Bus Accident: ଘାଟିରେ ଓଲଟିଲା ବସ୍, ୪ ପର୍ଯ୍ୟଟକଙ୍କ ମୃତ୍ୟୁ, ୨୮ରୁ ଅଧିକ ଆହତ
ଏବେ ଯାଏଁ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ରୁ ଅଧିକ ଆହତ ହୋଇଛନ୍ତି। କୋରାପୁଟ ଡକରିଘାଟିରେ ଆଜି ସକାଳୁ ବସ୍ ଓଲଟିପଡ଼ିଥିଲା। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।