8th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଏହି ଦିନଠୁ ଲାଗୁ ହେବ… ଆସିଲା ଅପଡେଟ୍
ନୂଆଦିଲ୍ଲୀ,୧୨।୨: କେନ୍ଦ୍ର ସରକାର ୮ମ ବେତନ କମିଶନ ଗଠନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏବେ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ କମିଶନ କେବେ ଗଠନ ହେବ ତାହା ଜାଣିବାକୁ ଅପେକ୍ଷା କରିଛନ୍ତି। ରିପୋର୍ଟ ଅନୁଯାୟୀ, ଏହି କମିଶନ ଚଳିତ ବର୍ଷ ଏପ୍ରିଲରେ ଗଠନ କରାଯିବ। ଏନେଇ ଏକ ସାକ୍ଷାତକାରେ, ଅର୍ଥ ମନ୍ତ୍ରଣାଳୟର ବ୍ୟୟ ସଚିବ ମନୋଜ ଗୋଏଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୁଇ ମାସ ମଧ୍ୟରେ, ହୁଏତ ଏପ୍ରିଲ ସୁଦ୍ଧା ୮ମ […] The post 8th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଏହି ଦିନଠୁ ଲାଗୁ ହେବ… ଆସିଲା ଅପଡେଟ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୨।୨: କେନ୍ଦ୍ର ସରକାର ୮ମ ବେତନ କମିଶନ ଗଠନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏବେ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ କମିଶନ କେବେ ଗଠନ ହେବ ତାହା ଜାଣିବାକୁ ଅପେକ୍ଷା କରିଛନ୍ତି। ରିପୋର୍ଟ ଅନୁଯାୟୀ, ଏହି କମିଶନ ଚଳିତ ବର୍ଷ ଏପ୍ରିଲରେ ଗଠନ କରାଯିବ। ଏନେଇ ଏକ ସାକ୍ଷାତକାରେ, ଅର୍ଥ ମନ୍ତ୍ରଣାଳୟର ବ୍ୟୟ ସଚିବ ମନୋଜ ଗୋଏଲ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଦୁଇ ମାସ ମଧ୍ୟରେ, ହୁଏତ ଏପ୍ରିଲ ସୁଦ୍ଧା ୮ମ ବେତନ କମିଶନ ଗଠନ କରାଯାଇପାରେ। ଏହାର ଖସଡ଼ା ପ୍ରସ୍ତୁତ କରାଯାଇ ପ୍ରତିରକ୍ଷା ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଏବଂ ତାଲିମ ବିଭାଗକୁ ସେମାନଙ୍କ ମତାମତ ପାଇଁ ପଠାଯାଇଛି। ସେ କହିଛନ୍ତି , ସେମାନଙ୍କ ମତାମତ ଏବଂ ସୁପାରିଶ ପାଇବା ପରେ TOR ପ୍ରସ୍ତୁତ କରାଯିବ ଏବଂ ପୁନର୍ବାର କ୍ୟାବିନେଟର ଅନୁମୋଦନ ଲୋଡାଯିବ।
ଏହି ସାକ୍ଷାତକାରରେ ଯେତେବେଳେ ତାଙ୍କୁ ୮ମ ବେତନ କମିଶନର ଆର୍ଥିକ ପ୍ରଭାବ ବିଷୟରେ ପଚରାଯାଇଥିଲା, ସେ ଉତ୍ତର ଦେଇ କହିଛନ୍ତି, ଆମେ ଆକଳନ କରିଛୁ ଯେ ଆଗାମୀ ଆର୍ଥିକ ବର୍ଷରେ ବେତନ କମିଶନର କୌଣସି ଆର୍ଥିକ ପ୍ରଭାବ ପଡ଼ିବ ନାହିଁ। ବେତନ କମିଶନ ଗଠନ ପରେ ଏହାର ରିପୋର୍ଟ ଦାଖଲ କରିବାକୁ କିଛି ସମୟ ଲାଗିବ, ଯାହା ଉପରେ ସରକାର ପରେ ନିଷ୍ପତ୍ତି ନେବେ। ତେଣୁ, ଆମେ ପରବର୍ତ୍ତୀ ଆର୍ଥିକ ବର୍ଷରେ କୌଣସି ଖର୍ଚ୍ଚ ଆଶା କରୁନାହୁଁ। ଏହି ଖର୍ଚ୍ଚ ଏପ୍ରିଲ ୨୦୨୬ରୁ ଆରମ୍ଭ ହେଉଥିବା ଆର୍ଥିକ ବର୍ଷରେ ହେବ।
The post 8th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଏହି ଦିନଠୁ ଲାଗୁ ହେବ… ଆସିଲା ଅପଡେଟ୍ appeared first on Dharitri Odia News.