54,422 ଯୁବବର୍ଗଙ୍କୁ ମିଳିଲା ସରକାରୀ ଚାକିରୀ, ଆଗକୁ ଆହୁରି ଚାକିରୀ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସରକାର

ପଞ୍ଜାବ: ରାଜ୍ୟର ମୋଟ 54,422 ଯୁବବର୍ଗଙ୍କୁ ମିଳିଲା ସରକାରୀ ଚାକିରୀ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ ଶନିବାର ପର୍ଯ୍ୟନ୍ତ ମୋଟ 54,422 ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ପ୍ରକ୍ରିୟା ସମାପ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ଆଜି ଏଠାରେ 281 ଜଣ ନୂତନ ଭାବରେ ମନୋନୀତ ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବାକୁ ଛିଡା ହୋଇଛନ୍ତି, ଯାହା ରାଜ୍ୟ ସରକାରଙ୍କ ନିରପେକ୍ଷ ଏବଂ ସ୍ୱଚ୍ଛ ଭାବରେ ଚାକିରି ଯୋଗାଇବା ପ୍ରତି ପ୍ରତିବଦ୍ଧତାର ପ୍ରମାଣ। ରାଜ୍ୟ […]

54,422 ଯୁବବର୍ଗଙ୍କୁ ମିଳିଲା ସରକାରୀ ଚାକିରୀ, ଆଗକୁ ଆହୁରି ଚାକିରୀ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସରକାର

ପଞ୍ଜାବ: ରାଜ୍ୟର ମୋଟ 54,422 ଯୁବବର୍ଗଙ୍କୁ ମିଳିଲା ସରକାରୀ ଚାକିରୀ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ ଶନିବାର ପର୍ଯ୍ୟନ୍ତ ମୋଟ 54,422 ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ପ୍ରକ୍ରିୟା ସମାପ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ଆଜି ଏଠାରେ 281 ଜଣ ନୂତନ ଭାବରେ ମନୋନୀତ ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବାକୁ ଛିଡା ହୋଇଛନ୍ତି, ଯାହା ରାଜ୍ୟ ସରକାରଙ୍କ ନିରପେକ୍ଷ ଏବଂ ସ୍ୱଚ୍ଛ ଭାବରେ ଚାକିରି ଯୋଗାଇବା ପ୍ରତି ପ୍ରତିବଦ୍ଧତାର ପ୍ରମାଣ।

ରାଜ୍ୟ ସରକାର 1ଏପ୍ରିଲ୍ 2022 ରୁ ବିଭିନ୍ନ ବିଭାଗରେ 54,141 ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନର ଏହି ସଂଖ୍ୟା ଏବେ 54,422 ରେ ପହଞ୍ଚିଛି। ପ୍ରାର୍ଥୀମାନେ କଠିନ ପରିଶ୍ରମ କରି ଏହି ଚାକିରିଗୁଡ଼ିକ ହାସଲ କରିଛନ୍ତି। ଏହା ସେମାନଙ୍କ ପାଇଁ ଶେଷ ସୁଯୋଗ ନୁହେଁ କାରଣ ସରକାର ଆହୁରି ଅନେକ ସରକାରୀ ଚାକିରି ଦେବାକୁ ପ୍ରସ୍ତୁତ ହେଉଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ସମସ୍ତ ନିଯୁକ୍ତି ସମ୍ପୂର୍ଣ୍ଣ ଭାବରେ ଯୋଗ୍ୟତା ଆଧାରରେ କରାଯାଇଛି, ପ୍ରାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏହି ଚାକିରୀ ପାଇଛନ୍ତି। ସରକାରଙ୍କ ମୁଖ୍ୟ ଏଜେଣ୍ଡା ହେଉଛି ଯୁବପିଢ଼ିଙ୍କୁ ଶାସନରେ ସାମିଲ କରି ସେମାନଙ୍କୁ ସଶକ୍ତ କରିବା, ଯାହା ଦ୍ୱାରା ସେମାନେ ରାଜ୍ୟ ଏବଂ ଦେଶର ସାମାଜିକ-ଆର୍ଥିକ ବିକାଶରେ ବିଶେଷ ଅବଦାନ ଦେଇପାରିବେ।

UPSC କୋଚିଂ ସେଣ୍ଟର ସ୍ଥାପନ ଘୋଷଣା: ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ, ନବନିଯୁକ୍ତ ପ୍ରାର୍ଥୀମାନେ ଗରିବଙ୍କୁ ସାହାଯ୍ୟ କରିବା ଏବଂ ଜନହିତକର କାର୍ଯ୍ୟରେ ଯୋଗଦାନ ଦେବା ପାଇଁ ସେମାନଙ୍କ ପଦବୀ ବ୍ୟବହାର କରିବେ। ଯୁବ ସଶକ୍ତିକରଣ ପାଇଁ ଏକ ପ୍ରମୁଖ ପ୍ରୟାସ ଭାବରେ, ଭଗବନ୍ତ ସିଂହ ମାନ ସାରା ପଞ୍ଜାବରେ UPSC କୋଚିଂ ସେଣ୍ଟର ପ୍ରତିଷ୍ଠା ଘୋଷଣା କରିଛନ୍ତି।

ଯେଉଁଠି ଜାତୀୟ ସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଉଚ୍ଚମାନର ତାଲିମ ପ୍ରଦାନ କରିବା ପାଇଁ ପାଠାଗାର, ଛାତ୍ରାବାସ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ରହିବ।