BJPକୁ ଫେରିଲେ ଜଗଦୀଶ ସେତ୍ତାର, ବିଏସ୍ ୟେଦୁରପ୍ପାଙ୍କ ଉପସ୍ଥିତିରେ ସାମିଲ ହେଲେ
ବିଧାନସଭା ନିର୍ବାଚନ ବେଳେ ବିଜେପି ଛାଡ଼ି କଂଗ୍ରେସ ଯାଇଥିଲେ ।
ବିଜେପିକୁ ଫେରିଲେ କର୍ଣ୍ଣାଟକର ବରିଷ୍ଠ ଲିଙ୍ଗାୟତ ନେତା ଜଗଦୀଶ ସେତ୍ତାର । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପାଓ କର୍ଣ୍ଣାଟକ ବିଜେପି ସଭାପତି ବିଜୟେନ୍ଦ୍ରଙ୍କ ଉପସ୍ଥିତିରେ ସେ ବିଜେପିକୁ ଫେରିଛନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ଟିକଟ ବଣ୍ଟନକୁ ନେଇ ଖପ୍ପା ହେବା ପରେ ସେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ଆଉ କଂଗ୍ରେସକୁ ଏହାର ପାଇଦା ବି ମିଳିଥିଲା।
ତେବେ ଆଗକୁ ଲୋକସଭା ନିର୍ବାଚନ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଟ ନେତୃତ୍ବ ପ୍ରତି ଆଗ୍ରହୀ ହୋଇ ସେ ପୁଣି ନିଜ ଘରକୁ ଫେରିଛନ୍ତି ବୋଲି କହିଛନ୍ତି। ୨୦୨୪ ନିର୍ବାଚନରେ ବିଜେପି ପୁଣି କ୍ଷମତାକୁ ଫେରିବ ଓ ଲୋକେ ନରେନ୍ଦ୍ର ମୋଦିଙ୍କୁ ପୁଣି ପ୍ରଧାନମନ୍ତ୍ରୀ ଭାବେ ବାଛିବେ ବୋଲି କହିଛନ୍ତି ଜଗଦୀଶ ସେତ୍ତାର ।
#ବିଜେପିକୁ_ଫେରିଲେ_ଜଗଦୀଶ
ବିଜେପିକୁ ଫେରିଲେ ଜଗଦୀଶ ସେଟ୍ଟାର । ବିଏସ୍ ୟେଦୁରପ୍ପାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ।#BJP #JagadishShettar #Politics #OTV pic.twitter.com/hAyoRf0dbQ — ଓଟିଭି (@otvkhabar) January 25, 2024