Budhi Thakurani Yatra: ଏପ୍ରିଲ ୩ରୁ ମା’ ବୁଢୀ ଠାକୁରାଣୀ ଯାତ୍ରା; ଆସିଲା ଶୁଭ ଖୁଣ୍ଟି
ମଧ୍ୟରାତ୍ରରେ ପାରମ୍ପାରିକ ବାଦ୍ୟ ତୂରୀ ଓ ମହୁରୀ ବାଜାରେ ପ୍ରକମ୍ପିତ ହୋଇଥିଲା ଅଞ୍ଚଳ। ପରେ ମା’ଙ୍କୁ ଆମନ୍ତ୍ରଣ ପାଇଁ ହଜାର ହଜାର ଭକ୍ତ ଶୁଭ ଖୁଣ୍ଟି ସହ ବୁଢୀ ଠାକୁରାଣୀ ମନ୍ଦିରକୁ ଯାଇ ମାଆଙ୍କୁ ନିମନ୍ତ୍ରଣ ଦେଇଥିଲେ। ଆଉ ରାତ୍ର ପ୍ରାୟ ଗୋଟାଏ ୩୦ ମିନିଟରେ ମା’ଙ୍କ ଶୁଭ ଖୁଣ୍ଟି ଦେଶୀ ବେହେରାଙ୍କ ଘର ଆଗରେ ସ୍ଥାପନ କରାଯାଇଥିଲା।