ସୁପ୍ରିମକୋର୍ଟଙ୍କ ପରେ ପତଞ୍ଜଳିକୁ କେନ୍ଦ୍ର ସରକାରଙ୍କ ଠାରୁ ଝଟ୍କା
ନୂଆଦିଲ୍ଲୀ,୧୦।୪: ଏଲୋପାଥିକ ଔଷଧ ବିରୋଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପତଞ୍ଜଳି ବିରୋଧରେ ଏକ ଆଫିଡେଭିଟ ଦାଖଲ କରିଛନ୍ତି। ଆୟୁଷ ମନ୍ତ୍ରଣାଳୟ ପତଞ୍ଜଳିର ଏଲୋପାଥିକ ଔଷଧ ସମ୍ପର୍କରେ ଦେଇଥିବା ବିବୃତ୍ତିକୁ ସମାଲୋଚନା କରିଛି। ମନ୍ତ୍ରଣାଳୟ କହିଛି ଯେ, କରୋନା ସମୟରେ ସରକାର ପତଞ୍ଜଳିଙ୍କୁ ଚେତାବନୀ ଦେଇଛନ୍ତି। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି, କୋଭିଡ ୧୯ ମହାମାରୀ ସମୟରେ ପତଞ୍ଜଳିକୁ କରୋନିଲ ଦ୍ୱାରା କରୋନା ଭାଇରସ ଚିକିତ୍ସା ପାଇଁ ପ୍ରୋତ୍ସାହିତ ନ କରିବାକୁ ଚେତାବନୀ ଦିଆଯାଇଛି। […] The post ସୁପ୍ରିମକୋର୍ଟଙ୍କ ପରେ ପତଞ୍ଜଳିକୁ କେନ୍ଦ୍ର ସରକାରଙ୍କ ଠାରୁ ଝଟ୍କା appeared first on Dharitri Odia News.
ନୂଆଦିଲ୍ଲୀ,୧୦।୪: ଏଲୋପାଥିକ ଔଷଧ ବିରୋଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପତଞ୍ଜଳି ବିରୋଧରେ ଏକ ଆଫିଡେଭିଟ ଦାଖଲ କରିଛନ୍ତି। ଆୟୁଷ ମନ୍ତ୍ରଣାଳୟ ପତଞ୍ଜଳିର ଏଲୋପାଥିକ ଔଷଧ ସମ୍ପର୍କରେ ଦେଇଥିବା ବିବୃତ୍ତିକୁ ସମାଲୋଚନା କରିଛି। ମନ୍ତ୍ରଣାଳୟ କହିଛି ଯେ, କରୋନା ସମୟରେ ସରକାର ପତଞ୍ଜଳିଙ୍କୁ ଚେତାବନୀ ଦେଇଛନ୍ତି।
କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି, କୋଭିଡ ୧୯ ମହାମାରୀ ସମୟରେ ପତଞ୍ଜଳିକୁ କରୋନିଲ ଦ୍ୱାରା କରୋନା ଭାଇରସ ଚିକିତ୍ସା ପାଇଁ ପ୍ରୋତ୍ସାହିତ ନ କରିବାକୁ ଚେତାବନୀ ଦିଆଯାଇଛି। ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଯାଞ୍ଚ କରାଯାଇ ନ ଥିଲେ ଏହାକୁ ବ୍ୟବହାର କରାଯାଇପାରିବନି ବୋଲି କୁହାଯାଇଥିଲା। ମନ୍ତ୍ରଣାଳୟ ଦ୍ୱାରା ବାଧ୍ୟତାମୂଳକ ପରୀକ୍ଷା ପାଇଁ ଆବଶ୍ୟକତା ବିଷୟରେ ପତଞ୍ଜଳିଙ୍କୁ ନୋଟିସ୍ କରାଯାଇଥିଲା।
କେନ୍ଦ୍ର ଆହୁରି କହିଛନ୍ତି, ମନ୍ତ୍ରଣାଳୟ ଏହି ଘଟଣାର ସମ୍ପୂର୍ଣ୍ଣ ଯାଞ୍ଚ ନ ହେବା ପର୍ଯ୍ୟନ୍ତ କରୋନିଲ ବିଜ୍ଞାପନ ନ କରିବାକୁ କମ୍ପାନୀକୁ ଅନୁରୋଧ କରାଯାଇଛି।
The post ସୁପ୍ରିମକୋର୍ଟଙ୍କ ପରେ ପତଞ୍ଜଳିକୁ କେନ୍ଦ୍ର ସରକାରଙ୍କ ଠାରୁ ଝଟ୍କା appeared first on Dharitri Odia News.