BAPS ହିନ୍ଦୁ ମନ୍ଦିରରୁ ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ଭିଡିଓ, ଉଦ୍‌ଘାଟନ ଉତ୍ସବରେ ହେଲେ ସାମିଲ

ବଲିଉଡ ଅଭିନେତା ଅକ୍ଷୟ କୁମାର ଚଳିତ ବର୍ଷ ତାଙ୍କର ଅନେକ ଫିଲ୍ମ ରିଲିଜ୍‌ କରିବାକୁ ଯାଉଛନ୍ତି । ଗୋଟିଏ ପରେ ଗୋଟିଏ ନୂଆ ଫିଲ୍ମରେ ଅଭିନେତାଙ୍କୁ ଦେଖିବାକୁ ମିଳିବ । ଏହା ସହ ଏହି ବର୍ଷ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ମଧ୍ୟ ରିଲିଜ୍ ହେବାକୁ ଯାଉଛି । ତେବେ ଅଭିନେତା ଏହାର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି । ଏହି ସମୟ ମଧ୍ୟରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଆବୁଧାବିର BAPS ହିନ୍ଦୁ ମନ୍ଦିରରେ ପହଞ୍ଚିଥିଲେ […] The post BAPS ହିନ୍ଦୁ ମନ୍ଦିରରୁ ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ଭିଡିଓ, ଉଦ୍‌ଘାଟନ ଉତ୍ସବରେ ହେଲେ ସାମିଲ appeared first on KNews Odisha.

BAPS ହିନ୍ଦୁ ମନ୍ଦିରରୁ ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ଭିଡିଓ, ଉଦ୍‌ଘାଟନ ଉତ୍ସବରେ ହେଲେ ସାମିଲ
akshay kumar

ବଲିଉଡ ଅଭିନେତା ଅକ୍ଷୟ କୁମାର ଚଳିତ ବର୍ଷ ତାଙ୍କର ଅନେକ ଫିଲ୍ମ ରିଲିଜ୍‌ କରିବାକୁ ଯାଉଛନ୍ତି । ଗୋଟିଏ ପରେ ଗୋଟିଏ ନୂଆ ଫିଲ୍ମରେ ଅଭିନେତାଙ୍କୁ ଦେଖିବାକୁ ମିଳିବ । ଏହା ସହ ଏହି ବର୍ଷ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ମଧ୍ୟ ରିଲିଜ୍ ହେବାକୁ ଯାଉଛି । ତେବେ ଅଭିନେତା ଏହାର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି । ଏହି ସମୟ ମଧ୍ୟରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଆବୁଧାବିର BAPS ହିନ୍ଦୁ ମନ୍ଦିରରେ ପହଞ୍ଚିଥିଲେ ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଫେବୃଆରୀ ୧୪ରେ ଉଦ୍‌ଘାଟିତ ହୋଉଛି । ତେବେ ପାରମ୍ପାରିକ ପୋଷାକରେ ସେଠାରେ ପହଞ୍ଚିଥିବା ଅଭିନେତାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଭିଡିଓରେ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ର ଅଭିନେତା ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିବାର ନଜର ଆସିଛନ୍ତି । ଏହା ସହ କଡା ସୁରକ୍ଷା ମଧ୍ୟରେ ସେ ମନ୍ଦିରରେ ପ୍ରବେଶ କରିଥିଲେ । ଏହା ବ୍ୟତୀତ ଉଦ୍‌ଘାଟନ ଉତ୍ସବରେ ଅଭିନେତା ମଧ୍ୟ ଉପସ୍ଥିତ ରହିଥିଲେ । ଏହି ଭିଡିଓଟି ‘Press Trust of India’ ଦ୍ୱାରା ସୋସିଆଲ ମିଡିଆରେ ସେୟାର କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦି ଆବୁଧାବିରେ ଏକ ହିନ୍ଦୁ ମନ୍ଦିରର ଉଦଘାଟନ କରିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଉଭୟ ଭାରତ ଏବଂ ୟୁଏଇ ସହଭାଗୀତା, ଶାନ୍ତି ଏବଂ ସମୃଦ୍ଧିର ମୂଲ୍ୟବୋଧ ପାଇଁ BAPS ମନ୍ଦିର ଏକ ଚିରନ୍ତନ ପ୍ରତୀକ ହେବ’ । ତେବେ BAPS ହେଉଛି ଏକ ସାମାଜିକ ଏବଂ ଆଧ୍ୟାତ୍ମିକ ହିନ୍ଦୁ ବିଶ୍ୱାସ ବେଦର ମୂଳଦୁଆ, ୧୮ ଶତାବ୍ଦୀର ଶେଷ ଭାଗରେ ପ୍ରଭୁ ସ୍ୱାମିନାରାୟଣଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏବଂ ୧୯୦୭ ମସିହାରେ ଶାସ୍ତ୍ରୀଜୀ ମହାରାଜଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ପ୍ରତିଷ୍ଠିତ ହୋଇଥିଲା । ଆବୁଧାବିରେ ଏକ ହିନ୍ଦୁ ମନ୍ଦିର ପାଇଁ ପ୍ରସ୍ତାବ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି ୟୁଏଇ ଗସ୍ତ ସମୟରେ ଦେଇଥିଲେ । ଏହା ପରେ ସେଠିକାର ସରକାର ମନ୍ଦିର ନିର୍ମାଣ ପାଇଁ ଜମି ବଣ୍ଟନ କରିଥିଲେ । ଏହି ସମସ୍ତ କାର୍ଯ୍ୟ ପରେ ସେହି ସ୍ଥାନରେ ଏକ ହିନ୍ଦୁ ମନ୍ଦିର ନିର୍ମାଣ ହୋଇଛି, ତେବେ ଏହା ସମସ୍ତ ଭାରତୀୟଙ୍କ ପାଇଁ ଏକ ଗର୍ବର କଥା ପାଲଟିଛି ।

ତେବେ ଶେଷଥର ପାଇଁ ଅକ୍ଷୟ କୁମାରଙ୍କୁ ଫିଲ୍ମ ‘ମିଶନ ରାନିଗଞ୍ଜ’ରେ ଦେଖିବାକୁ ମିଳିଥିଲା । ଗତ ବର୍ଷ ଅକ୍ଷୟ କୁମାରଙ୍କ ତିନୋଟି ବଡ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏଥିମଧ୍ୟରେ ‘ସେଲଫି’ ଏବଂ ‘OMG ୨’ ଅନ୍ତର୍ଭୁକ୍ତ ଥିଲା । ଏହି ସମସ୍ତ ଫିଲ୍ମରେ ଦର୍ଶକ ଅକ୍ଷୟ କୁମାରଙ୍କୁ ବହୁତ ପସନ୍ଦ କରିଥିଲେ । ଏହା ବ୍ୟତୀତ ବକ୍ସ ଅଫିସରେ ଫିଲ୍ମ ଭଲ ଇନ୍‌କମ୍‌ କରିନଥିଲା, କିନ୍ତୁ ଫିଲ୍ମର ଷ୍ଟୋରିକୁ ବହୁତ ପ୍ରଶଂସା କରାଯାଇଥିଲା । ଫିଲ୍ମ ‘ସରଫିରା’ ବ୍ୟତୀତ ଅକ୍ଷୟ କୁମାର ଖୁବ୍ ଶୀଘ୍ର ଆହୁରି ଅନେକ ଚଳଚ୍ଚିତ୍ରରେ ନଜର ଆସିବେ, ସେଥିମଧ୍ୟରେ ‘ୱେଲକମ୍‌ ଟୁ ଦ ଜଙ୍ଗଲ’, ‘ବଡେ ମିୟା ଛୋଟେ ମିୟା’ ଏବଂ ‘ହେରା ଫେରି ୩’ ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।

The post BAPS ହିନ୍ଦୁ ମନ୍ଦିରରୁ ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ଭିଡିଓ, ଉଦ୍‌ଘାଟନ ଉତ୍ସବରେ ହେଲେ ସାମିଲ appeared first on KNews Odisha.