Accident: କଟକରେ ବ୍ରିଜରୁ ଖସିଲା ସ୍ଲାବ, ୩ ମୃତ, ୨ଗୁରୁତର
କଟକର ଖାନନଗରରେ ନିର୍ମାଣଧୀନ ଏକ ବ୍ରିଜର ସ୍ଲାବ ଖସି ପଡିବା କାରଣରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଖାନନଗରରେ ବ୍ରିଜ ନିର୍ମାଣ ବେଳେ ଏହି ଅଘଟଣ ଘଟିଥିଲା। ପ୍ରାଥମିକ ଭାବେ ୫ ଜଣ ଆହତ ହୋଇଥିଲେ। ଏହା ମଧ୍ୟରୁ ୩ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ଥିବା ସୂଚନା ମିଳିଛି।