BMC କମିଶନରଙ୍କୁ ଘେରିଗଲେ ଲୋକେ, ପରେ…

ଭୁବନେଶ୍ୱର,୪।୭: ଭୁବନେଶ୍ବରର ବଡ଼ଗଡ଼ ଓ ଲକ୍ଷ୍ମୀସାଗରରେ BMC କମିଶନରଙ୍କୁ ଲୋକେ ଘେରିଛନ୍ତି। BMC କମିଶନର ରାଜେଶ ପ୍ରଭାକର ପାଟିଲ ବର୍ଷା ଜଳ ନିଷ୍କାସନ ସମସ୍ୟାର ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଲୋକେ ତାଙ୍କୁ ବିରୋଧ କରି ଘେରିଛନ୍ତି। ଲକ୍ଷ୍ମୀସାଗର ଡ୍ରେନ ନଂ-୬ ଓ ଦୟା ୱେଷ୍ଟ କେନାଲ ବୁଲି ଦେଖିଛନ୍ତି।ସିଟି ଇଂଜିନିୟରଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ସ୍ଥାୟୀ ସମାଧାନ ପାଇଁ ଡିଜାଇନ ଆସିଲେ ଶୀଘ୍ର କାମ ଆରମ୍ଭ ହେବ ବୋଲି ସେ କହିୀଛନ୍ତି। ଗତକାଲିର ବର୍ଷାରେ ବଡ଼ଗଡ଼ […] The post BMC କମିଶନରଙ୍କୁ ଘେରିଗଲେ ଲୋକେ, ପରେ… appeared first on Dharitri Odia News.

BMC କମିଶନରଙ୍କୁ ଘେରିଗଲେ ଲୋକେ, ପରେ…

ଭୁବନେଶ୍ୱର,୪।୭: ଭୁବନେଶ୍ବରର ବଡ଼ଗଡ଼ ଓ ଲକ୍ଷ୍ମୀସାଗରରେ BMC କମିଶନରଙ୍କୁ ଲୋକେ ଘେରିଛନ୍ତି। BMC କମିଶନର ରାଜେଶ ପ୍ରଭାକର ପାଟିଲ ବର୍ଷା ଜଳ ନିଷ୍କାସନ ସମସ୍ୟାର ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଲୋକେ ତାଙ୍କୁ ବିରୋଧ କରି ଘେରିଛନ୍ତି। ଲକ୍ଷ୍ମୀସାଗର ଡ୍ରେନ ନଂ-୬ ଓ ଦୟା ୱେଷ୍ଟ କେନାଲ ବୁଲି ଦେଖିଛନ୍ତି।ସିଟି ଇଂଜିନିୟରଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ସ୍ଥାୟୀ ସମାଧାନ ପାଇଁ ଡିଜାଇନ ଆସିଲେ ଶୀଘ୍ର କାମ ଆରମ୍ଭ ହେବ ବୋଲି ସେ କହିୀଛନ୍ତି। ଗତକାଲିର ବର୍ଷାରେ ବଡ଼ଗଡ଼ କେନାଲ ରୋଡରେ ଘରେ ପାଣି ପଶିଯାଇଥିଲା। ଯାହାକୁ ନେଇ ଲୋକେ ତାତିଥିଲେ।

ଅନ୍ୟପକ୍ଷେ,(BMC) ଅତିରିକ୍ତ କମିଶନରଙ୍କ ଉପରେ ଆକ୍ରମଣ ମାମଲାରେ ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କୁ ଭୁବନେଶ୍ୱରର ଝାରପଡ଼ା ଜେଲରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।  ଗତକାଲି ରାତିରେ ସେ ଡିସିପି ଅଫିସରେ ଆତ୍ମସମର୍ପଣ କରିଥିଲେ, ଯାହା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। ଏହାପରେ କୋର୍ଟରେ ହାଜର କରାଯାଇ ଝାରପଡ଼ା ଜେଲକୁ ପଠାଯାଇଥିଲା।

ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନୂତନ ସଂହିତା (BNS) ଅଧୀନରେ ୧୧ଟି ଧାରା ଯଥା ୩୩୩, ୧୩୨, ୧୨୧(୧), ୧୨୧(୨), ୩୫୧(୨), ୬୨, ୩୦୪, ୫୪, ୬୧(୨), ୧୮୯(୨), ଓ ୧୯୦/୩(୫) ଅନୁଯାୟୀ ଅଭିଯୋଗ ରୁଜୁ ହୋଇଛି। ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

କୋର୍ଟରେ ଜଗନ୍ନାଥଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ତାଙ୍କ ଓକିଲ କହିଛନ୍ତି ଯେ, ଏହି ମାମଲାକୁ ସେସନ୍ସ କୋର୍ଟରେ ଉପସ୍ଥାପନ କରାଯିବ। କୋର୍ଟ ବାହାରେ ଜଗନ୍ନାଥଙ୍କ ଶହ ଶହ ସମର୍ଥକଙ୍କ ଭିଡ଼ ଦେଖାଦେଇଥିଲା, ଏବଂ ଝାରପଡ଼ା ଜେଲ ଫାଟକ ଆଗରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଏହି ଘଟଣା ରାଜନୈତିକ ମହଲରେ ତୀବ୍ର ଚର୍ଚ୍ଚାର ବିଷୟ ହୋଇଛି। ଭୁବନେଶ୍ୱର ଡିସିପି ପୋଲିସ ପକ୍ଷରୁ ସ୍ପଷ୍ଟ କରିଛନ୍ତି ଯେ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇ ଜେଲକୁ ପଠାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଓ ସେସନ୍ସ କୋର୍ଟରେ ହେବାକୁ ଥିବା ବିଚାର ଉପରେ ସମସ୍ତଙ୍କ ନଜର ରହିଛି।

The post BMC କମିଶନରଙ୍କୁ ଘେରିଗଲେ ଲୋକେ, ପରେ… appeared first on Dharitri Odia News.