ସୁନା ମୂଲ୍ୟରେ ବଡ଼ ହ୍ରାସ, ହଠାତ୍ ଦାମ୍‌ ଖସି ଆସିଲା ତଳକୁ, ଜାଣନ୍ତୁ କେତେ ହେଲା ୧୦ ଗ୍ରାମ ମୂଲ୍ୟ

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ୨୩ ଏପ୍ରିଲରେ ସୁନା ମୂଲ୍ୟରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟରେ ୨,୭୦୦ ଟଙ୍କା ହ୍ରାସ ପାଇଛି। ଫଳରେ ଦାମ ୯୫,୭୮୪ ଟଙ୍କାକୁ ଖସି ଆସିଛି। ପୂର୍ବରୁ ୧୦ ଗ୍ରାମ ସୁନାର ମୂଲ୍ୟ  ୯୮,୪୮୪ ଟଙ୍କା ଥିଲା। ଗତ ବର୍ଷକ ମଧ୍ୟରେ ଏହା ସୁନାରେ ଦ୍ୱିତୀୟ ବଡ଼ ହ୍ରାସ। ୨୩ ଜୁଲାଇ ୨୦୨୪ରେ ବଜେଟରେ ସୁନା ଏବଂ ରୁପା ଉପରେ କଷ୍ଟମ ଡ୍ୟୁଟି (ଆମଦାନୀ କର) ହ୍ରାସ ପରେ, ଗୋଟିଏ ଦିନରେ ସୁନାର ମୂଲ୍ୟ ୩୬୦୦ ଟଙ୍କା ହ୍ରାସ ପାଇଥିଲା।ତେବେ ସୁନା ମୂଲ୍ୟ କମିଥିଲେ ବି ଆଜି ରୁପା ମୂଲ୍ୟରେ ବଢ଼ିଛି। ରୂପା କେଜି ମୂଲ୍ୟ  ୫୦୮ ଟଙ୍କା ବୃଦ୍ଧି ପାଇ ୯୬,୧୧୫ରେ ପହଞ୍ଚିଛି। ପୂର୍ବରୁ ରୁପାର ମୂଲ୍ୟ ପ୍ରତି କିଲୋଗ୍ରାମ  ୯୫,୬୦୭ ଟଙ୍କା ଥିଲା। ୨୮ ମାର୍ଚ୍ଚରେ, ରୂପା ମୂଲ୍ୟ  ୧,୦୦,୯୩୪ ର ସର୍ବକାଳୀନ ସର୍ବାଧିକ ମୂଲ୍ୟ ବୃଦ୍ଧି ଦେଖିଥିଲା। ଭୁବନେଶ୍ୱର ସମେତ ୪ ମେଟ୍ରୋ ସହରରେ ସୁନା ମୂଲ୍ୟ• ଦିଲ୍ଲୀ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୦,୧୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୮,୩୦୦ ଟଙ୍କା। • ମୁମ୍ବାଇ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୦,୧୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୮,୩୫୦ ଟଙ୍କା। • କୋଲକାତା: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୦,୧୫୦ ଟଙ୍କ

ସୁନା ମୂଲ୍ୟରେ ବଡ଼ ହ୍ରାସ, ହଠାତ୍ ଦାମ୍‌ ଖସି ଆସିଲା ତଳକୁ, ଜାଣନ୍ତୁ କେତେ ହେଲା ୧୦ ଗ୍ରାମ ମୂଲ୍ୟ

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ୨୩ ଏପ୍ରିଲରେ ସୁନା ମୂଲ୍ୟରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟରେ ୨,୭୦୦ ଟଙ୍କା ହ୍ରାସ ପାଇଛି। ଫଳରେ ଦାମ ୯୫,୭୮୪ ଟଙ୍କାକୁ ଖସି ଆସିଛି। ପୂର୍ବରୁ ୧୦ ଗ୍ରାମ ସୁନାର ମୂଲ୍ୟ  ୯୮,୪୮୪ ଟଙ୍କା ଥିଲା। ଗତ ବର୍ଷକ ମଧ୍ୟରେ ଏହା ସୁନାରେ ଦ୍ୱିତୀୟ ବଡ଼ ହ୍ରାସ। ୨୩ ଜୁଲାଇ ୨୦୨୪ରେ ବଜେଟରେ ସୁନା ଏବଂ ରୁପା ଉପରେ କଷ୍ଟମ ଡ୍ୟୁଟି (ଆମଦାନୀ କର) ହ୍ରାସ ପରେ, ଗୋଟିଏ ଦିନରେ ସୁନାର ମୂଲ୍ୟ ୩୬୦୦ ଟଙ୍କା ହ୍ରାସ ପାଇଥିଲା।

ତେବେ ସୁନା ମୂଲ୍ୟ କମିଥିଲେ ବି ଆଜି ରୁପା ମୂଲ୍ୟରେ ବଢ଼ିଛି। ରୂପା କେଜି ମୂଲ୍ୟ  ୫୦୮ ଟଙ୍କା ବୃଦ୍ଧି ପାଇ ୯୬,୧୧୫ରେ ପହଞ୍ଚିଛି। ପୂର୍ବରୁ ରୁପାର ମୂଲ୍ୟ ପ୍ରତି କିଲୋଗ୍ରାମ  ୯୫,୬୦୭ ଟଙ୍କା ଥିଲା। ୨୮ ମାର୍ଚ୍ଚରେ, ରୂପା ମୂଲ୍ୟ  ୧,୦୦,୯୩୪ ର ସର୍ବକାଳୀନ ସର୍ବାଧିକ ମୂଲ୍ୟ ବୃଦ୍ଧି ଦେଖିଥିଲା। 

ଭୁବନେଶ୍ୱର ସମେତ ୪ ମେଟ୍ରୋ ସହରରେ ସୁନା ମୂଲ୍ୟ

• ଦିଲ୍ଲୀ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୦,୧୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୮,୩୦୦ ଟଙ୍କା।
 • ମୁମ୍ବାଇ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୦,୧୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୮,୩୫୦ ଟଙ୍କା।
 • କୋଲକାତା: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୦,୧୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୮,୩୫୦ ଟଙ୍କା।
 • ଚେନ୍ନାଇ: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦,୧୫୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୮,୩୫୦ ଟଙ୍କା।
 • ଭୋପାଳ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୦,୧୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୮,୩୫୦ ଟଙ୍କା।

ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁନା ୧୯,୬୬୨ ଟଙ୍କା ମହଙ୍ଗା ହେଲାଣି। ଏହି ବର୍ଷ, ଅର୍ଥାତ୍ ଜାନୁଆରୀ ୧ ରୁ ଏପର୍ଯ୍ୟନ୍ତ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୬,୧୬୨ ଟଙ୍କାରୁ ୧୯,୬୬୨ ଟଙ୍କା ବୃଦ୍ଧି ପାଇ ୯୫,୭୮୪ ଟଙ୍କା ହୋଇଛି। ଏହି ଅବଧି ମଧ୍ୟରେ ରୁପା ମୂଲ୍ୟ ମଧ୍ୟ କେଜି ପ୍ରତି ୮୬,୦୧୭ ଟଙ୍କାରୁ ୧୦,୦୯୮ ଟଙ୍କା ବୃଦ୍ଧି ପାଇ ୯୬,୧୧୫ ଟଙ୍କା ହୋଇଛି। ଗତ ବର୍ଷ ଅର୍ଥାତ୍ ୨୦୨୪ ମସିହାରେ, ସୁନା ୧୨,୮୧୦ ଟଙ୍କା ମହଙ୍ଗା ହୋଇଥିଲା।