ADR ରିପୋର୍ଟ; ଚତୁର୍ଥ ପର୍ଯ୍ୟାୟରେ ୩୬୦ ଦାଗୀ ନେତା, ୪୭୬ଜଣ ପ୍ରାର୍ଥୀ କୋଟିପତି
ନୂଆଦିଲ୍ଲୀ,୫।୫: ଅଷ୍ଟାଦଶ ଲୋକସଭା ନିର୍ବାଚନ ପ୍ରକ୍ରିୟା ଜାରି । ଏପ୍ରିଲ ୧୯ରୁ ଜୁନ ୧ ତାରିଖ ମଧ୍ୟରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଉଛି । ସେଥିରୁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଲାଗି ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ମୋଟ୍ ୧୭୧୭ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬୦ଜଣ ଦାଗୀ ପ୍ରାର୍ଥୀ ରହିଥିବା ବେଳେ ୪୭୬ଜଣ କୋଟିପତି ଥିବା ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ ରିପୋର୍ଟରୁ ଜଣାପଡିଛି ।ନାମାଙ୍କନ ଦାଖଲ କରିଥିବା ୧୭୧୭ ପ୍ରାର୍ଥୀଙ୍କ ମଧ୍ୟରୁ ଏଡିଆର ୧୭୧୦ ଜଣଙ୍କ ତଥ୍ୟର ଯାଞ୍ଚ କରିବା ପରେ ଶନିବାର ଏକ ରିପୋର୍ଟ ଜାରି କରିଛି । ସେଥିରେ କୁହାଯାଇଛି କି ୩୬୦ଜଣ ପ୍ରାର୍ଥୀ ଅର୍ଥାତ୍ ୨୧ ପ୍ରତିଶତ ସେମାନଙ୍କ ନାଁରେ ଅପରାଧିକ ମାମଲା ରହିଥିବା ସତ୍ୟପାଠରୁ ଜଣାଇଛନ୍ତି । ୨୭୪ଜଣ ଅର୍ଥାତ୍ ୧୬ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ସଙ୍ଗୀନ ଅପରାଧିକ ମାମଲା ରହିଛି । ୧୭ ଜଣଙ୍କ ବିରୋଧରେ ଦଣ୍ଡାଦେଶ ହୋଇଥିବା ଘୋଷଣା କରିଛନ୍ତି । ୧୧ଜଣ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା ମାମଲା ରହିଥିଲା ବେଳେ ୩୦ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ମାମଲା ରହିଛି । ୫୦ ପ୍ରାର୍ଥୀଙ୍କ ନାଁରେ ମହିଳା ଶୋଷଣ ମାମଲା ଚାଲୁଛି । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ରହିଛି । ସେହିଭଳି ହିଂସା ସୃଷ୍ଟିକା
ନୂଆଦିଲ୍ଲୀ,୫।୫: ଅଷ୍ଟାଦଶ ଲୋକସଭା ନିର୍ବାଚନ ପ୍ରକ୍ରିୟା ଜାରି । ଏପ୍ରିଲ ୧୯ରୁ ଜୁନ ୧ ତାରିଖ ମଧ୍ୟରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଉଛି । ସେଥିରୁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଲାଗି ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ମୋଟ୍ ୧୭୧୭ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬୦ଜଣ ଦାଗୀ ପ୍ରାର୍ଥୀ ରହିଥିବା ବେଳେ ୪୭୬ଜଣ କୋଟିପତି ଥିବା ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ ରିପୋର୍ଟରୁ ଜଣାପଡିଛି ।
ନାମାଙ୍କନ ଦାଖଲ କରିଥିବା ୧୭୧୭ ପ୍ରାର୍ଥୀଙ୍କ ମଧ୍ୟରୁ ଏଡିଆର ୧୭୧୦ ଜଣଙ୍କ ତଥ୍ୟର ଯାଞ୍ଚ କରିବା ପରେ ଶନିବାର ଏକ ରିପୋର୍ଟ ଜାରି କରିଛି । ସେଥିରେ କୁହାଯାଇଛି କି ୩୬୦ଜଣ ପ୍ରାର୍ଥୀ ଅର୍ଥାତ୍ ୨୧ ପ୍ରତିଶତ ସେମାନଙ୍କ ନାଁରେ ଅପରାଧିକ ମାମଲା ରହିଥିବା ସତ୍ୟପାଠରୁ ଜଣାଇଛନ୍ତି । ୨୭୪ଜଣ ଅର୍ଥାତ୍ ୧୬ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ସଙ୍ଗୀନ ଅପରାଧିକ ମାମଲା ରହିଛି । ୧୭ ଜଣଙ୍କ ବିରୋଧରେ ଦଣ୍ଡାଦେଶ ହୋଇଥିବା ଘୋଷଣା କରିଛନ୍ତି । ୧୧ଜଣ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା ମାମଲା ରହିଥିଲା ବେଳେ ୩୦ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ମାମଲା ରହିଛି । ୫୦ ପ୍ରାର୍ଥୀଙ୍କ ନାଁରେ ମହିଳା ଶୋଷଣ ମାମଲା ଚାଲୁଛି । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ରହିଛି । ସେହିଭଳି ହିଂସା ସୃଷ୍ଟିକାରୀ ଭାଷଣ ଦେବା ଅଭିଯୋଗରେ ୪୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ।
ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ଏଆଇଏମ୍ଆଇଏମ୍ର ସମସ୍ତ ୩ ଜଣଙ୍କ ବିରୋଧରେ ଅପରାଧୀକ ମାମଲା ରହିଛି । ସେହିଭଳି ଶିବସେନାର ୩ରୁ ୨ ଜଣ, ବିଆରଏସ୍ର ୧୭ରୁ ୧୦, କଂଗ୍ରେସର ୬୧ରୁ ୩୫, ବିଜେପିର ୭୦ରୁ ୪୦, ଟିଡିପିର ୧୭ରୁ ୯, ବିଜେଡିର ୪ରୁ ୨, ଆରଜେଡିର ୪ରୁ ୨, ଶିବସେନା (ୟୁବିଟି)ର ୪ରୁ ୨, ୱାଇଏସ୍ଆର କଂଗ୍ରେସ ପାର୍ଟିର ୨୫ରୁ ୧୨, ଟିଏମ୍ସିର ୮ରୁ ୩ ଏବଂ ସମାଜବାଦୀ ପାର୍ଟିର ୧୯ରୁ ୭ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ଚାଲିଛି । ସେହିଭଳି ୧୭୧୦ ପ୍ରାର୍ଥୀଙ୍କ ମଧ୍ୟରୁ ୨୮ ପ୍ରତିଶତ ଅର୍ଥାତ ୪୭୬ ଜଣ ହେଉଛନ୍ତି କୋଟିପତି । ସେମାନଙ୍କ ମଧ୍ୟରେ ବିଜେପିର ସର୍ବାଧିକ ୬୫ ଜଣ ଅଛନ୍ତି । ଏହି ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୧୧ କୋଟି ୭୨ ଲକ୍ଷ ରହିଛି ।
ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ଚନ୍ଦ୍ରଶେଖର ପେମାସନି । ଆନ୍ଧ୍ରପ୍ରଦେଶର ଗୁଣ୍ଟୁରୁ ଲୋକସଭା ଆସନରୁ ସେ ଟିଡିପି ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି । ତାଙ୍କର ମୋଟ୍ ସମ୍ପତ୍ତି ୫, ୭୦୫ କୋଟି ଟଙ୍କା ବୋଲି ସେ ଦର୍ଶାଇଛନ୍ତି । ଦ୍ୱିତୀୟ ଧନୀ ପ୍ରାର୍ଥୀ ତାଲିକାରେ ଅଛନ୍ତି ବିଜେପିର କୋଣ୍ଡା ବିଶ୍ୱେଶ୍ୱର ରେଡ୍ଡୀ । ତେଲଙ୍ଗାନାର ଚେୱଲା ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା ରେଡ୍ଡୀଙ୍କ ମୋଟ୍ ସମ୍ପତ୍ତିର ପରିମାଣ ୪,୫୬୮କୋଟି । ତୃତୀୟ ସ୍ଥାନରେ ଅଛନ୍ତି ଟିଡିପିର ନେଲୋର ପ୍ରାର୍ଥୀ ପ୍ରଭାକର ରେଡ୍ଡୀ । ତାଙ୍କର ସମ୍ପତ୍ତି ପରିମାଣ ୭୧୬ କୋଟି । ଅନ୍ୟପକ୍ଷରେ ୨୪ ପ୍ରାର୍ଥୀ ସେମାନଙ୍କର କୌଣସି ସମ୍ପତ୍ତି ନଥିବା ଦର୍ଶାଇଛନ୍ତି । ସେହିଭଳି ୩ ଜଣ ପ୍ରାର୍ଥୀ ସେମାନଙ୍କ ସମ୍ପତ୍ତିର ପରିମାଣ ୭ଟଙ୍କା, ୮୩ ଟଙ୍କା ଓ ୯୦ ଟଙ୍କା ବୋଲି ନିଜ ସତ୍ୟପାଠରେ ଦର୍ଶାଇଛନ୍ତି ।
ସବୁ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କଥା ଦେଖିଲେ ଜଣାପଡିଛି କି ୩୮ ପ୍ରତିଶତ ଅର୍ଥାତ ୬୪୪ ଜଣ ସେମାନଙ୍କ ଶିକ୍ଷା ୫ମରୁ ଦ୍ୱାଦଶ ବୋଲି ଉଲ୍ଲେଖ କରିଛନ୍ତି । ୫୫ ପ୍ରତିଶତ ଅର୍ଥାତ ୯୪୪ ଜଣ ପ୍ରାର୍ଥୀ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ବା ତାଠାରୁ ଅଧିକ ବୋଲି କହିଛନ୍ତି ।