+92 ରୁ କଲ ଆସିଲେ ସାବଧାନ, ଏହା ପାକିସ୍ତାନୀ କୋଡ୍‌ !

ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେବଳ ଲୋକମାନଙ୍କୁ ଠକିବା । ତେଣୁ ବିଦେଶୀ ନମ୍ବରରୁ ଆସୁଥିବା କଲ୍‌ ନଉଠାଇବାକୁ ଟେଲିକମ୍ ବିଭାଗ କହିଛି ।

+92 ରୁ କଲ ଆସିଲେ ସାବଧାନ, ଏହା ପାକିସ୍ତାନୀ କୋଡ୍‌ !

ଏହି ନମ୍ବରରୁ କଲ ଆସିଲେ ସାବଧାନ । ଆପଣ ଭାବୁଥିବେ ଆମେ କେଉଁ ନମ୍ବରରୁ କଲ ଆସିବା କଥା କହୁଛୁ । ଆଜ୍ଞା ହଁ, ସରକାରଙ୍କ ଟେଲିକମ୍‌ ବିଭାଗ ପକ୍ଷରୁ ଏକ ପରାମର୍ଶ ଦିଆଯାଇଛି ଯେ, ଆରମ୍ଭରୁ +୯୨ ସଂଖ୍ୟା ଥିବା ନମ୍ବରରୁ କଲ ଆସିଲେ ତାକୁ ଉଠାନ୍ତୁ ନାହିଁ । କାରଣ ଏହା ଆପଣଙ୍କ ପାଇଁ ବିପଦ ଆଣିପାରେ । ଏହା ଏକ ବିଦେଶୀ ନମ୍ବର । ଏହି ନମ୍ବରରୁ କଲ ଆସିଲେ ସତର୍କ ହୋଇଯାଆନ୍ତୁ ବୋଲି କହିଛି ଟେଲିକମ୍‌ ସଂସ୍ଥା ।

+୯୨ ହେଉଛି ପାକିସ୍ତାନର କୋଡ୍। ସାଇବର ଠକମାନେ ବିଦେଶୀ ନମ୍ବର ବ୍ୟବହାର କରି ଲୋକମାନଙ୍କୁ ହ୍ୱାଟସ୍‌ଆପ୍ ଜରିଆରେ କଲ୍‌ କରୁଛନ୍ତି ଏବଂ ସେମାନଙ୍କୁ ବିଭିନ୍ନ ପ୍ରକାରରେ ଡରାଇ ଧମକାଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମାଗୁଛନ୍ତି। ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେବଳ ଲୋକମାନଙ୍କୁ ଠକିବା । ତେଣୁ ବିଦେଶୀ ନମ୍ବରରୁ ଆସୁଥିବା କଲ୍‌ ନଉଠାଇବାକୁ ଟେଲିକମ୍ ବିଭାଗ କହିଛି ।

ବିଭାଗ ପକ୍ଷରୁ ଲୋକମାନଙ୍କୁ ପରାମର୍ଶ ଦେଇ କୁହାଯାଇଛି ଯେ ବିଦେଶୀ ନମ୍ବରରୁ ଆସୁଥିବା କଲ୍ ବିଷୟରେ ସେମାନେ ସଞ୍ଚାର ସାଥୀ ପୋର୍ଟାଲ୍‌ରେ ସୂଚନା ଦେଇପାରିବେ। ଅନ୍ୟଥା ସାଇବର ଅପରାଧ ହେଲ୍‌ପଲାଇନ୍ ନମ୍ବର ୧୯୩୦କୁ କଲ୍‌ କରି ସେମାନେ ସେବିଷୟରେ ଜଣାଇପାରିବେ। କିଛି ସାଇବର ଅପରାଧୀ ନିଜକୁ ସରକାରୀ ଅଧିକାରୀ ଏବଂ ଟେଲିକମ୍ ବିଭାଗର କର୍ମଚାରୀ ଭାବେ ପରିଚୟ ଦେଇ ଲୋକମାନଙ୍କୁ ତଥ୍ୟ ମାଗୁଛନ୍ତି। ସେଭଳି କଲ୍ କରିବାକୁ ବିଭାଗ କାହାକୁ ଅନୁମତି ଦେଇନାହିଁ। ତେଣୁ କାହା କଥା ଉପରେ ବିଶ୍ୱାସ ନକରିବାକୁ ବିଭାଗ ପକ୍ଷରୁ ଲୋକମାନଙ୍କୁ କୁହାଯାଇଛି।

ତେବେ ବିଶେଷ କରି ଯେଉଁମାନେ ନୂଆ ସିମକାର୍ଡ ନେଇଛନ୍ତି ସେମାନଙ୍କୁ ଇଣ୍ଟରନ୍ୟାସନାଲ୍ ନମ୍ବରରୁ ଅଧିକ କଲ୍ ଆସୁଛି । ପୂର୍ବରୁ ୟୁଜର୍ସଙ୍କୁ ପରାମର୍ଶ ଦେଇଥିଲା ଯେ, ଏହି ପ୍ରକାର ନମ୍ବର ସବୁକୁ ବ୍ଲକ କରିଦେବା ଲାଗି । ଅନ୍ୟପଟେ ହ୍ୱାଟସଆପ୍ ପକ୍ଷରୁ କୁହାଯାଇଥିଲା ଯେ ସନ୍ଦିଗ୍ଧ କଲ୍ କୁ ବ୍ଲକ କରିବା ଓ ରିପୋର୍ଟ କରିବା ସ୍କାମ ବିରୁଦ୍ଧରେ ଲଢିବାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ।