ହାଇଦ୍ରାବାଦର ଜ୍ୱାଇଁ ହେବାକୁ ଯାଉଛନ୍ତି ପ୍ରଭାସ, ହେଲା ବିବାହ ପକ୍କା !
ହାଇଦ୍ରାବାଦ: ଟଲିଉଡ୍ ଷ୍ଟାର ପ୍ରଭାସ ‘ମୋଷ୍ଟ ଏଲିଜିବୁଲ୍ ବ୍ୟାଚେଲର’ ମଧ୍ୟରୁ ଜଣେ। ପ୍ରାୟତଃ ତାଙ୍କର ବିବାହକୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। ସହ ଅଭିନେତ୍ରୀ ଅନୁଷ୍କାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଚାଲିବା କୁହାଯାଉଥିବା ବେଳେ ଦୁହେଁ ବିବାହ କରିପାରନ୍ତି ବୋଲି ଅନୁମାନ କରାଯାଉଥିଲା। ହେଲେ ଏହାକୁ ସେମାନେ ଖଣ୍ଡନ କରିଥିଲେ। ଏବେ କିନ୍ତୁ ପ୍ରଭାସଙ୍କ ବିବାହ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ହାଇଦ୍ରାବାଦର ଏକ ବଡ଼ ବ୍ୟବସାୟୀଙ୍କ ଝିଅଙ୍କ ସହ ପ୍ରଭାସଙ୍କ […] The post ହାଇଦ୍ରାବାଦର ଜ୍ୱାଇଁ ହେବାକୁ ଯାଉଛନ୍ତି ପ୍ରଭାସ, ହେଲା ବିବାହ ପକ୍କା ! appeared first on Dharitri Odia News.
ହାଇଦ୍ରାବାଦ: ଟଲିଉଡ୍ ଷ୍ଟାର ପ୍ରଭାସ ‘ମୋଷ୍ଟ ଏଲିଜିବୁଲ୍ ବ୍ୟାଚେଲର’ ମଧ୍ୟରୁ ଜଣେ। ପ୍ରାୟତଃ ତାଙ୍କର ବିବାହକୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। ସହ ଅଭିନେତ୍ରୀ ଅନୁଷ୍କାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଚାଲିବା କୁହାଯାଉଥିବା ବେଳେ ଦୁହେଁ ବିବାହ କରିପାରନ୍ତି ବୋଲି ଅନୁମାନ କରାଯାଉଥିଲା। ହେଲେ ଏହାକୁ ସେମାନେ ଖଣ୍ଡନ କରିଥିଲେ। ଏବେ କିନ୍ତୁ ପ୍ରଭାସଙ୍କ ବିବାହ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।
ହାଇଦ୍ରାବାଦର ଏକ ବଡ଼ ବ୍ୟବସାୟୀଙ୍କ ଝିଅଙ୍କ ସହ ପ୍ରଭାସଙ୍କ ବିବାହ ନିଶ୍ଚିତ ହୋଇଥିବା କୁହାଯାଉଛି। ଅଭିନେତାଙ୍କୁ ୪୫ ବର୍ଷ ହେଲାଣି। ଏଣୁ ଘର ଲୋକେ ଶୀଘ୍ର ବିବାହ କରିନେବାକୁ ଚାହୁଁଛନ୍ତି। ଏବେ ବିବାହର ପ୍ରସ୍ତୁତି ଆରମ୍ଭ ହୋଇଥିବା ରିପୋର୍ଟରେ କୁହାଯାଇଛି।
ତେବେ ପ୍ରଭାସଙ୍କ ବିବାହକୁ ନେଇ ଗୁଜବ ନୂଆ ନୁହେଁ। ଏଣୁ ଏହି ଖବର ଗୁଜବ ହୋଇଥାଇପାରେ ବୋଲି କିଛି କହୁଥିବା ବେଳେ କିଛି ଏଥିରେ ସତ୍ୟତା ଥିବା କହୁଛନ୍ତି। କାରଣ ବୟସ ଅଧିକା ହେବା ଯୋଗୁ ବିବାହ ପକ୍କା ହେବାର ସମ୍ଭାବନା ରହିଛି।
ଅଭିନୟ ବିଷୟରେ କହିଲେ ପ୍ରଭାସ ନିଜର ଫିଲ୍ମ ‘କଳ୍କି, ‘ଦ ରାଜାସାବ୍’ ଏବଂ ଫୌଜି’ ଆଦିକୁ ନେଇ ବ୍ୟସ୍ତ। ଏହା ଶେଷ ହେବା ପରେ ‘ସ୍ପିରିଟ୍’ ଫିଲ୍ମ ଲାଗି ସୁଟିଂ ଆରମ୍ଭ କରିବେ ସେ। ଉଗାଡ଼ି ସମୟରେ ଏହାକୁ ଲଞ୍ଚ କରାଯିବ।
The post ହାଇଦ୍ରାବାଦର ଜ୍ୱାଇଁ ହେବାକୁ ଯାଉଛନ୍ତି ପ୍ରଭାସ, ହେଲା ବିବାହ ପକ୍କା ! appeared first on Dharitri Odia News.