10th Exam Odisha: ଦଶମ ପରୀକ୍ଷା ଦେବାକୁ ଯାଉଥିବାବେଳେ ଭ୍ୟାନ ସହ ଧକ୍କା ହେଲା ବାଇକ, ଚାଲିଗଲା ଛାତ୍ରଙ୍କ ଜୀବନ

ମାଲକାନଗିରି,୬।୩((ଦୁର୍ଯ୍ୟୋଧନ ପାତ୍ର) :ଦଶମ ପରୀକ୍ଷା ଦେବାକୁ ଯିବାବେଳେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଆଜି ସ୍କୁଲ ଜୀବନର ଶେଷ ପରୀକ୍ଷା ଥିବାବେଳେ ରାସ୍ତାରେ ଜୀବନ ହିଁ ଶେଷ ହୋଇଯାଇଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆଉ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ମାଲକାନଗିରି ଜିଲା ଚନ୍ଦନଗୁଡା ନିକଟରେ ପିକଅପ ଭ୍ୟାନ ସହ ବାଇକ ଧକ୍କା ହୋଇ ଜଣେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାଁ ବିକ୍ରମ ସରଦାର। ଆଉ […] The post 10th Exam Odisha: ଦଶମ ପରୀକ୍ଷା ଦେବାକୁ ଯାଉଥିବାବେଳେ ଭ୍ୟାନ ସହ ଧକ୍କା ହେଲା ବାଇକ, ଚାଲିଗଲା ଛାତ୍ରଙ୍କ ଜୀବନ appeared first on Dharitri Odia News.

10th Exam Odisha: ଦଶମ ପରୀକ୍ଷା ଦେବାକୁ ଯାଉଥିବାବେଳେ ଭ୍ୟାନ ସହ ଧକ୍କା ହେଲା ବାଇକ, ଚାଲିଗଲା ଛାତ୍ରଙ୍କ ଜୀବନ

ମାଲକାନଗିରି,୬।୩((ଦୁର୍ଯ୍ୟୋଧନ ପାତ୍ର) :ଦଶମ ପରୀକ୍ଷା ଦେବାକୁ ଯିବାବେଳେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଆଜି ସ୍କୁଲ ଜୀବନର ଶେଷ ପରୀକ୍ଷା ଥିବାବେଳେ ରାସ୍ତାରେ ଜୀବନ ହିଁ ଶେଷ ହୋଇଯାଇଛି।

ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆଉ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ମାଲକାନଗିରି ଜିଲା ଚନ୍ଦନଗୁଡା ନିକଟରେ ପିକଅପ ଭ୍ୟାନ ସହ ବାଇକ ଧକ୍କା ହୋଇ ଜଣେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାଁ ବିକ୍ରମ ସରଦାର। ଆଉ ଗୁରୁତର ଛାତ୍ର ଜଣକ ହେଲେ ତାପସ ସରଦାର। ପଦ୍ମଗିରି ବିଦ୍ୟାଳୟ ଛାତ୍ର ସେରପାଲି ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦେବାକୁ ଆସିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

The post 10th Exam Odisha: ଦଶମ ପରୀକ୍ଷା ଦେବାକୁ ଯାଉଥିବାବେଳେ ଭ୍ୟାନ ସହ ଧକ୍କା ହେଲା ବାଇକ, ଚାଲିଗଲା ଛାତ୍ରଙ୍କ ଜୀବନ appeared first on Dharitri Odia News.