Big Breaking: କାଲି ନିର୍ବାଚନ ତାରିଖ ଘୋଷଣା

କାଲି ଲୋକସଭା ଓ କିଛି ରାଜ୍ୟର ବିଧାନସଭା ତାରିଖ ଘୋଷଣା ହେବା ନେଇ ସୂଚନା ମିଳିଛି।

Big Breaking: କାଲି ନିର୍ବାଚନ ତାରିଖ ଘୋଷଣା

ଯାହାକୁ ଅପେକ୍ଷା କରିଥିଲା ସାରା ଦେଶ ସେ ଖବର ଆସିଛି। ଆସନ୍ତାକାଲି ଘୋଷଣା ହେବ ସାଧାରଣ ନିର୍ବାଚନ ତାରିଖ। କାଲି ଅପରାହ୍ନ ୩ଟାରେ ମୁଖ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିବେ। ଏନେଇ ସାମ୍ବାଦିକ ସମ୍ମିଳନୀ ଡକା ଯାଇଛି। ଯଦି, କାଲି ନିର୍ବାଚନ ତାରିଖ ଘୋଷଣା କରାଯାଏ ତାହେଲେ କାଲିଠୁ ଲାଗୁ ହୋଇଯିବ ନିର୍ବାଚନୀ ଆଚରଣ ବିଧି।

ଅଧିକ ପଢ଼ନ୍ତୁ: ହଟୁନି ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ସସପେନ୍ସ

୨୦୧୯ରେ ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ହୋଇଥିବା ବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ସବୁ ରାଜ୍ୟରେ ନିର୍ବାଚନୀ ପ୍ରସ୍ତୁତି ତଦାରଖ କରିସାରିଥିବା ବେଳେ ଆସନ୍ତାକାଲି ତାରିଖ ଘୋଷଣା କରିବାକୁ ଯାଉଛନ୍ତି। ଏଥିସହ ଦୁଇ ନିର୍ବାଚନ କମିଶନରଙ୍କ ପଦବୀ ମଧ୍ୟ ପୂରଣ ହୋଇଛି। ଓଡ଼ିଶାରେ ବିଧାନସଭା ସହ ଲୋକସଭା ନିର୍ବାଚନ ହେବ। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବ।