AUS Open ୨୦୨୪: ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଓପନ୍ ଜିତିଲେ ୟାନିକ୍ ସିନର୍
ସିନର୍ ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ନିଜ ନାମରେ କରିଛନ୍ତି। ସେ ମେଦଭେଦେବଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛନ୍ତି।
ଇତିହାସ ରଚିଲେ ଇଟାଲୀର ଯୁବ ଟେନିସ୍ ଖେଳାଳି ୟାନିକ୍ ସିନର୍ । ମାତ୍ର ୨୨ ବର୍ଷରେ ଅଷ୍ଟ୍ରେଲିଆ ଓପନ୍ ପୁରୁଷ ଏକକ ଫାଇନାଲ ଜିତିଲେ ୟାନିକ୍ ସିନର୍ । ୨୮ ଜାନୁଆରୀରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଖେଳାଯାଇଥିବା ଫାଇନାଲରେ ଋଷର ଦାନିଲ ମେଦଭେଦେବଙ୍କୁ ପରାସ୍ତ କରି ଇତିହାସ ରଚିଛନ୍ତି ୟାନିକ୍। ଏହି ମ୍ୟାଚ୍କୁ ସେ ୩-୬,୩-୬,୬-୪,୬-୪ ଓ ୬-୩ ବ୍ୟବଧାନରେ ଜିତିଥିଲେ। ପ୍ରଥମ ଇଟାଲୀୟ ଭାବେ ୟାନିକ୍ ଏହି ଉପଲବ୍ଧି ହାସଲ କରିଛନ୍ତି।
ସିନର୍ ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ନିଜ ନାମରେ କରିଛନ୍ତି। ସେ ମେଦଭେଦେବଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛନ୍ତି। ପ୍ରଥମ ଥର ପାଇଁ ଅଷ୍ଟ୍ରେଲୀୟ ଓପନ୍ ଜିତିବାକୁ ଋଷର ଏହି ଖେଳାଳି ଆଶା କରିଥିଲେ। କିନ୍ତୁ ଯୁବ ଇଟାଲୀ ତାରକା ତାଙ୍କୁ ଫାଇନାଲରେ ପରାସ୍ତ କରି ଟାଇଟଲ୍ ନିଜ ନାମରେ କରିଛନ୍ତି। ଏହା ପୂର୍ବରୁ ମେଦଭେଦେବ ୨୦୨୧ରେ ୟୁଏସ୍ ଓପନ୍ ଜିତିଥିଲେ।
Sublime from Sinner