ସତ୍ତା ହରାଇବାକୁ ବସିଲାଣି କନ୍ଧମାଳ ଜିଲ୍ଲା କଳିଙ୍ଗା ବଟାନିକାଲ ରିସର୍ଚ୍ଚ ଗାର୍ଡେନ
ନନ୍ଦିଘୋଷ ବ୍ୟୁରୋ: ସତ୍ତା ହରାଇବାକୁ ବସିଲାଣି କନ୍ଧମାଳ ଜିଲ୍ଲା କଳିଙ୍ଗା ବଟାନିକାଲ ରିସର୍ଚ୍ଚ ଗାର୍ଡେନ। ଦିନ ଥିଲା ଏଠାରେ ବଟାନିକାଲ... The post ସତ୍ତା ହରାଇବାକୁ ବସିଲାଣି କନ୍ଧମାଳ ଜିଲ୍ଲା କଳିଙ୍ଗା ବଟାନିକାଲ ରିସର୍ଚ୍ଚ ଗାର୍ଡେନ appeared first on .
ନନ୍ଦିଘୋଷ ବ୍ୟୁରୋ: ସତ୍ତା ହରାଇବାକୁ ବସିଲାଣି କନ୍ଧମାଳ ଜିଲ୍ଲା କଳିଙ୍ଗା ବଟାନିକାଲ ରିସର୍ଚ୍ଚ ଗାର୍ଡେନ। ଦିନ ଥିଲା ଏଠାରେ ବଟାନିକାଲ ଛାତ୍ରଛାତ୍ରୀ, ବନବିଭାଗ କର୍ମଚାରୀ ଗବେଷଣା କରୁଥିଲେ। ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା । ହେଲେ ୧୫ ବର୍ଷରୁ ଅଧିକ ସମୟ ଧରି ରାଜ୍ୟ ସରକାର କିମ୍ବା ସିଲଭି କଲ୍ଚର ବିଭାଗ ଏହି ରିସର୍ଚ୍ଚ ଗାର୍ଡେନର ଉନ୍ନତି ପ୍ରତି ଦୃଷ୍ଟି ନଦେବାରୁ ଏହା ଏବେ ବନ୍ଦ ହୋଇ ପଡ଼ିଛି l ଏହାର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ ।
ଜରାଜୀର୍ଣ୍ଣ ଅବସ୍ଥାରେ କନ୍ଧମାଳ କଳିଙ୍ଗା ବଟାନିକାଲ ରିସର୍ଚ୍ଚ ଗାର୍ଡେନ । ରାଜ୍ଯ ସରକାର ଓ ନିଜସ୍ଵ ବିଭାଗ ସିଲଭି କଲ୍ଚରର ଅବହେଳାରୁ ସତ୍ତା ହରାଇବାକୁ ବସିଲାଣି ଉଦ୍ଯାନ । ୧୯୬୭ ମସିହାରେ ଏହି ଗାର୍ଡେନ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇଥିଲା । ୩୭ ହେକ୍ଟର ପରିମିତ ଅଞ୍ଚଳରେ ବିଭିନ୍ନ ପ୍ରକାର ଗଛଲତା ସାଙ୍ଗକୁ ବହୁ ଔଷଧୀୟ ଚାରା ରୋପଣ କରାଯାଇଥିଲା । ବଟାନିକାଲ ଛାତ୍ରଛାତ୍ରୀ ଓ ବନବିଭାଗର କର୍ମଚାରୀମାନେ ଏଠାକୁ ଆସି ବିଭିନ୍ନ ଔଷଧୀୟ ବୃକ୍ଷ ଉପରେ ରିସର୍ଚ୍ଚ କରୁଥିଲେ । ହେଲେ ଏବେ ଏଠାରେ ଆଉ ନାହିଁ ଔଷଧୀୟ ଗଛ। କେବଳ ଶାଳ, ପିଆଶାଳ, ପାଇନ, ଡାଳଚିନ, ଗୋଲମରିଚ, ବିଭିନ୍ନ ପ୍ରକାର ବାଉଁଶ ଗଛରେ ସୀମିତ ହୋଇ ରହିଯାଇଛି । ସେଥିମଧ୍ୟରୁ ଅଳ୍ପକିଛି ଫାଇଲିନ ବାତ୍ୟାରେ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ଔଷଧୀୟ ବୃକ୍ଷ ଅନନ୍ତ ମୂଳ, ଅପମାରଙ୍ଗ, ଖଡି ସିଜୁ, କୃଷ୍ଣପର୍ଣ୍ଣୀ, ପେଙ୍ଗୁ, ଶାଳପର୍ଣ୍ଣୀ, ବୃଦ୍ଧଦରକ, ଶତାବରୀ ପିପ୍ପଳି, ପସାରୁଣୀ, ଘୃତକୁଆଁରୀ, ତାଳମୂଳୀ, ବଣପିଆଜ, ବଣଭାଲିଆ, ଭୂଇଁ ନିମ୍ବ, ସୁଗନ୍ଧି ଭଳି ଅନେକ ବହୁମୂଲ୍ୟ ବିରଳ ଔଷଧୀୟ ବୃକ୍ଷ ରହିଥିଲା ଯାହାକି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି । ଏଠାରୁ ବହୁ ପରିମାଣରେ ଡାଲଚିନ ଏବଂ ଗୋଲମରିଚ ଉତ୍ପାଦନ ହେଉଥିଲା, ତାହା ମଧ୍ଯ କମିଗଲାଣି । ବନବିଭାଗ ମଧ୍ଯ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନି।
ବର୍ତ୍ତମାନ ଏହି ଗାର୍ଡେନର ଦାୟିତ୍ଵ ଭୁବନେଶ୍ଵର ସ୍ଥିତ ସିଲଭି କଲ୍ଚର ବିଭାଗ ଅଧୀନରେ ରହିଛି। ଦେଖାଶୁଣା କରିବା ପାଇଁ ବିଭାଗ ପକ୍ଷରୁ ଦୁଇ ତିନି ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କ ମଧ୍ୟରୁ କିଛି ଏଠାରେ ରହୁଥିବା ବେଳେ ଅନ୍ୟମାନେ ଆଦୌ ନ ଆସି ଘରେ ବସି ବସି ଦରମା ନିଅନ୍ତି । ବିଶେଷକରି ରେଞ୍ଜର ଭଞ୍ଜନଗର ରହି ମଧ୍ଯ ଆଦୌ ଏଠାକୁ ଆସୁନାହାଁନ୍ତି । କର୍ମଚାରୀଙ୍କ ଅବହେଳା କାରଣରୁ ଏହି ଗାର୍ଡେନକୁ ସଫା କରିହେଉନି ।ଫଳରେ ଗାର୍ଡେନ ଭିତର ରାସ୍ତା ଏବେ ଆଉ ଜଣାପଡୁନି । ତେଣୁ ଏହି ଗାର୍ଡେନର ପୁନରୁଦ୍ଧାର କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।
The post ସତ୍ତା ହରାଇବାକୁ ବସିଲାଣି କନ୍ଧମାଳ ଜିଲ୍ଲା କଳିଙ୍ଗା ବଟାନିକାଲ ରିସର୍ଚ୍ଚ ଗାର୍ଡେନ appeared first on .