Board Exams 2024: ଆଡମିଟ୍ କାର୍ଡରେ ଚେକ୍ କରିନିଅନ୍ତୁ ଏହି ଡିଟେଲ୍ସ, ନଚେତ୍ ହୋଇପାରେ ସମସ୍ୟା…
ନୂଆଦିଲ୍ଲୀ,୪।୧: ସିବିଏସଇ ବୋର୍ଡ ପରୀକ୍ଷା କିଛି ଦିନ ମଧ୍ୟରେ ଆରମ୍ଭ ହୋଇଯିବ। ତେବେ ଆଡମିଟ୍ କାର୍ଡ ଆସିବା ପରେ ଏଥିରେ ଦିଆଯାଇଥିବା ବିବରଣୀକୁ ସଠିକ ଭାବରେ ଯାଞ୍ଚ କରିବା ଆବଶ୍ୟକ। ଯଦି କୌଣସି ଅଭାବ ଥାଏ, ତେବେ ଏହାକୁ ଠିକ ସମୟରେ ସଂଶୋଧନ କରାଯିବା ଉଚିତ ନଚେତ୍ ପରେ ସମସ୍ୟା ଉପୁଜିପାରେ। ଏହି ନିୟମ ସମସ୍ତ ବୋର୍ଡର ଛାତ୍ରୀଛାତ୍ରମାନଙ୍କ ପାଇଁ ପ୍ରଯୁଜ୍ୟ। ପରୀକ୍ଷା ପାଇଁ ଆଡମିଟ୍ କାର୍ଡ କିଛି ଦିନ ମଧ୍ୟରେ ପ୍ରକାଶ ପାଇବ। ଯଦି ଆଡମିଟ୍ […] The post Board Exams 2024: ଆଡମିଟ୍ କାର୍ଡରେ ଚେକ୍ କରିନିଅନ୍ତୁ ଏହି ଡିଟେଲ୍ସ, ନଚେତ୍ ହୋଇପାରେ ସମସ୍ୟା… appeared first on Dharitri Odia News.
ନୂଆଦିଲ୍ଲୀ,୪।୧: ସିବିଏସଇ ବୋର୍ଡ ପରୀକ୍ଷା କିଛି ଦିନ ମଧ୍ୟରେ ଆରମ୍ଭ ହୋଇଯିବ। ତେବେ ଆଡମିଟ୍ କାର୍ଡ ଆସିବା ପରେ ଏଥିରେ ଦିଆଯାଇଥିବା ବିବରଣୀକୁ ସଠିକ ଭାବରେ ଯାଞ୍ଚ କରିବା ଆବଶ୍ୟକ। ଯଦି କୌଣସି ଅଭାବ ଥାଏ, ତେବେ ଏହାକୁ ଠିକ ସମୟରେ ସଂଶୋଧନ କରାଯିବା ଉଚିତ ନଚେତ୍ ପରେ ସମସ୍ୟା ଉପୁଜିପାରେ। ଏହି ନିୟମ ସମସ୍ତ ବୋର୍ଡର ଛାତ୍ରୀଛାତ୍ରମାନଙ୍କ ପାଇଁ ପ୍ରଯୁଜ୍ୟ। ପରୀକ୍ଷା ପାଇଁ ଆଡମିଟ୍ କାର୍ଡ କିଛି ଦିନ ମଧ୍ୟରେ ପ୍ରକାଶ ପାଇବ। ଯଦି ଆଡମିଟ୍ କାର୍ଡରେ କିଛି ତ୍ରୁଟି ଥିବ, ତାହାକୁ ଭଲ ଭାବେ ଯାଞ୍ଚ କରିନିଅନ୍ତୁ…
– ଉଭୟ ଦଶମ ଏବଂ ଦ୍ୱାଦଶର ଆଡମିଟ୍ କାର୍ଡ ପାଇବା ପରେ, ସେଗୁଡ଼ିକରେ ଏହି ବିବରଣୀଗୁଡିକ ଯାଞ୍ଚ କରନ୍ତୁ । ସର୍ବପ୍ରଥମେ ବ୍ୟକ୍ତିଗତ ବିବରଣୀ ଯେପରିକି ନାମ, ପିତାଙ୍କ ନାମ, କାଟାଗୋରୀ, ଆଇଡି।
– ନାମର ବନାନ ଇତ୍ୟାଦିରେ କୌଣସି ଭୁଲ ଅଛି କି ନାହିଁ ଯାଞ୍ଚ କରିବା ଉଚିତ୍।
– ଏହା ପରେ ବିଷୟ ଏବଂ ପରୀକ୍ଷା ତାରିଖକୁ ଭଲ ଭାବେ ଚେକ୍ କରିନିଅନ୍ତୁ। କେଉଁ ତାରିଖରେ କେଉଁ ପରୀକ୍ଷା ଅଛି।
– ଏହା ପରେ ଦସ୍ତଖତ। ବିଶେଷକରି ସିବିଏସଇ ବୋର୍ଡର ଆଡମିଟ କାର୍ଡରେ ତିନୋଟି ଦସ୍ତଖତ ଆବଶ୍ୟକ। ଏସବିଆଇ ଅଧିକାରୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଛାତ୍ରର ଅଭିଭାବକ । ତିନୋଟି
ଦସ୍ତଖତ ରହିବା ଜରୁରୀ।
– ଯଦି ଆପଣ କୌଣସି ପ୍ରକାରର ସମସ୍ୟା ଦେଖନ୍ତି, ଠିକ୍ ସମୟରେ ଆପଣଙ୍କ ବିଦ୍ୟାଳୟ ସହିତ ଯୋଗାଯୋଗ କରନ୍ତୁ । ବିଦ୍ୟାଳୟ ବୋର୍ଡ ସହିତ ଯୋଗାଯୋଗ କରି ଏହାକୁ ସଂଶୋଧନ କରିପାରିବେ।
The post Board Exams 2024: ଆଡମିଟ୍ କାର୍ଡରେ ଚେକ୍ କରିନିଅନ୍ତୁ ଏହି ଡିଟେଲ୍ସ, ନଚେତ୍ ହୋଇପାରେ ସମସ୍ୟା… appeared first on Dharitri Odia News.