BUDGET 2025: ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପାଇଁ ୩୧୧୮୫.୪୭ କୋଟି ଟଙ୍କା ବ୍ୟୟ ବରାଦ

ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ରାଜ୍ୟ ବଜେଟ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରକୁ ଆସିବା ପରେ ମୋହନ ସରକାରଙ୍କ ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଏଥର ବଜେଟ୍ ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଛି। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପାଇଁ ୩୧୧୮୫.୪୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଏ। ଯାହାକି ପୂର୍ବ ବଜେଟ ତୁଳନାରେ ୧୮ ପ୍ରତିଶତ ଅଧିକ ।  ୨୦୨୫-୨୬ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନ କରାଯିବ । ୪୫ ହଜାର ଶିଶୁ ବାଟିକା ଖୋଲାଯିବ । ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨୯୬୦ କୋଟି ଟଙ୍କା। ଐତିହ୍ୟ ବିଦ୍ୟାଳୟ ପାଇଁ ୬୦ କୋଟି । ଯେଉଁଥିରେ ୫୦ ଟି ପୁରାତନ ବିଦ୍ୟାଳୟର ଉନ୍ନତିକରଣ କରାଯିବ । ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ୧୪୦ କୋଟି ଟଙ୍କାର ପ୍ରସ୍ତାବ । ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ । ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ବାଇ-ସାଇକେଲ୍ । ଏଥିପାଇଁ ଗଙ୍ଗାଧର ମେହର ଶିକ୍ଷା ମାନବୃଦ୍ଧି ଯୋଜାନ ପାଇଁ ୧୯୩ କୋଟି ଟଙ୍କାର ବ୍ୟୟବରାଦ । ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ୟୁନିଫର୍ମ ପାଇଁ ୧୯୪ କୋଟି ଟଙ୍କାର ପ୍ରସ୍ତାବ । ବ୍ଲକ୍, ଜିଲ୍ଲା ଏବଂ ବିଦ୍ୟାଳୟ କ୍ଷେତ୍ରରେ କୃତ୍ତି ଛାତ୍ରଛାତ୍ରୀଙ୍କୁ ମିଳିବ ପ୍ରୋତ୍ସାହନ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ପାଇଁ ୧୩୯ କୋ

BUDGET 2025: ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପାଇଁ ୩୧୧୮୫.୪୭ କୋଟି ଟଙ୍କା ବ୍ୟୟ ବରାଦ

ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ରାଜ୍ୟ ବଜେଟ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରକୁ ଆସିବା ପରେ ମୋହନ ସରକାରଙ୍କ ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଏଥର ବଜେଟ୍ ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଛି। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପାଇଁ ୩୧୧୮୫.୪୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଏ। ଯାହାକି ପୂର୍ବ ବଜେଟ ତୁଳନାରେ ୧୮ ପ୍ରତିଶତ ଅଧିକ ।  

୨୦୨୫-୨୬ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନ କରାଯିବ । ୪୫ ହଜାର ଶିଶୁ ବାଟିକା ଖୋଲାଯିବ । ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨୯୬୦ କୋଟି ଟଙ୍କା। ଐତିହ୍ୟ ବିଦ୍ୟାଳୟ ପାଇଁ ୬୦ କୋଟି । ଯେଉଁଥିରେ ୫୦ ଟି ପୁରାତନ ବିଦ୍ୟାଳୟର ଉନ୍ନତିକରଣ କରାଯିବ । ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ୧୪୦ କୋଟି ଟଙ୍କାର ପ୍ରସ୍ତାବ । ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ । ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ବାଇ-ସାଇକେଲ୍ । ଏଥିପାଇଁ ଗଙ୍ଗାଧର ମେହର ଶିକ୍ଷା ମାନବୃଦ୍ଧି ଯୋଜାନ ପାଇଁ ୧୯୩ କୋଟି ଟଙ୍କାର ବ୍ୟୟବରାଦ । ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ୟୁନିଫର୍ମ ପାଇଁ ୧୯୪ କୋଟି ଟଙ୍କାର ପ୍ରସ୍ତାବ । ବ୍ଲକ୍, ଜିଲ୍ଲା ଏବଂ ବିଦ୍ୟାଳୟ କ୍ଷେତ୍ରରେ କୃତ୍ତି ଛାତ୍ରଛାତ୍ରୀଙ୍କୁ ମିଳିବ ପ୍ରୋତ୍ସାହନ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ପାଇଁ ୧୩୯ କୋଟି ପ୍ରସ୍ତାବ। ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ ୬୪୬ କୋଟି ବରାଦ । ଆତିଥ୍ୟ ବିଦ୍ୟାଳୟ ପାଇଁ ୬୬୦ କୋଟି ପିଏମ ପୋଷଣ ଯୋଜନା ପାଇଁ ୮୮୫ କୋଟି ଟଙ୍କା । ସମଗ୍ର ଶିକ୍ଷା ପାଇଁ ୪୬୮୧ କୋଟି ବ୍ୟୟ ବରାଦ। ମାଧୋ ସିଂ ହାତଖର୍ଚ୍ଚ ଯୋଜନା ପାଇଁ ୧୫୪କୋଟି। ଏସସି/ଏସଟି ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ପାଇଁ ୪୫୦କୋଟି। ଧର୍‌ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ପାଇଁ ୩୫୦କୋଟି । ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୨୧୦ କୋଟି ବରାଦ। ସହିଦ ଲକ୍ଷ୍ମଣ ନାୟକ ସ୍କୁଲ ରୂପାନ୍ତରଣ ପାଇଁ ୧୦୦ କୋଟି ଆବଣ୍ଟନ କରାଯାଇଛି ।