Ashutosh Sharma: କୋଚଙ୍କ ବଡ଼ ଖୁଲାସା, ଚୟନକର୍ତ୍ତାଙ୍କ ବିପକ୍ଷରେ ଯାଇ ଆଶୁତୋଷଙ୍କୁ ଖେଳାଇଥିଲେ
ତେବେ ଆଶୁତୋଷଙ୍କୁ ନେଇ ଏକ ବଡ ଖୁଲାସା କରିଛନ୍ତି ରେଲୱେଜ ଦଳର କୋଚ ନିଖିଲ ଡୋରୁ। ଆଶୁତୋଷ ଚଳିତ ବର୍ଷ ଗୁଜରାଟ ବିପକ୍ଷରେ ରଣଜୀ ଟ୍ରଫି ଡେବ୍ୟୁ କରିଥିଲେ। ତେବେ ଆଶୁତୋଷଙ୍କ ପଦାର୍ପଣକୁ ନେଇ ରେଲୱେଜର ସିଲେକ୍ଟର ମାନେ ଖୁସି ନ ଥିଲେ। ସେମାନେ ଆଶୁତୋଷଙ୍କୁ ଟିମରେ ଦେଖିବାକୁ ଚାହିଁ ନ ଥିଲେ। ଆଶୁତୋଷ କେବଳ ଧୂଆଁଧାର ବ୍ୟାଟିଂ କ଼ରି ପାରିବେ। ସମ୍ପୂର୍ଣ୍ଣ କ୍ରିକେଟ ଖେଳାଳି ହେବାର ଦକ୍ଷତା ତାଙ୍କ ନିକଟରେ ନାହିଁ ବୋଲି କୁହାଯାଇଥିଲା।