ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି ଅଭିନେତ୍ରୀ
ତେଲୁଗୁ ଟେଲିଭିଜନ ଧାରାବାହିକ ‘ତ୍ରିନୟନୀ’ରେ ତିଳେତ୍ତମା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ରବିବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର ମେହବୁବନଗର ନିକଟରେ ଏକ ଭୟଙ୍କର କାର ଦୁର୍ଘଟଣାରେ ଏହି ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଛି। ପବିତ୍ରାଙ୍କ କାରଟି ନିୟନ୍ତ୍ରଣ ବାହାରକୁ ଯାଇ ଡିଭାଇଡର୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ସମୟରେ ହାଇଦ୍ରାବାଦରୁ ୱାନାପାର୍ଟି ଯାଉଥିବା ଏକ ବସ କାରର ଡାହାଣ ପାର୍ଶ୍ୱରେ ମୁହାଁମୁହିଁ ଧକ୍କା ହୋଇଥିଲା। କର୍ନାଟକର ମାଣ୍ଡିଆ ଜିଲାର ହନାକେରେ ଫେରୁଥିବା […] The post ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି ଅଭିନେତ୍ରୀ appeared first on Dharitri Odia News.
ତେଲୁଗୁ ଟେଲିଭିଜନ ଧାରାବାହିକ ‘ତ୍ରିନୟନୀ’ରେ ତିଳେତ୍ତମା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ରବିବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର ମେହବୁବନଗର ନିକଟରେ ଏକ ଭୟଙ୍କର କାର ଦୁର୍ଘଟଣାରେ ଏହି ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଛି।
ପବିତ୍ରାଙ୍କ କାରଟି ନିୟନ୍ତ୍ରଣ ବାହାରକୁ ଯାଇ ଡିଭାଇଡର୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ସମୟରେ ହାଇଦ୍ରାବାଦରୁ ୱାନାପାର୍ଟି ଯାଉଥିବା ଏକ ବସ କାରର ଡାହାଣ ପାର୍ଶ୍ୱରେ ମୁହାଁମୁହିଁ ଧକ୍କା ହୋଇଥିଲା। କର୍ନାଟକର ମାଣ୍ଡିଆ ଜିଲାର ହନାକେରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ପବିତ୍ରାଙ୍କ ସମ୍ପର୍କୀୟ ଅପେକ୍ଷା, ଡ୍ରାଇଭର ଶ୍ରୀକାନ୍ତ ଏବଂ ଅଭିନେତା ଚନ୍ଦ୍ରକାନ୍ତ ଗୁରୁତର ଆହତ ହୋଇଛନ୍ତି।
The post ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି ଅଭିନେତ୍ରୀ appeared first on Dharitri Odia News.