ହ୍ବାଟସ୍‌ ଆପ ୟୁଜର୍ସଙ୍କୁ ଦେଲା ନୂଆ ଫିଚର, ବଦଳିଯିବ ଆପର ରଙ୍ଗ

ନୂଆଦିଲ୍ଲୀ,୬।୧: ସୋସିଆଲ ମିଡିଆର ନାମୀ କମ୍ପାନୀ ହ୍ବାଟସ ଆପ ନୂଆ ବୈଶିଷ୍ଟ୍ୟ ଉପରେ କାର୍ଯ୍ୟ ଜାରି ରଖିଛି। ପ୍ରଥମେ ନଆ ଫିଚରଗୁଡିକ ବିଟା ଟେଷ୍ଟରମାନଙ୍କ ପାଇଁ ଜାରି କରାଯାଏ, ତାପରେ ସେଗୁଡିକ ସାଧାରଣ ଲୋକଙ୍କ ପାଇଁ ଲାଇଭ କରାଯାଏ। ଏହି ସମୟରେ, କମ୍ପାନୀ ଆଇଓଏସ ବିଟା ଟେଷ୍ଟର୍ସଙ୍କୁ ଏକ ନୂତନ ‘ଥିମ ଫିଚର’ ଦେଇଛି ଯାହା ସାହାଯ୍ୟରେ ଉପଭୋକ୍ତାମାନେ ଆପର ମୁଖ୍ୟ ରଙ୍ଗ ପରିବର୍ତ୍ତନ କରିପାରିବେ। ଆଇଓଏସ ଉପଭୋକ୍ତାମାନେ ଦୃଶ୍ୟ ବିଭାଗରେ ଏହି ଫିଚର ପାଇବେ। କମ୍ପାନୀ […] The post ହ୍ବାଟସ୍‌ ଆପ ୟୁଜର୍ସଙ୍କୁ ଦେଲା ନୂଆ ଫିଚର, ବଦଳିଯିବ ଆପର ରଙ୍ଗ appeared first on Dharitri Odia News.

ହ୍ବାଟସ୍‌ ଆପ ୟୁଜର୍ସଙ୍କୁ ଦେଲା ନୂଆ ଫିଚର, ବଦଳିଯିବ ଆପର ରଙ୍ଗ

ନୂଆଦିଲ୍ଲୀ,୬।୧: ସୋସିଆଲ ମିଡିଆର ନାମୀ କମ୍ପାନୀ ହ୍ବାଟସ ଆପ ନୂଆ ବୈଶିଷ୍ଟ୍ୟ ଉପରେ କାର୍ଯ୍ୟ ଜାରି ରଖିଛି। ପ୍ରଥମେ ନଆ ଫିଚରଗୁଡିକ ବିଟା ଟେଷ୍ଟରମାନଙ୍କ ପାଇଁ ଜାରି କରାଯାଏ, ତାପରେ ସେଗୁଡିକ ସାଧାରଣ ଲୋକଙ୍କ ପାଇଁ ଲାଇଭ କରାଯାଏ। ଏହି ସମୟରେ, କମ୍ପାନୀ ଆଇଓଏସ ବିଟା ଟେଷ୍ଟର୍ସଙ୍କୁ ଏକ ନୂତନ ‘ଥିମ ଫିଚର’ ଦେଇଛି ଯାହା ସାହାଯ୍ୟରେ ଉପଭୋକ୍ତାମାନେ ଆପର ମୁଖ୍ୟ ରଙ୍ଗ ପରିବର୍ତ୍ତନ କରିପାରିବେ। ଆଇଓଏସ ଉପଭୋକ୍ତାମାନେ ଦୃଶ୍ୟ ବିଭାଗରେ ଏହି ଫିଚର ପାଇବେ। କମ୍ପାନୀ ୫ଟି ଭିନ୍ନ ରଙ୍ଗ ବିକଳ୍ପ ଦେଇଛି ଯେଉଁଥିରେ ସବୁଜ, ନୀଳ, ଧଳା, ଗୋଲାପୀ ଏବଂ ବାଇଗଣୀ ଅନ୍ତର୍ଭୁକ୍ତ। ଆପଣ ଏହି ରଙ୍ଗଗୁଡିକ ମଧ୍ୟରୁ ଯେକୌଣସି ଗୋଟିଏକୁ ଆପର ମୁଖ୍ୟ ରଙ୍ଗ ଭାବରେ ବାଛିପାରିବେ। ଏହା ସହିତ, ଆପଣଙ୍କର ହ୍ବାଟସ ଆପ ଏକ ନୂଆ ଲୁକରେ ଦେଖାଯିବ।

ଏହି ଅପଡେଟ ବିଷୟରେ ସୂଚନା ହ୍ବାଟସ ଆପ ଉପରେ ନଜର ରଖିଥିବା ଓ୍ବେବସାଇଟ Wabetainfoଦ୍ୱାରା ଶେୟାର କରାଯାଇଛି। ସମ୍ପ୍ରତି ଏହି ଅପଡେଟ iOS 24.1.10.70 ବିଟା ସଂସ୍କରଣରେ ଦେଖାଯାଇଛି। ୱେବସାଇଟ ଅନୁଯାୟୀ, ନୂତନ ଫିଚର ଉପଭୋକ୍ତାମାନଙ୍କୁ ସେମାନଙ୍କ ବ୍ୟକ୍ତିତ୍ୱ ଅନୁଯାୟୀ ଆପର ରଙ୍ଗ ସେଟ କରିବାର ବିକଳ୍ପ ଦେଇଥାଏ ଯାହା ବ୍ୟବହାରକାରୀଙ୍କ ଅଭିଜ୍ଞତାକୁ ମଧ୍ୟ ବଦଳାଇବ।