୮ଟି ଷଣ୍ଢ ଉପରେ ମାଡ଼ିଗଲା ଆଇରନ ଟ୍ରକ୍

ଗତକାଲି ରାତିରେ ପାରାପୋଖରୀ ଛକ ନିକଟ ରାସ୍ତାରେ ଷଣ୍ଢମାନେ ଶୋଇଥିଲେ। ଏହି ସମୟରେ ଏକ ଆଇରନ ଟ୍ରକଟି ଦ୍ରୁତ ଗତିରେ ଆସି ଶଣ୍ଢମାନଙ୍କ ଉପରେ ମାଡ଼ି ଯାଇଥିଲା।

୮ଟି ଷଣ୍ଢ ଉପରେ ମାଡ଼ିଗଲା ଆଇରନ ଟ୍ରକ୍

୮ଟି ଷଣ୍ଢ ଉପରେ ମାଡ଼ିଗଲା ଆଇରନ ଟ୍ରକ୍। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଧାମରା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।

ଗତକାଲି ରାତିରେ ପାରାପୋଖରୀ ଛକ ନିକଟ ରାସ୍ତାରେ ଷଣ୍ଢମାନେ ଶୋଇଥିଲେ। ଏହି ସମୟରେ ଏକ ଆଇରନ ଟ୍ରକଟି ଦ୍ରୁତ ଗତିରେ ଆସି ଶଣ୍ଢମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ୮ଟି ଷଣ୍ଢଙ୍କର ମୃତ୍ୟୁ ଘଟିଥିଲା।

ଆଜି ସକାଳେ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ବେପାରୁଆ ଗାଡ଼ି ଚାଳନା ବନ୍ଦ କରିବା ସହ ସ୍ଥାୟୀ ଗୋଶାଳା ନିର୍ମାଣ ଦାବିରେ ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଛି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।