୪ ଇସ୍ରାଏଲ ନାଗରିକଙ୍କ ଶବ ବଦଳରେ ୬ ଶହ କଏଦୀଙ୍କୁ ଫେରାଇବା ନେଇ ହମାସର ଚୁକ୍ତି

କାଇରୋ : ଆଉ ଅଳ୍ପ ଦିନ ପରେ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଯୁଦ୍ଧବିରତି ଚୁକ୍ତି ଶେଷ ହେବ। ଏହି ସମୟରେ, ପଣବନ୍ଦୀ ଥିବା ୪ ଇସ୍ରାଏଲ ନାଗରିକଙ୍କ ମୃତଦେହ ବଦଳରେ ଇସ୍ରାଏଲ ନିକଟରେ ବନ୍ଦୀ ଥିବା ୬ ଶହ ପାଲେଷ୍ଟାଇନ ବାସିନ୍ଦାଙ୍କୁ ଛାଡ଼ିବାକୁ ହମାସ ପ୍ରସ୍ତାବ ରଖିଛି। ଆତଙ୍କୀ ସଂଗଠନ ହମାସ ମୁଖପାତ୍ର ଅବଦୁଲ୍‌ ଲତିଫ୍‌ ଅଲ୍‌ କାନଉ ଗଣମାଧ୍ୟମକୁ ଏ ନେଇ ସୂଚନା ଦେଇ କହିଛି ଯେ ଇସ୍ରାଏଲ୍‌ ନିକଟରେ ବନ୍ଦୀ […]

  ୪ ଇସ୍ରାଏଲ ନାଗରିକଙ୍କ ଶବ ବଦଳରେ ୬ ଶହ କଏଦୀଙ୍କୁ ଫେରାଇବା ନେଇ ହମାସର ଚୁକ୍ତି

କାଇରୋ : ଆଉ ଅଳ୍ପ ଦିନ ପରେ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଯୁଦ୍ଧବିରତି ଚୁକ୍ତି ଶେଷ ହେବ। ଏହି ସମୟରେ, ପଣବନ୍ଦୀ ଥିବା ୪ ଇସ୍ରାଏଲ ନାଗରିକଙ୍କ ମୃତଦେହ ବଦଳରେ ଇସ୍ରାଏଲ ନିକଟରେ ବନ୍ଦୀ ଥିବା ୬ ଶହ ପାଲେଷ୍ଟାଇନ ବାସିନ୍ଦାଙ୍କୁ ଛାଡ଼ିବାକୁ ହମାସ ପ୍ରସ୍ତାବ ରଖିଛି। ଆତଙ୍କୀ ସଂଗଠନ ହମାସ ମୁଖପାତ୍ର ଅବଦୁଲ୍‌ ଲତିଫ୍‌ ଅଲ୍‌ କାନଉ ଗଣମାଧ୍ୟମକୁ ଏ ନେଇ ସୂଚନା ଦେଇ କହିଛି ଯେ ଇସ୍ରାଏଲ୍‌ ନିକଟରେ ବନ୍ଦୀ ଥିବା ୬ଶହ ପାଲେଷ୍ଟାଇନ୍‌ ବନ୍ଦୀଙ୍କ ବିନିମୟରେ ୪ ଇସ୍ରାଏଲ୍‌ ନାଗରିକଙ୍କ ମୃତଦେହକୁ ଫେରାଇବ। ‌ଅପରପକ୍ଷରେ, ପଣବନ୍ଦୀ ଥିବା ଇସ୍ରାଏଲ୍‌ ନାଗରିକଙ୍କ ମୁକ୍ତି ସମୟରେ ସେମାନଙ୍କ ପ୍ରତି ଅମାନବୀୟ ଆଚରଣ କରାଯାଉଥିବା ଅଭିଯୋଗ କରି ଇସ୍ରାଏଲ୍‌ ୬୦୦ ପାଲେଷ୍ଟାଇନ୍‌ ଯୁଦ୍ଧବନ୍ଦୀଙ୍କ ମୁକୁଳାଇବା କାର୍ଯ୍ୟକ୍ରମକୁ ଗତ ଶନିବାର ଠାରୁ ଅଟକାଇ ରଖିଛି। ୪ ପଣବନ୍ଦୀଙ୍କ ମୃତଦେହକୁ ହମାସ ଫେରାଇବ ବୋଲି ଇସ୍ରାଏଲ କହିଥିଲେ ମଧ୍ୟ ନିଜ ନିକଟରେ ବନ୍ଦୀ ଥିବା ପାଲୋଷ୍ଟାଇନ୍‌ ନାଗରିକଙ୍କ ମୁକ୍ତି ସମ୍ପର୍କରେ କୌଣସି ସ୍ପଷ୍ଟ କରିନାହିଁ।