Buying Foreign Wife: ୱାଇଫ୍ ଫର୍ ସେଲ୍ ଟ୍ରେଣ୍ଡରେ ବ୍ରେକ୍; ବାଡୁଅ ରହିବେ ସାଢେ ତିନି କୋଟି ଚୀନ୍ ଯୁବକ
ବାହା ହେବାକୁ ପୁଅ ପ୍ରବଳ, ମିଳୁ ନାହାନ୍ତି କନ୍ୟା । ଯାହା ଲାଗୁଛି ଚୀନର ସାଢ଼େ ତିନି କୋଟି ଯୁବକ ବାହା ନ ହୋଇ ବାଡ଼ୁଅ ରହିଯିବେ । କାହିଁକିନା 'ୱାଇଫ୍ ଫର୍ ସେଲ୍' ଟ୍ରେଣ୍ଡକୁ ନେଇ ବିବାଦ ଉପୁଯିବା ପରେ ଚୀନ୍ ସରକାର ଏବେ 'ବିଦେଶୀ ବୋହୂ' ଉପରେ କଟକଣା ଲଗାଇଛନ୍ତି । ବିଶେଷ କରି ବାଂଲାଦେଶୀ ଏବଂ ପାକିସ୍ତାନୀ ଯୁବତୀଙ୍କୁ ବିବାହ ନ କରିବାକୁ ଚୀନ୍ ନିଜ ବାଡୁଅ ଯୁବକମାନଙ୍କୁ ସତର୍କ କରାଇ ଦେଇଛି ।