“All is well”: ଶିବକୁମାର କହିଲେ ହିମାଚଳରେ ସବୁ ମତଭେଦ ଶେଷ, ୫ ବର୍ଷ ଚାଲିବ ସୁଖୁ ସରକାର

ଶିମଲା,୨୯।୩: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାରଙ୍କ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ସଙ୍କଟ ଦୂର ହୋଇଛି। ରାଜ୍ୟର ଏକମାତ୍ର ରାଜ୍ୟ ସଭା ଆସନରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ୬ ଜଣ ବିଧାୟକ ଭାଜପା ପାଇଁ କ୍ରସ ଭୋଟ କରିଥିଲେ। ଏହା ପରେ ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ ପତନ ହେବାର ଆଶଙ୍କା ବଢିଯାଇଥିଲା। ତେବେ ଶେଷ ମୁହୂର୍ତ୍ତରେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ପରିସ୍ଥିତିକୁ ସମ୍ଭାଳି ନେଇଥିଲେ। ଡି.କେ ଶିବକୁମାର କହିଛନ୍ତି, କଂଗ୍ରେସ ଦଳ ଏବଂ ବିଧାୟକଙ୍କ ମଧ୍ୟରେ […] The post “All is well”: ଶିବକୁମାର କହିଲେ ହିମାଚଳରେ ସବୁ ମତଭେଦ ଶେଷ, ୫ ବର୍ଷ ଚାଲିବ ସୁଖୁ ସରକାର appeared first on Dharitri Odia News.

“All is well”: ଶିବକୁମାର କହିଲେ ହିମାଚଳରେ ସବୁ ମତଭେଦ ଶେଷ, ୫ ବର୍ଷ ଚାଲିବ ସୁଖୁ ସରକାର

ଶିମଲା,୨୯।୩: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାରଙ୍କ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ସଙ୍କଟ ଦୂର ହୋଇଛି। ରାଜ୍ୟର ଏକମାତ୍ର ରାଜ୍ୟ ସଭା ଆସନରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ୬ ଜଣ ବିଧାୟକ ଭାଜପା ପାଇଁ କ୍ରସ ଭୋଟ କରିଥିଲେ। ଏହା ପରେ ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ ପତନ ହେବାର ଆଶଙ୍କା ବଢିଯାଇଥିଲା। ତେବେ ଶେଷ ମୁହୂର୍ତ୍ତରେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ପରିସ୍ଥିତିକୁ ସମ୍ଭାଳି ନେଇଥିଲେ। ଡି.କେ ଶିବକୁମାର କହିଛନ୍ତି, କଂଗ୍ରେସ ଦଳ ଏବଂ ବିଧାୟକଙ୍କ ମଧ୍ୟରେ ସମସ୍ତ ମତଭେଦ ସମାଧାନ ହୋଇଛି। ସୁଖବିନ୍ଦର ସିଂ ସୁଖୁ ମୁଖ୍ୟମନ୍ତ୍ରୀ ରହିବେ। ରାଜ୍ୟରେ ଅପରେଶନ ଲୋଟସ ବିଫଳ ହୋଇଛି। ଲୋକ ସଭା ନିର୍ବାଚନ ବର୍ତ୍ତମାନ ଆମ ପାଇଁ ଏକ ପ୍ରାଥମିକତା

ସାମ୍ପ୍ରତିକ ରାଜନୈତିକ ସଙ୍କଟର ସମାଧାନ ପାଇଁ କଂଗ୍ରେସ ହାଇକମାଣ୍ଡ ଡି.କେ ଶିବକୁମାର ଏବଂ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦର ସିଂ ହୁଡାଙ୍କୁ ପର୍ଯ୍ୟବେକ୍ଷକ କରିଥିଲେ। ଉଭୟ ନେତା ଶିମଲାରେ ବିରଭଦ୍ର ସିଂଙ୍କ ପତ୍ନୀ ପ୍ରତୀଭା ସିଂ ଏବଂ ତାଙ୍କ ପୁଅ ବିକ୍ରମାଦିତ୍ୟ ସିଂଙ୍କ ସହ କଥା ହୋଇଥିଲେ। ଏହା ପରେ ଗୁରୁବାର ସାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦର ହୁଡା ଏବଂ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ ସାମିଲ ଥିଲେ। ଶିବକୁମାର କହିଛନ୍ତି, ହରିୟାଣାରେ ସବୁକିଛି ଠିକ୍‌ ଅଛି। ସୁଖୁ ସରକାର ଆହୁରି ୫ ବର୍ଷ ଚାଲିବ।

The post “All is well”: ଶିବକୁମାର କହିଲେ ହିମାଚଳରେ ସବୁ ମତଭେଦ ଶେଷ, ୫ ବର୍ଷ ଚାଲିବ ସୁଖୁ ସରକାର appeared first on Dharitri Odia News.