ସେନାକୁ ନେଇ ରାଜନୀତି ନ ହେଉ, ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ଜାଣନ୍ତୁ କ’ଣ କହିଲେ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ?
ନୂଆଦିଲ୍ଲୀ ୧୯।୨: ସେନାକୁ ନେଇ ରାଜନୀତି କୁ ଆପତି କରିଛନ୍ତି ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ସେ କହିଛନ୍ତି ଯେ ସେନାକୁ ନେଇ ଦେଶରେ ରାଜନୀତି କରାଯିବା ଉଚିତ ନୁହେଁ। ଏକ ଗଣମାଧ୍ୟମ ଆଲୋଚନାରେ ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ‘ମୋତେ ଲାଗୁଛି ରାଜନୈତିକ ଜବାବ ପ୍ରତିରକ୍ଷାମନ୍ତ୍ରୀ ରାଜନାଥି ସିଂହ ଦେଇସାରିଛନ୍ତି ଓ ପ୍ରତିରକ୍ଷା ମନ୍ତ୍ରାଳୟ ଏହାର ବିବରଣୀ ଦେଇଛନ୍ତି। ତେବେ ଏହା ଗୁରୁତ୍ୱପୂର୍ଣ୍ଣ ଯେ ରାଜନୀତିରେ ସେନା ସାମିଲ ହେବା ଉଚିତ ନୁହେଁ’। ତେବେ ସେନା ମୁଖ୍ୟଙ୍କୁ ତାଙ୍କ ପିଛିଲା ଟିପ୍ପଣୀ ଉପରେ ପ୍ରଶ୍ନ କରାଯିବାରୁ ଭାରତୀୟ ସେନା କୌଣସି ବିବାଦୀୟ କ୍ଷେତ୍ରକୁ ଯାଇ ନଥିବା ଓ ଏବେ ବେସ୍ ଦୃଢ ଓ କମ୍ଫର୍ଟେବଲ ଥିବା କହିଛନ୍ତି। ସୈନିକଙ୍କ ନିମନ୍ତେ ଏଲଏସି ( ବାସ୍ତବିକ ନିୟନ୍ତ୍ରଣ ରେଖା)ରେ ଆବାସ ବିସ୍ତାର ଓ ଭିତ୍ତିଭୂମି ନିର୍ମାଣ ପ୍ରକ୍ରିୟାକୁ ବୁଝାଇବାକୁ ଯାଇ ସେନା ମୁଖ୍ୟ କହିଛନ୍ତି ଯେ ଯେବେ ଆପଣଙ୍କ ପାଖରେ ଅଧିକ ସୈନିକ ଥାନ୍ତି ସେଥି ଲାଗି କ୍ୱାର୍ଟର ଆବଣ୍ଟନ କରିବାର ଆବଶ୍ୟକତା ପଡିଥାଏ। ସଡକ ଓ ରେଳ ଧାରଣାର ମଧ୍ୟ ଆବଶ୍ୟକତା ପଡିଥାଏ। ଏହା ଏଥି ପାଇଁ ହେଉଛି କାରଣ କ୍ଷେତ୍ରରେ ଅଧିକ ସୈନିକ ରହୁଛନ୍ତି। ଏହାର ଅର୍ଥ ନୁହେଁ ଯେ ଆମେ କୌଣସି ବିବାଦୀୟ କ୍ଷେତ୍ରରେ ଅଛୁ, ଆମେ ଯେଉଁଠି ବି ଅଛୁ ନିଜକୁ ସୁରକ୍ଷିତ ଓ ସହଜରେ ରଖିଛୁ। ଏବେ ସୀମାରେ ଉଭୟପକ୍ଷ ଏହା ହିଁ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ
ନୂଆଦିଲ୍ଲୀ ୧୯।୨: ସେନାକୁ ନେଇ ରାଜନୀତି କୁ ଆପତି କରିଛନ୍ତି ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ସେ କହିଛନ୍ତି ଯେ ସେନାକୁ ନେଇ ଦେଶରେ ରାଜନୀତି କରାଯିବା ଉଚିତ ନୁହେଁ। ଏକ ଗଣମାଧ୍ୟମ ଆଲୋଚନାରେ ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ‘ମୋତେ ଲାଗୁଛି ରାଜନୈତିକ ଜବାବ ପ୍ରତିରକ୍ଷାମନ୍ତ୍ରୀ ରାଜନାଥି ସିଂହ ଦେଇସାରିଛନ୍ତି ଓ ପ୍ରତିରକ୍ଷା ମନ୍ତ୍ରାଳୟ ଏହାର ବିବରଣୀ ଦେଇଛନ୍ତି। ତେବେ ଏହା ଗୁରୁତ୍ୱପୂର୍ଣ୍ଣ ଯେ ରାଜନୀତିରେ ସେନା ସାମିଲ ହେବା ଉଚିତ ନୁହେଁ’।
ତେବେ ସେନା ମୁଖ୍ୟଙ୍କୁ ତାଙ୍କ ପିଛିଲା ଟିପ୍ପଣୀ ଉପରେ ପ୍ରଶ୍ନ କରାଯିବାରୁ ଭାରତୀୟ ସେନା କୌଣସି ବିବାଦୀୟ କ୍ଷେତ୍ରକୁ ଯାଇ ନଥିବା ଓ ଏବେ ବେସ୍ ଦୃଢ ଓ କମ୍ଫର୍ଟେବଲ ଥିବା କହିଛନ୍ତି। ସୈନିକଙ୍କ ନିମନ୍ତେ ଏଲଏସି ( ବାସ୍ତବିକ ନିୟନ୍ତ୍ରଣ ରେଖା)ରେ ଆବାସ ବିସ୍ତାର ଓ ଭିତ୍ତିଭୂମି ନିର୍ମାଣ ପ୍ରକ୍ରିୟାକୁ ବୁଝାଇବାକୁ ଯାଇ ସେନା ମୁଖ୍ୟ କହିଛନ୍ତି ଯେ ଯେବେ ଆପଣଙ୍କ ପାଖରେ ଅଧିକ ସୈନିକ ଥାନ୍ତି ସେଥି ଲାଗି କ୍ୱାର୍ଟର ଆବଣ୍ଟନ କରିବାର ଆବଶ୍ୟକତା ପଡିଥାଏ। ସଡକ ଓ ରେଳ ଧାରଣାର ମଧ୍ୟ ଆବଶ୍ୟକତା ପଡିଥାଏ। ଏହା ଏଥି ପାଇଁ ହେଉଛି କାରଣ କ୍ଷେତ୍ରରେ ଅଧିକ ସୈନିକ ରହୁଛନ୍ତି। ଏହାର ଅର୍ଥ ନୁହେଁ ଯେ ଆମେ କୌଣସି ବିବାଦୀୟ କ୍ଷେତ୍ରରେ ଅଛୁ, ଆମେ ଯେଉଁଠି ବି ଅଛୁ ନିଜକୁ ସୁରକ୍ଷିତ ଓ ସହଜରେ ରଖିଛୁ। ଏବେ ସୀମାରେ ଉଭୟପକ୍ଷ ଏହା ହିଁ କରୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗତ ଦିନରେ ସେନା ପ୍ରମୁଖଙ୍କ ଉଲ୍ଲେଖ କରି କହିଥିଲେ ଯେ ଲଦ୍ଦାଖ କ୍ଷେତ୍ରରେ ଚୀନ୍ ଅନୁପ୍ରବେଶ ହୋଇଛି। ତେବେ ସଂସଦରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହାକୁ ଖଣ଼୍ଡନ କରିଥିଲେ। ତେବେ ଭାରତ-ଚୀନ ସୀମା ଆଖପାଖରେ ଚୀନ୍ ଅଥବା ଭାରତ ପକ୍ଷରୁ କୌଣସି ପ୍ରକାର ଅତିରେକ କରାଯାଇଛି କି ବୋଲି ସେନା ମୁଖ୍ୟଙ୍କୁ ପଚରା ଯିବାରେ ସେ ଏପରି କିଛି ହୋଇ ନଥିବା କହିଛନ୍ତି।