ATM କାଟି ଦୁର୍ବୃତ୍ତ ବୁଲାଇଲେ କଳାକନା, ଲୁଟିନେଲେ ୩୦ ଲକ୍ଷରୁ ଅଧିକ ଟଙ୍କା
ଦୁଇଟି ଯାକ ଲୁଟ୍ରେ ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଥିବା ବେଳେ ଏଯାଏଁ କିନ୍ତୁ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।
ଗ୍ୟାସ କଟରରେ ଏଟିଏମକୁ କାଟି ଖଣ୍ଡ ଖଣ୍ଡ କରିଦେଇଛନ୍ତି । ପରେ ଆଲୁମିନିୟମ୍ ପ୍ଲେଟକୁ ତାଡି ଲୁଟି ନେଇଛନ୍ତି ଭିତରେ ଥିବା ୨୦ ଲକ୍ଷରୁ ଅଧିକ ଟଙ୍କା। ଏଟିଏମର ଆଉ ଅବସ୍ଥା ନାହିଁ। ଅଧରାତିରେ ବାଲେଶ୍ୱର ଖଇରା ଥାନା ତୁଡିଗଡିଆ ଅଂଚଳରେ ଥିବା ଏକ୍ସିସ ବ୍ୟାଙ୍କର ଏକ ଏଟିଏମରେ କଳାକନା ବୁଲାଇ ଦେଇଛନ୍ତି ୬ରୁ ଅଧିକ ଲୁଟେରା। ୯ ମିନିଟରେ ଖାଲି କରିଦେଇଛନ୍ତି ପୁରା ଏଟିଏମ୍। ପାଖ ପୋଡଶୀ ସବୁ ଦେଖୁଥିଲେ ବି ଲୁଟେରାଙ୍କ ହାତରେ ମାରଣାସ୍ତ୍ର ଥିବାରୁ କେହି ପାଖ ମାଡିନଥିଲେ।
ସେହିଭଳି ଜିଲ୍ଲାର ସୋର ଥାନା ମଙ୍ଗଳପୁର ଛକ। ସେଠି ବି ସମାନ ଚିତ୍ର ଦେଖିବାକୁ ମିଳିଛି । ରାତି ପାହିଲା ବେଳକୁ ଅଧାଖୋଲା ସଟର, ଭିତରେ ଏଟିଏମ୍ ଖାଲି । ଲୁଟେରା, ଗ୍ୟାସ କଟରରେ ଷ୍ଟ୍ରଙ୍ଗ ଏଟିଏମକୁ କାଟି ଟଙ୍କା ଲୁଟି ନେଇଛନ୍ତି। ମାତ୍ର ୭ ମିନିଟରେ ସଫା କରିଦେଇଛନ୍ତି ୧୨ ଲକ୍ଷରୁ ଅଧିକ ଟଙ୍କା। ପରେ ଏଟିଏମରେ ନିଆଁ ଲଗାଇଦେଇଛନ୍ତି।