ACFଙ୍କ ସରକାରୀ ବାସଭବନରୁ ମିଳିଲା ନଗଦ ୧୪ ଲକ୍ଷ ଟଙ୍କା

ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ACF ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

ACFଙ୍କ ସରକାରୀ ବାସଭବନରୁ ମିଳିଲା ନଗଦ ୧୪ ଲକ୍ଷ ଟଙ୍କା

କୋଟିପତି ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ACF ରେବତୀ ରମଣ ଯୋଶୀ। ଘରୁ ବହାରିଲା ପୁଳାପୁଳା ଟଙ୍କା। ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ। ଜବତ ଟଙ୍କା ଗଣିବା ପାଇଁ ଆସିଲା ମେସିନ।

ଭିଜିଲାନ୍ସ ACFଙ୍କ ଘରୁ ୧୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ACFଙ୍କ ସମ୍ବଲପୁରରେ ଥିବା କ୍ୱାର୍ଟର୍ସରେ ଯାଞ୍ଚ ବେଳେ ଭିଜିଲାନ୍ସ ଅଧିକାରୀଙ୍କୁ ଏହି ଟଙ୍କା ମିଳିଛି।

ଆଜି ସକାଳେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ACF ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ACFଙ୍କ ସମ୍ବଲପୁର ଓ ବରଗଡ଼ରେ ଥିବା ଘର ସମେତ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା।

ରମଣ ଯୋଶୀଙ୍କ ସମ୍ବଲପୁରରେ ଥିବା ଅଫିସ୍, କ୍ୱାର୍ଟର୍ସ, ତିନି ମହଲା ଘରେ ଚଢ଼ାଉ କରାଯାଇଥିଲା । ACFଙ୍କର ସମ୍ବଲପୁରରେ ଥିବା ୪ଟି ଫ୍ଲାଟ, ସମ୍ବଲପୁରରେ ବ୍ୟବସାୟିକ କୋଠା ଓ ବରଗଡ଼ ଘରେ ମଧ୍ୟ ଯାଞ୍ଚ କରାଯାଇଥିଲା।