ଖେଳିବେ ନାହିଁ ସୂର୍ଯ୍ୟକୁମାର ଯାଦବ୧୮୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦିଲ୍ଲୀ କ୍ୟାପିଟାଲ୍ସର ଓପନର ଡେଭିଡ୍ ଓ୍ଵାର୍ଣ୍ଣର ଓ ମିଚେଲ୍ ମାର୍ଶ ୩୦ ରନ ଯୋଡ଼ିଥିଲେ। ଦଳୀୟ ସ୍କୋର ୩୦ ରନରେ ଦିଲ୍ଲୀକୁ ଡବଲ ଝଟକା ଲାଗିଥିଲା।  ମାର୍ଶ ୧୨ ବଲରୁ ୨୩ ରନ ଓ ରିକି ଭୁଇ(୦) ପାଭିଲିୟନ ଫେରିଥିଲେ।

ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଦିଲ୍ଲୀକୁ ୧୨ ରନରେ ହରାଇଲା ରାଜସ୍ଥାନ, ହିରୋ ସାଜିଲେ ରିୟାନ ପରାଗ

ଜୟପୁର: ରିୟାନ ପରାଗଙ୍କ ଦମଦାର ବ୍ୟାଟିଂ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ଘରୋଇ ମଇଦାନରେ ଖେଳା ଯାଇଥିବା ଆଇପିଏଲର ନବମ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନରେ  ହରାଇଛି ରାଜସ୍ଥାନ ରୟାଲ୍ସ। ଏଥିସହ ଦଳ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଥିବା ବେଳେ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଲଗାତାର ଦ୍ଵିତୀୟ ପରାଜୟ ଭୋଗିଛି। ରାଜସ୍ଥାନ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନରେ ନିଜର ସ୍ଥିତି ମଜବୁତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ରିୟାନ ପରାଗଙ୍କ ୮୪ ରନ ବଳରେ ୫ ଓ୍ଵିକେଟ୍ ହରାଇ ୧୮୫ ରନ କରିଥିଲା। ଜବାବରେ ଦିଲ୍ଲୀ ୫ ଓ୍ଵିକେଟ୍  ହରାଇ ୧୭୩ ରନ କରି ପାରିଛି। ଡେଭିଡ୍ ଓ୍ଵାର୍ଣ୍ଣର ୪୯ ରନ ଓ ଟ୍ରିହ୍ଟନ ଟବ୍ସ ୪୪ ରନ କରିଥିଲେ ହେଁ ତାହା ଦଳ ପାଇଁ ଯଥେଷ୍ଟ ନ ଥିଲା। ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚହଲ, ଅଭେଶ ଖାନ ଓ ନାନ୍ଦ୍ରେ ବର୍ଗର ଶାଣିତ ବୋଲିଂ କରି ଦଳ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। 

Also read: ବଢିଲା ମୁମ୍ବାଇ ଇଣ୍ଡିଆନ୍ସର ମୁସ୍କିଲ, ଆଉ କିଛି ମ୍ୟାଚ୍ ଖେଳିବେ ନାହିଁ ସୂର୍ଯ୍ୟକୁମାର ଯାଦବ

୧୮୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦିଲ୍ଲୀ କ୍ୟାପିଟାଲ୍ସର ଓପନର ଡେଭିଡ୍ ଓ୍ଵାର୍ଣ୍ଣର ଓ ମିଚେଲ୍ ମାର୍ଶ ୩୦ ରନ ଯୋଡ଼ିଥିଲେ। ଦଳୀୟ ସ୍କୋର ୩୦ ରନରେ ଦିଲ୍ଲୀକୁ ଡବଲ ଝଟକା ଲାଗିଥିଲା।  ମାର୍ଶ ୧୨ ବଲରୁ ୨୩ ରନ ଓ ରିକି ଭୁଇ(୦) ପାଭିଲିୟନ ଫେରିଥିଲେ। ଏହା ପରେ ଡେଭିଡ୍ ଓ୍ଵାର୍ଣ୍ଣର ଓ ଋଷଭ ପନ୍ତ ଇନିଂସକୁ ଆଗକୁ ବଢାଇଥିଲେ। ଉଭୟ ୩ୟ ଓ୍ଵିକେଟ୍ ପାଇଁ ୬୭ ରନ ଯୋଡ଼ି ଦଳର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ତେବେ ଡେଭିଡ୍ ଓ୍ଵାର୍ଣ୍ଣର ଆଉଟ୍ ହେବା ଦଳକୁ ବଡ଼ ଝଟକା ଲାଗିଥିଲା। ଓ୍ଵାର୍ଣ୍ଣର ୩୪ ବଲରୁ ୫ ଚୌକା ଓ ୩ ଛକା ସହ ୪୯ ରନ କରିଥିଲେ। ପୁଣି ଋଷଭ ପନ୍ତ ୨୮ ରନ କରି ପାଭିଲିୟନ ଫେରିଥିଲେ। 

ଟ୍ରିଷ୍ଟନ ଟବ୍ସ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟର ନିକଟର କରାଇଥିଲେ ହେଁ ମ୍ୟାଚ୍ ଜିତାଇ ପାରି ନ ଥିଲେ। ବିଶେଷ କରି ରାଜସ୍ଥାନର ୟୁଜବେନ୍ଦ୍ର ଚହଲ, ଅଭେଶ ଖାନ ଓ ନାନ୍ଦ୍ରେ ବର୍ଗର ଶାଣିତ ବୋଲିଂ କରି ଦିଲ୍ଲୀ ବ୍ୟାଟର ହାତଖୋଲ ସଟ୍ ଖେଳିବାକୁ ଦେଇ ନ ଥିଲେ। ଫଳରେ ଦିଲ୍ଲୀ ଇନିଂସ ୫ ଓ୍ଵିକେଟ୍ ହରାଇ ୧୭୩ ରନରେ ଅଟକି ଯାଇଥିଲା। ଅଭେଷ ଖାନ ଶେଷ ଓଭର ଚତ୍ମକାର ବୋଲିଂ କରି ଦଳକୁ ଜିତାଇଥିଲେ। ଟ୍ରିଷ୍ଟନ ଟବ୍ସ ୨୩ ବଲରୁ ୨ ଚୌକା ଓ ୩ ଛକା ସହ ୪୪ ରନ ଏବଂ ଅକ୍ଷର ପଟେଲ ୧୫ ରନ କରି ଅପରାଜିତ ଥିଲେ। 

ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୩ ଓଭର ବୋଲିଂ କରି ମାତ୍ର ୧୯ ରନ ଦେଇ ୨ଟି ସଫଳତା ହାସଲ କରିଥିଲେ।  ନାନ୍ଦ୍ରେ ବର୍ଗର ୩ ଓଭରରେ ୨୯ ରନ ଦେଇ ୨ଟି ଓ ଅଭେଶ ଖାନ ୪ ଓଭର ବୋଲିଂ କରି ୨୯ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଥିଲେ।