ସୁନା ଖଣି ଭୁଶୁଡ଼ି ୪୩ ମୃତ: ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା

ନୂଆଦିଲ୍ଲୀ: ସୁନା ଖଣିରେ ଭୂସ୍ଖଳନ ଯୋଗୁ ୪୩ ଜଣଙ୍କର ମୃତ୍ୟୁ ହୋଇଛି। ଶନିବାର ପଶ୍ଚିମ ମାଲିରେ  ଥିବା ଏକ ଅସ୍ଥାୟୀ ସୁନା ଖଣିରେ ଏହି ଭୂସ୍ଖଳନ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି ବୋଲି ମାଲି ଶିଳ୍ପ ସଂଘର ମୁଖ୍ୟ ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣାଟି ମାଲିର ସୁନା ସମୃଦ୍ଧ କାୟେସ୍ ଅଞ୍ଚଳର କେନିବା ସହର ନିକଟରେ ଘଟିଛି। ଏନେଇ ନ୍ୟାସନାଲ ୟୁନିଅନ ଅଫ୍ ଗୋଲ୍ଡ କାଉଣ୍ଟର ଆଣ୍ଡ ରିଫାଇନାରୀ (UCROM)ର ସେକ୍ରେଟାରୀ ଜେନେରାଲ ତାଉଲେ କାମାରା ରଏଟର୍ସଙ୍କୁ ସୂଚନା ଦେଇଛନ୍ତି।ତାଙ୍କ କହିବା ଅନୁସାରେ, ମହିଳାମାନେ ସୁନା ଖଣ୍ଡ ଖୋଜିବା ଖୋଲା ଗର୍ତ୍ତ ଭିତରକୁ ପଶିବା ପରେ ସେମାନଙ୍କ ଉପରେ ମାଟି ଅତଡ଼ା ଖସିପଡ଼ିଥିଲା। ଖଣି ମନ୍ତ୍ରଣାଳୟର ଜଣେ ମୁଖପାତ୍ର କେନିବା ଏବଂ ଡାବିଆ ସହର ମଧ୍ୟରେ ଦୁର୍ଘଟଣା ଘଟିଥିବା ସ୍ପଷ୍ଟ କରିଛନ୍ତି। ହେଲେ ଘଟଣାସ୍ଥଳରେ ଥିବା ସରକାରୀ ଟିମ୍   ଏନେଇ କୌଣସି ରିପୋର୍ଟ ଦେଇ ନଥିବାରୁ ସେ ଘଟଣା ବିଷୟରେ ଅଧିକ ବିବରଣୀ ଦେବାକୁ ମନା କରିଛନ୍ତି। ପଶ୍ଚିମ ଆଫ୍ରିକାର ଅଧିକାଂଶ ଅଞ୍ଚଳରେ ଶ୍ରମିକମାନେ ହାତରେ ସୁନା ଖଣି ଖୋଳିବା ଏକ ସାଧାରଣ କାର୍ଯ୍ୟ। ତେବ ସମ୍ପ୍ରତି ବର୍ଷଗୁଡ଼ିକରେ ଏହି ଧାତୁର ଚାହିଦା ବୃଦ୍ଧି ଏବଂ ମୂଲ୍ୟ ବୃଦ୍ଧି ଯୋଗୁ ହାତରେ ଶ୍ରମିକଙ୍କ ଦ୍ୱାରା ସୁନା ଖୋଳିବା ଅଧିକ ଲାଭଜନକ ହୋଇଛି। ତେଣୁ ଏଥିରେ ଶ୍ରମିକଙ୍କ ସଂଖ୍ୟା ବଢ଼ି ଯାଇଛି। ସୁନା ଖଣୀରେ ଶ୍ରମିକଙ୍କ ଦ୍ୱାରା ଏଭଳି ବ

ସୁନା ଖଣି ଭୁଶୁଡ଼ି ୪୩ ମୃତ: ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା

ନୂଆଦିଲ୍ଲୀ: ସୁନା ଖଣିରେ ଭୂସ୍ଖଳନ ଯୋଗୁ ୪୩ ଜଣଙ୍କର ମୃତ୍ୟୁ ହୋଇଛି। ଶନିବାର ପଶ୍ଚିମ ମାଲିରେ  ଥିବା ଏକ ଅସ୍ଥାୟୀ ସୁନା ଖଣିରେ ଏହି ଭୂସ୍ଖଳନ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି ବୋଲି ମାଲି ଶିଳ୍ପ ସଂଘର ମୁଖ୍ୟ ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣାଟି ମାଲିର ସୁନା ସମୃଦ୍ଧ କାୟେସ୍ ଅଞ୍ଚଳର କେନିବା ସହର ନିକଟରେ ଘଟିଛି। ଏନେଇ ନ୍ୟାସନାଲ ୟୁନିଅନ ଅଫ୍ ଗୋଲ୍ଡ କାଉଣ୍ଟର ଆଣ୍ଡ ରିଫାଇନାରୀ (UCROM)ର ସେକ୍ରେଟାରୀ ଜେନେରାଲ ତାଉଲେ କାମାରା ରଏଟର୍ସଙ୍କୁ ସୂଚନା ଦେଇଛନ୍ତି।

ତାଙ୍କ କହିବା ଅନୁସାରେ, ମହିଳାମାନେ ସୁନା ଖଣ୍ଡ ଖୋଜିବା ଖୋଲା ଗର୍ତ୍ତ ଭିତରକୁ ପଶିବା ପରେ ସେମାନଙ୍କ ଉପରେ ମାଟି ଅତଡ଼ା ଖସିପଡ଼ିଥିଲା। ଖଣି ମନ୍ତ୍ରଣାଳୟର ଜଣେ ମୁଖପାତ୍ର କେନିବା ଏବଂ ଡାବିଆ ସହର ମଧ୍ୟରେ ଦୁର୍ଘଟଣା ଘଟିଥିବା ସ୍ପଷ୍ଟ କରିଛନ୍ତି। ହେଲେ ଘଟଣାସ୍ଥଳରେ ଥିବା ସରକାରୀ ଟିମ୍   ଏନେଇ କୌଣସି ରିପୋର୍ଟ ଦେଇ ନଥିବାରୁ ସେ ଘଟଣା ବିଷୟରେ ଅଧିକ ବିବରଣୀ ଦେବାକୁ ମନା କରିଛନ୍ତି। 

ପଶ୍ଚିମ ଆଫ୍ରିକାର ଅଧିକାଂଶ ଅଞ୍ଚଳରେ ଶ୍ରମିକମାନେ ହାତରେ ସୁନା ଖଣି ଖୋଳିବା ଏକ ସାଧାରଣ କାର୍ଯ୍ୟ। ତେବ ସମ୍ପ୍ରତି ବର୍ଷଗୁଡ଼ିକରେ ଏହି ଧାତୁର ଚାହିଦା ବୃଦ୍ଧି ଏବଂ ମୂଲ୍ୟ ବୃଦ୍ଧି ଯୋଗୁ ହାତରେ ଶ୍ରମିକଙ୍କ ଦ୍ୱାରା ସୁନା ଖୋଳିବା ଅଧିକ ଲାଭଜନକ ହୋଇଛି। ତେଣୁ ଏଥିରେ ଶ୍ରମିକଙ୍କ ସଂଖ୍ୟା ବଢ଼ି ଯାଇଛି। ସୁନା ଖଣୀରେ ଶ୍ରମିକଙ୍କ ଦ୍ୱାରା ଏଭଳି ବେଆଇନ ଭାବେ ଖୋଳାଯାଉଥିବାର ପଶ୍ଚିମ ଆଫ୍ରିକାରେ ପ୍ରାୟତଃ ଏଭଳି ଘଟଣା ଘଟୁଛି। ଏହା ପୂର୍ବରୁ ଜାନୁଆରୀ ଶେଷରେ ଦକ୍ଷିଣ-ପଶ୍ଚିମ ମାଲିରେ ସୁନା ପାଇଁ ଖୋଳିବା ସମୟରେ ଏକ ସୁଡଙ୍ଗରେ ପାଣି ପଶିଯିବାରୁ ମହିଳା ଏବଂ ତିନି ଜଣ ଶିଶୁ ସମେତ ମୋଟ ୧୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଚଳିତ ବର୍ଷ ଜାନୂୁଆରୀ ୨୫ ତାରିଖରେ ମଧ୍ୟ ସୁନା ଖଣି ଭୁଶୁଡି ପଡିବାରୁ ୭୦ରୁ ଅଧିକ ଲୋକଙ୍କର ଜୀବନ ଯାଇଥିଲା।