Auto Expo ରେ ଲଞ୍ଚ ହୋଇଛି ଅନେକ ଦମଦାର୍ Electric SUV, ୩୦ ଲକ୍ଷରୁ କମ୍ ରହିଛି ଦାମ୍
ଭାରତ ମୋବିଲିଟି ୨୦୨୫ ଅଧୀନରେ ଦିଲ୍ଲୀ NCR ରେ ଆୟୋଜିତ କରାଯାଇଥିବା Auto Expo ୨୦୨୫ ରେ ଅନେକ ଦମଦାର୍ ଗାଡ଼ି ଲଞ୍ଚ କରାଯାଇଛି । ଅନେକ ପ୍ରଡକ୍ଟସ୍ ମଧ୍ୟ Electric SUV ସେଗମେଣ୍ଟରେ ଲଞ୍ଚ କରାଯାଇଥିଲା । ଏହି ସମୟ ମଧ୍ୟରେ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କିଛି SUV ଗାଡ଼ିକୁ ଉପସ୍ଥାପନା କରୁଥିବାବେଳେ ଆଉ କିଛି ଗାଡ଼ିକୁ ଲଞ୍ଚ କରାଯାଇଛି । ତେବେ ଏହି ବିଷୟରେ ଆସନ୍ତୁ ଜାଣିବା । Maruti E Vitara […] The post Auto Expo ରେ ଲଞ୍ଚ ହୋଇଛି ଅନେକ ଦମଦାର୍ Electric SUV, ୩୦ ଲକ୍ଷରୁ କମ୍ ରହିଛି ଦାମ୍ appeared first on KNews Odisha.

ଭାରତ ମୋବିଲିଟି ୨୦୨୫ ଅଧୀନରେ ଦିଲ୍ଲୀ NCR ରେ ଆୟୋଜିତ କରାଯାଇଥିବା Auto Expo ୨୦୨୫ ରେ ଅନେକ ଦମଦାର୍ ଗାଡ଼ି ଲଞ୍ଚ କରାଯାଇଛି । ଅନେକ ପ୍ରଡକ୍ଟସ୍ ମଧ୍ୟ Electric SUV ସେଗମେଣ୍ଟରେ ଲଞ୍ଚ କରାଯାଇଥିଲା । ଏହି ସମୟ ମଧ୍ୟରେ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କିଛି SUV ଗାଡ଼ିକୁ ଉପସ୍ଥାପନା କରୁଥିବାବେଳେ ଆଉ କିଛି ଗାଡ଼ିକୁ ଲଞ୍ଚ କରାଯାଇଛି । ତେବେ ଏହି ବିଷୟରେ ଆସନ୍ତୁ ଜାଣିବା ।
Maruti E Vitara :
ଭାରତର ଲିଡିଙ୍ଗ ଅଟୋମୋବାଇଲ୍ ମେକର Maruti ଅଟୋ ଏକ୍ସପୋ ୨୦୨୫ ସମୟରେ Maruti E Vitara କୁ ଏହାର ପ୍ରଥମ Electric SUV ଭାବରେ ଉପସ୍ଥାପନା କରିଥିଲା । ଯାହା ଆସନ୍ତା କିଛି ମାସ ମଧ୍ୟରେ ଲଞ୍ଚ ହେବ । କମ୍ପାନୀ ଏହାକୁ ଦୁଇଟି ବ୍ୟାଟେରୀ ପ୍ୟାକର ଅପ୍ସନ ଦେବ, ଯାହା ଏହାକୁ ୫୦୦ କିଲୋମିଟରରୁ ଅଧିକ ରେଞ୍ଜ ପ୍ରଦାନ କରିବ । ଏହାର ପ୍ରାଇସ୍ ଲଞ୍ଚ ସମୟରେ ଘୋଷଣା କରାଯିବ ।
Hyundai Creta Electric :
ଅଟୋ ଏକ୍ସପୋ ୨୦୨୫ ରେ ସାଉଥ୍ କୋରିଆର ଅଟୋମେକର Hyundai ଦ୍ବାରା Creta Electric ଭର୍ସନ ଲଞ୍ଚ କରାଯାଇଥିଲା । ଏହି ଗାଡ଼ିର ଏକ୍ସ-ସୋରୁମ୍ ପ୍ରାଇସ୍ ୧୭.୯୯ ଲକ୍ଷ ଟଙ୍କାରେ ଅଣାଯାଇଛି । ଏଥିରେ ଦୁଇଟି ବ୍ୟାଟେରୀ ପ୍ୟାକର ଅପ୍ସନ ମଧ୍ୟ ଅଛି, ଯାହା ସର୍ବାଧିକ ୪୭୩ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଇଥାଏ ।
Mahindra BE 6 :
BE 6 କୁ ୨୦୨୪ ଶେଷରେ Mahindra ଦ୍ବାରା ଏକ Electric SUV ଭାବରେ ଉପସ୍ଥାପନା କରାଯାଇଥିଲା । ଯାହା ଅଟୋ ଏକ୍ସପୋ ୨୦୨୫ ରେ ଲଞ୍ଚ କରାଗଲା । ଏହି SUV ର ଏକ୍ସ-ସୋରୁମ୍ ପ୍ରାଇସ୍ ୧୮.୯୦ ଲକ୍ଷରୁ ୨୬.୯୦ ଲକ୍ଷ ଟଙ୍କା ମଧ୍ୟରେ ରଖାଯାଇଛି ।
Mahindra XEV 9e :
Mahindra ର ଅନ୍ୟ ଗୋଟେ Electric SUV କୁ ଅଟୋ ଏକ୍ସପୋ ୨୦୨୫ ରେ XEV 9e କୁ ଲଞ୍ଚ କରାଯାଇଥିଲା । ଏହି SUV ର ଏକ୍ସ-ସୋରୁମ୍ ପ୍ରାଇସ୍ ୨୧.୯୦ ଲକ୍ଷରୁ ୩୦.୫୦ ଲକ୍ଷ ଟଙ୍କା ମଧ୍ୟରେ ଅଣାଯାଇଛି । ଏହା ଗୋଟିଏ ଚାର୍ଜରେ ୬୫୬ କିଲୋମିଟର ପର୍ଯ୍ୟନ୍ତ ଚଲାଯାଇପାରିବ ।
Tata Sierra :
Tata ଏକ୍ସପୋ ୨୦୨୫ ରେ Tata Sierra କୁ ମଧ୍ୟ ଉପସ୍ଥାପନା କରାଯାଇଥିଲା । ଏହାର ଇଲେକ୍ଟ୍ରିକ୍ ଭସର୍ନ୍ ଦ୍ବାରା ଶୀଘ୍ର ଲଞ୍ଚ କରାଯାଇପାରିବ । ଏହାକୁ ବ୍ୟାଟେରୀ ପ୍ୟାକର ଅନେକ ଅପ୍ସନ ମଧ୍ୟ ଦିଆଯାଇପାରିବ ଏବଂ ଏହାର ସର୍ବାଧିକ ରେଞ୍ଜ ପ୍ରାୟ ୬୦୦ କିଲୋମିଟର ହୋଇପାରେ ।
Tata Harrier EV :
Tata Harrier EV କୁ ମଧ୍ୟ ଉପସ୍ଥାପନା କରାଯାଇଥିଲା । କମ୍ପାନୀ ଏହାକୁ ଅଲ୍-ହୁଇଲ୍ ଡ୍ରାଇଭ୍ ସହିତ ଆଣିବାକୁ ଯାଉଛି । ଏହା ଗୋଟିଏ ଚାର୍ଜରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ପ୍ରଦାନ କରିପାରିବ । ଏହାର ଏକ୍ସ-ସୋରୁମ୍ ପ୍ରାଇସ୍ ୨୫ ଲକ୍ଷ ଟଙ୍କା ହୋଇପାରେ ।
Vinfast VF3 :
Electric SUV Vinfast VF3, ଯାହା ଏକ୍ସପୋରେ ଉପସ୍ଥାପନା କରାଯାଇଥିଲା । ଏହାର ରେଞ୍ଜ ୨୧୫ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ଏହାର ଏକ୍ସ-ସୋରୁମ୍ ପ୍ରାଇସ୍ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ ।
Vayve EVA :
Vayve EVA ଦେଶର ପ୍ରଥମ ଇଲେକ୍ଟ୍ରିକ୍ ସୋଲାର EV ଭାବରେ ଲଞ୍ଚ କରାଯାଇଥିଲା । ଏଥି ସହ ଏହା ଅଟୋ ଏକ୍ସପୋ ୨୦୨୩ ରେ ମଧ୍ୟ ଉପସ୍ଥାପିତ ହୋଇଥିଲା । ଏହାର ରେଞ୍ଜ ୨୫୦ କିଲୋମିଟର ପର୍ଯ୍ୟନ୍ତ ରହିବ ଏବଂ ଏହାର ଏକ୍ସ-ସୋରୁମ୍ ପ୍ରାଇସ୍ ୩.୨୫ ଲକ୍ଷରୁ ୪.୪୯ ଲକ୍ଷ ମଧ୍ୟରେ ରହିଛି ।
The post Auto Expo ରେ ଲଞ୍ଚ ହୋଇଛି ଅନେକ ଦମଦାର୍ Electric SUV, ୩୦ ଲକ୍ଷରୁ କମ୍ ରହିଛି ଦାମ୍ appeared first on KNews Odisha.