Budget 2025: ବିହାର ପାଇଁ ହାତ ଖୋଲିଦେଲେ ଅର୍ଥମନ୍ତ୍ରୀ, ବିରୋଧୀ କହିଲେ ‘ସବୁ ନିର୍ବାଚନ ପାଇଁ…’
ନୂଆଦିଲ୍ଲୀ,୨।୨: ଆସନ୍ତା ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ବଜେଟରେ ଏହି ରାଜ୍ୟ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍। ବିହାରରେ ଜେଡିୟୁ ନେତା ନୀତୀଶ କୁମାର ଭାଜପା ସମର୍ଥନରେ ସରକାର ଗଢ଼ିଥିବାବେଳେ କେନ୍ଦ୍ରରେ ଭାଜପା ନେତୃତ୍ୱରେ ସରକାର ଗଢ଼ିବାରେ ଜେଡିୟୁ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରହିଛି। ତେଣୁ ରାଜନୈତିକ ଦୃଷ୍ଟିରୁ ବିହାରର ଗୁରୁତ୍ୱ ବଢ଼ିଛି। ଅର୍ଥମନ୍ତ୍ରୀ ତାଙ୍କ ବଜେଟରେ ବିହାର ପାଇଁ ମଖାନା ବୋର୍ଡ ଗଠନ […] The post Budget 2025: ବିହାର ପାଇଁ ହାତ ଖୋଲିଦେଲେ ଅର୍ଥମନ୍ତ୍ରୀ, ବିରୋଧୀ କହିଲେ ‘ସବୁ ନିର୍ବାଚନ ପାଇଁ…’ appeared first on Dharitri Odia News.
ନୂଆଦିଲ୍ଲୀ,୨।୨: ଆସନ୍ତା ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ବଜେଟରେ ଏହି ରାଜ୍ୟ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍। ବିହାରରେ ଜେଡିୟୁ ନେତା ନୀତୀଶ କୁମାର ଭାଜପା ସମର୍ଥନରେ ସରକାର ଗଢ଼ିଥିବାବେଳେ କେନ୍ଦ୍ରରେ ଭାଜପା ନେତୃତ୍ୱରେ ସରକାର ଗଢ଼ିବାରେ ଜେଡିୟୁ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରହିଛି। ତେଣୁ ରାଜନୈତିକ ଦୃଷ୍ଟିରୁ ବିହାରର ଗୁରୁତ୍ୱ ବଢ଼ିଛି। ଅର୍ଥମନ୍ତ୍ରୀ ତାଙ୍କ ବଜେଟରେ ବିହାର ପାଇଁ ମଖାନା ବୋର୍ଡ ଗଠନ ଘୋଷଣା କରିଛନ୍ତି। କେନ୍ଦ୍ରର ବିଭିନ୍ନ ଯୋଜନାରୁ ମଖାନା ଚାଷୀମାନେ ଲାଭବାନ ହେବେ। ବିମାନ ଚଳାଚଳରେ ଉନ୍ନତି ପାଇଁ ବିହାରରେ ଗ୍ରୀନ୍ଫିଲ୍ଡ ଏୟାରପୋର୍ଟ ସ୍ଥାପନ କରାଯିବ। ଏଥିସହିତ ମିଥିଳାଞ୍ଚଳରେ କେନାଲ ପ୍ରକଳ୍ପ ନିର୍ମାଣ ପାଇଁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ଶିକ୍ଷା କ୍ଷେତ୍ରରେ ମଧ୍ୟ ବିହାରକୁ ଗୁରୁତ୍ୱ ଦିଆଯାଇଛି।
ପାଟନାସ୍ଥିତ ଆଇଆଇଟିର ସାମର୍ଥ୍ୟ ବୃଦ୍ଧି କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାକୁ ଏକ ଉତ୍କୃଷ୍ଟ ଓ ଜନମଙ୍ଗଳକାରୀ ବଜେଟ ଭାବେ ଅଭିହିତ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପାଇଁ ଅର୍ଥମନ୍ତ୍ରୀ ବଜେଟରେ ହାତ ଖୋଲିଦେବାକୁ ନେଇ ବିରୋଧୀ ଦଳଗୁଡ଼ିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଗକୁ ନିର୍ବାଚନ ଥିବାରୁ କେନ୍ଦ୍ର ବଜେଟରେ ବିହାରକୁ ଗୁରୁତ୍ୱ ଦିଆଯାଇଥିବା କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ତେବେ କେନ୍ଦ୍ରରେ ଏନ୍ଡିଏ ସରକାର ଗଢ଼ିବାରେ ଜେଡିୟୁ ସହ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍ ପାର୍ଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାବେଳେ ଆନ୍ଧ୍ରପ୍ରଦେଶକୁ କାହିଁକି ଅଣଦେଖା କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।
The post Budget 2025: ବିହାର ପାଇଁ ହାତ ଖୋଲିଦେଲେ ଅର୍ଥମନ୍ତ୍ରୀ, ବିରୋଧୀ କହିଲେ ‘ସବୁ ନିର୍ବାଚନ ପାଇଁ…’ appeared first on Dharitri Odia News.